Below header

ଭାରତର ଅଧିକାଂଶ ଲୋକଙ୍କୁ ହୋଇଥାଏ ଏହି ମାରାତ୍ମକ କ୍ୟାନସର, ଜାଣନ୍ତୁ ଏହା ପଛର କାରଣ ଓ ପ୍ରତିକାର

ପ୍ରତିବର୍ଷ ଭଳି ଆଜି ଅର୍ଥାତ୍‌ ଫେବ୍ରୁଆରୀ ୪ ତାରିଖରେ ପାଳିତ ହେଉଛି ବିଶ୍ୱ କର୍କଟ ଦିବସ। ଚଳିତବର୍ଷର ଥିମ୍‌ ରହିଛି I AM And I Will। ୟୁନିୟନ୍‌ ଫର ଇଣ୍ଟରନ୍ୟାସନାଲ କ୍ୟାନସର କଣ୍ଟୋଲ ପକ୍ଷରୁ ପ୍ରତିବର୍ଷ ବିଶ୍ୱ କର୍କଟ ଦିବସ ପାଳନ କରାଯାଉଛି। କ୍ୟାନସର ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ସାରା ବିଶ୍ୱରେ ଏହି ଦିନ ବିଭିନ୍ନ ସଂଗଠନ, ବେସରକାରୀ ଅନୁଷ୍ଠାନ ଓ ମେଡିକାଲ ତରଫରୁ ବିଶ୍ୱ କର୍କଟ ଦିବସ ପାଳିତ ହୋଇଥାଏ।

Image result for cancer"

କ୍ୟାନସର ବିଷୟରେ କେତେକ ଜରୁରୀ କଥା:

  • ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ କ୍ୟାନସର ଯୋଗୁ ହେଉଥିବା ଏକ ତୃତୀୟାଂଶ ମୃତ୍ୟୁର କାରଣ କ୍ୟାନସରକୁ ନେଇ ମନରେ ଥିବା ଭୟ ଓ ଅସନ୍ତୁଳିତ ଖାଦ୍ୟ।
  • ଏଥିସହ କମ୍‌ ପରିମାଣର ପନିପରିବା ସେବନ, ଏକ୍ସରସାଇଜ୍‌ ଓ ବ୍ୟାୟାମର ଅଭାବ, ତମାଖୁ ଓ ମଦ ସେବନ ଯୋଗୁ କ୍ୟାନସରର ଆଶଙ୍କା ବୃଦ୍ଧିପାଏ।

Image result for exercise"

  • କ୍ୟାନସର ଯୋଗୁ ହେଉଥିବା ୨୨ ପ୍ରତିଶତ ମୃତ୍ୟୁର କାରଣ ତମାଖୁ ସେବନ।
  • ଉଭୟ ଆନୁବଂଶିକ ଓ ବାହାର କାରକ ଯୋଗୁ କ୍ୟାନସର ହେବା ଆଶଙ୍କା ରହିଛି।
  • ତେବେ ଭାରତରେ ଯକୃତ, କୋଲୋରେକ୍ଟାଲ, ପେଟ, ତଣ୍ଟି ଓ ସ୍ତନ କର୍କଟରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ଘଟୁଥିବା ଡାକ୍ତର ସୂଚନା ଦେଇଛନ୍ତି।

କ୍ୟାନସରରୁ ମୁକ୍ତି ପାଇବା ଉପାୟ:

Image result for fruits and vegetables"

କ୍ୟାନସରରୁ ମୁକ୍ତି ପାଇବା ପାଇଁ ଲୋକମାନେ ନିଜ ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିବା ଉଚିତ। ଖାସ୍‌ କରି ଖାଦ୍ୟପେୟ ଓ ନିୟମିତ ବ୍ୟାୟାମ କରିବା ଦ୍ୱାରା ବିଭିନ୍‌ ମାରାତ୍ମକ ରୋଗରୁ ମୁକ୍ତି ମିଳିପାରିବ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି। ଏଥିସହ ଶରୀରରେ ଯଦି କୌଣସି ଅସ୍ୱାଭାବିକ ପରିବର୍ତ୍ତନ ଲକ୍ଷ୍ୟ କରୁଛନ୍ତି ତେବେ ବିଳମ୍ବ ନ କରି ତୁରନ୍ତ ଚିକିତ୍ସା କରିବା ଦ୍ୱାରା ମଧ୍ୟ କ୍ୟାନସରର ଆଶଙ୍କାକୁ ଦୂର କରି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.