ଚୀନରେ କରୋନା ମହାମାରୀ: ମହିଳା ପିନ୍ଧି ନ ଥିଲେ ମାସ୍କ, ପୋଲିସ ଆସିଲା, ତଳେ ପକାଇ ବାନ୍ଧି ନେଇଗଲା

ଚୀନରେ ମହାମାରୀ ରୂପ ନେଇଛି କରୋନା ଭାଇରସ୍‌। ଏଥିରେ ଏ ପଯ୍ୟର୍ନ୍ତ ୪୨୫ଜଣଙ୍କ ଜୀବନ ଗଲାଣି। ଏବେ ଏହାକୁ ନେଇ ଖୁବ୍‌ ସାବଧାନତା ଅବଲମ୍ବନ କରାଯାଉଥିବା ବେଳେ ଡ୍ରୋନ୍‌ ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି। ଲୋକେ ମାସ୍କ ପିନ୍ଧିଛନ୍ତି କି ନାହିଁ, ତାହା ଉପରେ କଡ଼ା ନଜର ରଖାଯାଇଛି।

c55

ତେବେ ଏହାରି ଭିତରେ ଏକ ଖବର ସାମ୍ନାକୁ ଆସିଛି। ଜଣେ ମହିଳା ସୁପର ମାର୍କେଟରେ ଥିଲେ। ସେ ମାସ୍କ ପିନ୍ଧି ନ ଥିଲେ। ଏହା ଜାଣି ପୋଲିସ ସେଠାରେ ପହଞ୍ଚି ପ୍ରଥମେ ତାଙ୍କୁ ତଳେ ପକାଇ ଦେଇଥିଲା। ପରେ ହାତକଡି ପିନ୍ଧାଇ ଗିରଫ କରି ନେଇଥିଲା।

ଦକ୍ଷିଣ ଚୀନର ଗୁଆନଡୋଙ୍ଗ୍‌ ଅଞ୍ଚଳରେ ଘଟଣାଟି ଘଟିଛି। Qiu ନାମ୍ନୀ ମହିଳାଙ୍କୁ ହଠାତ୍‌ ପୋଲିସ କର୍ମଚାରୀମାନେ କାବୁ କରି ହସ୍ପିଟାଲ ନେଇଯାଇଥିଲେ। ସେଠାରେ ତାଙ୍କର ଯାଞ୍ଚ କରାଯାଇଥିଲା। କିନ୍ତୁ ମହିଳା ଜଣକ କରୋନା ଭାଇରସ୍‌ରେ ଆକ୍ରାନ୍ତ ନ ଥିଲେ।

c552

କହି ରଖୁଛୁ କି, କରୋନା ଭାଇରସ୍‌ ଯୋଗୁ ଏଠାରେ ବିଭିନ୍ନ ଅଞ୍ଚଳର ଲୋକାଲ୍‌ ପୋଲିସ ସଚେତନଭିତ୍ତିକ କାଯ୍ୟର୍ାନୁଷ୍ଠାନ ଗ୍ରହଣ କରୁଛନ୍ତି। ଯଦି କେହି ମାସ୍କ ପିନ୍ଧୁନାହାନ୍ତି, ତାଙ୍କ ଉପରେ ଆଇନତଃ କାଯ୍ୟର୍ାନୁଷ୍ଠାନ ନିଆଯିବ ବୋଲି ଘୋଷଣା କରାଯାଇଥିଲା। ୨୬ ଜାନୁୟାରୀରୁ ଏହା ଲାଗୁ ହୋଇଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.