Below header

ଯଦି ଆପଣଙ୍କ ହାତରେ ଏହି ସବୁ ଚିହ୍ନ ଥାଏ, ତେବେ ଆପଣ ବି ଭୋଗ କରି ପାରିବେ ରାଜସୁଖ

ସମସ୍ତେ ନିଜ ନିଜ ଜୀବନରେ ରାଜ ଯୋଗ ବା ଭଲ ସମୟ ଆଣିବାକୁ ଚାହାନ୍ତି । ଜୀବନରେ ମିଳୁଥିବା ସମସ୍ତ ସୁଖ ସୁବିଧା , ମାନ ସମ୍ମାନ, ପଦ- ପ୍ରତିଷ୍ଠା ଓ ବିଳାଶ ବ୍ୟାସନକୁ ରାଜଯୋଗ କୁହାଯାଇଥାଏ । କେଉଁ ମାନଙ୍କ ଭାଗ୍ୟରେ ରାଜଯୋଗ ଥାଏ ସେମାନେ ରାଜା ଭଳି ଜୀବନ ଅତିବାହିତ କରିଥାନ୍ତି । ଜଣେ ବ୍ୟକ୍ତିଙ୍କ ଭାଗ୍ୟରେ ରାଜ ଯୋଗ ଅଛି କି ନାହିଁ ଏହା ତାଙ୍କ ହସ୍ତରେଖାରୁ ହିଁ ଜଣାପଡିବ ବା ସ୍ପଷ୍ଟ ହୋଇଯିବ ।

– ଯାହାର ମଥା ଚୌଡା ବା ଉପରକୁ ସାମାନ୍ୟ ଉଠିକି ରହିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସେମାନଙ୍କୁ ରାଜଯୋଗ ପ୍ରାପ୍ତ ହୋଇଥାଏ ।

palm

– ଲମ୍ବା ବାହୁ , ସୁନ୍ଦର ଆକ୍ଷି ଓ ଗୋଲ ମଥା ଥିବା ବ୍ୟକ୍ତିଙ୍କ ଜୀବନରେ ରାଜଯୋଗ ଲାଭର ସୁଯୋଗ ଥାଏ । ସେମାନେ ଜୀବନରେ ଅନେକ ସୁଖସୁବିଧା ଲାଭ କରିଥାନ୍ତି ।

– ଵିଜ୍ଞପଣ୍ଡିତଙ୍କ ଅନୁଯାୟୀ ଯାହା ହାତରେ ଧନୁ, ଚକ୍ର, ପଦ୍ମ, ପତାକା, ରଥ ଓ ଚାରିକୋଣ ପରି ଚିହ୍ନ ମାନ ଥାଏ । ସେମାନଙ୍କ ଉପରେ ମହାଲକ୍ଷ୍ମୀଙ୍କ କୃପା ସଦା ରହିଥାଏ ।

palm

– ଯଦି କୌଣସି ବ୍ୟକ୍ତିଙ୍କ ହାତରେ ମାଛ, ହାତୀ ଓ ଛତା ପରି ଚିହ୍ନ ଥାଏ । ସେମାନଙ୍କୁ ଯଶ ସମ୍ମାନ ଆଦି ପ୍ରାପ୍ତ ହୋଇଥାଏ ।

– ଶନି ପର୍ବତ ଉପରେ ତ୍ରିଶୂଳ ଚିହ୍ନ ଥିଲେ ବା ଭାଗ୍ୟରେଖା ହାତର ମଧ୍ୟ ଭାଗରୁ ଆରମ୍ଭ ହୋଇ ତାର ଶିଖା ସୂର୍ଯ୍ୟ ପର୍ବତ ବା ଗୁରୁ ପର୍ବତ ଛୁଇଁଥିଲେ ସେହିମାନେ ଜୀବନରେ ରାଜସୁଖର ଆନନ୍ଦ ଉଠାଇପାରନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.