Below header

ବଡ଼ବିଲର ଐକ୍ୟ କ୍ଷେତ୍ର ବଗିଚାରେ ଫୁଟିଛି ବିରଳ ୧୦୦୦ ପାଖୁଡ଼ା ଶ୍ୱେତ ପଦ୍ମ

କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଫୁଟିଛି ବିରଳ ୧୦୦୦ ପାଖୁଡ଼ା ବିଶିଷ୍ଟ ଶ୍ୱେତ ପଦ୍ମ ବା ସହସ୍ରଦଳ ଧଳା କମଳ । ବଡ଼ବିଲ ସହର ପି ଏଚ ଡି କଲୋନୀ ନିକଟ ଐକ୍ୟ କ୍ଷେତ୍ର ବଗିଚାରେ ଫୁଟିଛି ଏହି ଅସାଧାରଣ ଫୁଲ । ପ୍ରକୃତି ପ୍ରେମୀ ବିଜୟ ମହାନ୍ତିଙ୍କ ତତ୍ୱାବଧାନରେ ଏହି ହଜାରେ ପାଖୁଡ଼ାର ଦୁଇଟି ଧଳା ପଦ୍ମ ଫୁଟିପାରିଛି ।

ଯୋଡା(କେନ୍ୟୁଜ୍): ଏଇ ଜଗତରେ ବିଭିନ୍ନ ପ୍ରକାରର ଫୁଲ ଦେଖିବାକୁ ମିଳିଥାଏ । ତେବେ ଏମାନଙ୍କ ମଧ୍ୟରୁ ଖାସ୍ କରି ୪ ପ୍ରକାରର କମଳ ଫୁଲ ଅନ୍ୟତମ । ନୀଳକମଳ, ବ୍ରହ୍ମକମଳ, ଫେନ କମଳ, କସ୍ତୁରା କମଳ । ହିନ୍ଦୁ ଧର୍ମରେ କମଳ ଫୁଲ ବହୁତ ଶୁଭ ଏବଂ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ । କମଳ ଫୁଲ ନୀଳ, ଗୋଲାପୀ ଏବଂ ଧଳା ରଙ୍ଗ ରହିଥାଏ ।

ତେବେ କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଫୁଟିଛି ବିରଳ ୧୦୦୦ ପାଖୁଡ଼ା ବିଶିଷ୍ଟ ଶ୍ୱେତ ପଦ୍ମ ବା ସହସ୍ରଦଳ ଧଳା କମଳ । ବଡ଼ବିଲ ସହର ପି ଏଚ ଡି କଲୋନୀ ନିକଟ ଐକ୍ୟ କ୍ଷେତ୍ର ବଗିଚାରେ ଫୁଟିଛି ଏହି ଅସାଧାରଣ ଫୁଲ । ପ୍ରକୃତି ପ୍ରେମୀ ବିଜୟ ମହାନ୍ତିଙ୍କ ତତ୍ୱାବଧାନରେ ଏହି ହଜାରେ ପାଖୁଡ଼ାର ଦୁଇଟି ଧଳା ପଦ୍ମ ଫୁଟିପାରିଛି । ଏହି ଶ୍ୱେତ ପଦ୍ମର କନ୍ଦାକୁ କଲିକତାରୁ ଆଣି ସେ ବଗିଚାରେ ଲଗାଇଥିଲେ । ଏକ ଡ୍ରମରେ ପାଣି ଓ ମାଟି ମିଶାଇ ପଙ୍କ ସୃଷ୍ଟି କରି କନ୍ଦାଟି ଲଗାଇ ତା’ର ଯତ୍ନ ନେଉଥିଲେ । ପାଖାପାଖି ୨ ମାସ ପରେ ଏଥିରେ କଢ଼ ଧରିଥିଲା ।

flower

କଢ଼ରୁ ଫୁଲରେ ପରିଣତ ହେବାକୁ ଏହାକୁ ପ୍ରାୟ ଦୁଇ ସପ୍ତାହ ଲାଗିଥିଲା । ଏବେ ଏହି ବିରଳ ହଜାରେ ପାଖୁଡ଼ାର ଧଳା ପଦ୍ମ ଫୁଲଟି ଦେଖିବାପରେ ଏହା ଦେଖଣାହାରୀଙ୍କ ମନମୋହି ନେଉଛି । ଅନ୍ୟ ପଦ୍ମ ଫୁଲ ଭଳି ଆକାର, କିନ୍ତୁ ରଙ୍ଗ ଧଳା ଆଉ ପାଖୁଡ଼ା ସଂଖ୍ୟା ହଜାରେ । ଏହି ବିରଳ ସହସ୍ର ଦଳ ପଦ୍ମକୁ ଦେଖିବା ପାଇଁ ବହୁ ଲୋକଙ୍କ ଆଗମନ ହେଉଛି ।

ସୂଚନା ଥାଉକି, ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ଗୋଲାପୀ ରଙ୍ଗର ୧୦୦୦ ପାଖୁଡ଼ା ପଦ୍ମ ଫୁଟାଇ ବେଶ୍ ଚର୍ଚ୍ଚା ସାଉଣ୍ଟିଥିଲେ ବିଜୟ । ଏତଦ୍ ବ୍ୟତୀତ ବିଜୟଙ୍କ ଉଦ୍ୟମରେ ଏହି ବଗିଚାରେ ବିଭିନ୍ନ ରଙ୍ଗର ହାଇବ୍ରିଡ୍ ପଦ୍ମ ଓ କଇଁ ଫୁଲ ମଧ୍ୟ ରହିଛି । ଅନ୍ୟାନ୍ୟ ପ୍ରଜାତିର ପାଖାପାଖି ଦୁଇଶହ ପଚାଶ ପ୍ରକାରର ଫୁଲ ଓ ବୃକ୍ଷ, ଏଠାରେ ଦେଖିବାକୁ ମିଳୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.