Below header

ସ୍କୁଲରେ ହେବ କରୋନା ସତର୍କତା, ଥଣ୍ଡା କିମ୍ବା ଜ୍ୱର ହେଲେ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯିବାକୁ କହିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ସ୍କୁଲରେ ହେବ କରୋନା ସତର୍କତା । ସ୍କୁଲରେ ପିଲାଙ୍କୁ ଥଣ୍ଡା କିମ୍ବା ଜ୍ୱରର ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଯିବ । ଶିକ୍ଷକମାନେ ଚିକିତ୍ସା ବ୍ୟବସ୍ଥା କରିବେ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସ୍ୱାସ୍ଥ୍ୟ ବିଭାଗର ଯାହା ଆଡଭାଇଜରୀ ରହିଛି, ତାହା ପାଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଆଗକୁ ପରୀକ୍ଷା ଋତୁ ଆସୁଛି । ତେଣୁ କରୋନା ଭୟ ଯେପରି ନରୁହେ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.