Below header

ଗୋଟେ ମିନିଟ୍‌ରେ ଚାରିଥର ହନୁମାନ ଚାଳିଶା ଶୁଣାଉଛି Amazon Alexa, ବିବାହ ପାଇଁ ପ୍ରପୋଜ କରୁଛନ୍ତି ୟୁଜର

‘ଆଲେକ୍ସା ହନୁମାନ ଚାଳିଶା ପ୍ଲେ କରୋ’। ଆପଣ ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି କିନ୍ତୁ ଆଜିକାଲି ଭାରତୀୟ ୟୁଜର Amazon Alexa କୁ ହନୁମାନ ଚାଳିଶା ପ୍ଲେ କରିବା ପାଇଁ କହୁଛନ୍ତି। କେବଳ ଏତିକି ନୁହେଁ, ପ୍ରତି ମିନିଟ୍‌ରେ ଆଲେକ୍ସାକୁ ପ୍ରପୋଜ ମଧ୍ୟ କରାଯାଉଛି। ପ୍ରତି ମିନି୍‌ଟରେ ‘ହାଓ ଆର ୟୁ’ କିମ୍ବା ‘କେସି ହୋ ଆଲେକ୍ସା’ ବୋଲି ୧୧ ଥର ପଚରାଯାଉଛି। ସପ୍ତାହକୁ ୧୦ କୋଟିରୁ ଉର୍ଦ୍ଧ୍ୱ ଥର ଆଲେକ୍ସା ସହିତ କଥାବାର୍ତ୍ତା କରୁଛନ୍ତି ଭାରତୀୟ ୟୁଜର। ଏହି ସଂଖ୍ୟା ଆମେରିକା ଏବଂ ବ୍ରିଟେନର ୟୁଜରଙ୍କ ଠାରୁ ଅଧିକ ବୋଲି ଇଣ୍ଡିଆ କଣ୍ଟ୍ରି ମ୍ୟାନେଜର ପୁନୀଷ କୁମାର କହିଛନ୍ତି।

speaker

ପ୍ରତି ମିନିଟ୍‌ରେ ଚାରିଥରରୁ ଅଧିକ ଥର ହନୁମାନ ଚାଳିଶା ପ୍ଲେ କରିପାରୁଛି ଆଲେକ୍ସା। ଏହା ହିନ୍ଦୀ ଭାଷାକୁ ମଧ୍ୟ ସପୋର୍ଟ କରୁଛି। ଏହାଛଡା ପ୍ରତି ମିନିଟ୍‌ରେ ଆଲେକ୍ସାକୁ ବେବି ଶାର୍କ ପ୍ଲେ କରିବା ପାଇଁ ୟୁଜର ମଧ୍ୟ କହୁଛନ୍ତି। ଆଲେକ୍ସା ୟୁର୍ଜରଙ୍କୁ ନେଇ ହୋଇଥିବା ଡାଟାରେ କୁହାଯାଇଛି ଯେ, ପ୍ରତିମିନିଟରେ ଆଲେକ୍ସାକୁ ଏକ ହଜାରରୁ ଅଧିକ ଗୀତ ପ୍ଲେ କରିବା ପାଇଁ ୟୁଜର କହୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.