ମହିଳା ଶେୟାର କଲେ ନିଜ ଶେଷ କେମୋ ସେସନର ଭିଡିଓ, ରାତାରାତି ହୋଇଗଲେ ଷ୍ଟାର୍‌

କ୍ୟାନସର ସହ ଲଢ଼ିବା ସହଜ ନୁହେଁ। ଯେଉଁମାନେ ଏଥିରୁ ମୁକୁଳିଛନ୍ତି, ସେମାନେ ନିଜର ଯନ୍ତ୍ରଣାଦାୟକ କାହାଣୀ ବଖାଣିଛନ୍ତି। ଅନେକ ଲୋକ ଏହା ଉପରେ ନିଜର ବାୟୋପିକ୍‌ ମଧ୍ୟ ଲେଖିଛନ୍ତି। ନିକଟରେ ଜଣେ ମହିଳାଙ୍କର ଶେଷ କେମୋ ସେସନ ଜାରି ରହିଥିଲା। ସେହି ସମୟରେ ସେ ଏକ ଭିଡିଓ ପ୍ରସ୍ତୁତ କରି ଟୁଇଟରରେ ଶେୟାର କରିଥିଲେ। ତେବେ ଭିଡିଓ ଶେୟାର କରିବା ପୂର୍ବରୁ ତାଙ୍କର ଟୁଇଟରରେ ମାତ୍ର ୧୨ଜଣ ଫଲୋୟର୍ସ ଥିଲେ। କିନ୍ତୁ ଭିଡିଓଟି ପୋଷ୍ଟ ହେବା ପରେ ସେ ରାତାରାତି ଷ୍ଟାର୍‌ ବନିଯାଇଥିଲେ।

k2

ନିଜେ ହିଁ ପୋଷ୍ଟ କରିଥିଲେ ଭିଡିଓ

ଏହି ଭିଡିଓକୁ ୟୁକେର Katy Helend ଟୁଇଟରରେ ଶେୟାର କରିଥିଲେ। ସେ ଲେଖିଥିଲେ ଯେ ‘ମୁଁ ଅଧିକ ଟୁଇଟ୍‌ କରେନାହିଁ। ମୋର କେବଳ ୧୨ଜଣ ଫଲୋୟର୍ସ। କିନ୍ତୁ ଆଜି ମୋ କେମୋର ଶେଷ ସେସନ ଏବଂ ଏହି କଥା ମୁଁ ସମସ୍ତ(ସେହି ୧୨ଜଣଙ୍କୁ)ଙ୍କୁ କହିବାକୁ ଚାହୁଁଛି’।

୯ ଲକ୍ଷ ଲାଇକ୍‌ ଏବଂ ୧ ଲକ୍ଷ ରିଟୁଇଟ୍‌

ଲୋକଙ୍କୁ ଭିଡିଓଟି ଖୁବ୍‌ ପସନ୍ଦ ଆସିଥିଲା। ଏହା ପୋଷ୍ଟ ହେବା କ୍ଷଣି ୯ ଲକ୍ଷ ଲାଇକ୍‌ ଏବଂ ୧ ଲକ୍ଷ ରିଟୁଇଟ୍‌ ମିଳିସାରିଥିଲା। ୧୦ ମିଲିୟନରୁ ଅଧିକ ଲୋକ ଏହି ଭିଡିଓକୁ ଦେଖିସାରିଲେଣି।

ତେବେ mellecomte ନାମକ ଟୁଇଟର ୟୁଜର ଲେଖିଥିଲେ, ‘ତାଙ୍କର ମଧ୍ୟ ସେହିଦିନ ଲାଷ୍ଟ କେମୋ ଥିଲା’। ସେ ଆହୁରି କହିଥିଲେ ଯେ ‘ମୁଁ ଏହାକୁ ଫିଲ୍‌ କରିଛି। ଷ୍ଟେଜ୍‌ ୪ବି ପରେ ମୋର ୯ ମାସର କେମୋ ଥିଲା। ୬ ସପ୍ତାହ ପଯ୍ୟର୍ନ୍ତ ରେଡିଏଶନ। ଏହା ୩୧ ବର୍ଷ ପୂର୍ବର କଥା। ତୁମର ପୂରା ବୟସ ପଡ଼ିଛି ଜୀବନ ଜିଇଁବା ପାଇଁ। ଜୀବନର ଆଗାମୀ ଚ୍ୟାପ୍ଟର ଉପରେ ଧ୍ୟାନ ଲଗାଅ। ଏବେ ତୁମ ସହିତ ଆଉ ଜଣେ ଫଲୋୟର ମଧ୍ୟ ଅଛନ୍ତି’।

s1

ମାତ୍ର ଦୁଇଦିନ ଭିତରେ କ୍ୟାନ୍‌ସର ପୀଡ଼ିତା ମହିଳାଙ୍କ ଟୁଇଟ୍‌ ଏତେ ଭାଇରାଲ ହୋଇଯାଇଥିଲା ଯେ ତାଙ୍କର ୩୨,୦୦୦ରୁ ଅଧିକ ଫଲୋୟର ହୋଇଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.