ସାମ୍ନାକୁ ଆସିଲା କୋରୋନା ଭାଇରସର ପ୍ରକୃତ ଫଟୋ, ମାଇକ୍ରୋମିଟରର ହଜାର ଗୁଣ ଠାରୁ ସାନ ଏହାର ଆକାର

କୋରୋନା ଭାଇରସ ଚୀନରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି, ଯାହା ବର୍ତ୍ତମାନ ସୁଦ୍ଧା ୩ଶହରୁ ଅଧିକ ଲୋକଙ୍କ ଜୀବନ ନେବା ସହ କିଛି ଲୋକ ଏହି ରୋଗରେ ପିଡୀତ ଅଛନ୍ତି। ସାରା ବିଶ୍ୱ ଏହି ଭାଇରସ ପାଇଁ ଭୟଭୀତ ଥିବା ବେଳେ ବୈଜ୍ଞାନିକମାନେ ଦିନ-ରାତି ଏହାର ପ୍ରତିଶେଧକ ଟୀକା ଖୋଜିବାରେ ଲାଗିଛନ୍ତି। ଏବେ ମାଇକ୍ରୋସ୍କୋପ ଜରିଆରେ ଭୟଙ୍କର କୋରୋନା ଭାଇରସର ପ୍ରକୃତ ଫଟୋ ମଧ୍ୟ ବିଶ୍ୱବାସୀଙ୍କ ସାମ୍ନାକୁ ଆସିସାରିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

corona--ମାଇକ୍ରୋସ୍କୋପ ଜରିଆରେ କୋରୋନା ଭାଇରସର ଏକ ଫଟୋ ସାମ୍ନାକୁ ଆସିଛି। କିନ୍ତୁ ପ୍ରକୃତ ଭାଇରସର ଆକାର ସେହି ଭାଇରସ ଫଟୋ ଠାରୁ ଏକ ଲକ୍ଷ ଭାଇରସ ଠାରୁ ଏକ ଭାଗ ହେବ। ଚୀନରେ ଶହ ଶହ ଲୋକଙ୍କ ଜୀବନ ନେଇଥିବା କୋରୋନା ଭାଇରସକୁ ନେଇ ବିଶେଷଜ୍ଞ ମାନେ ମାଇକ୍ରୋସ୍କୋପରେ ନିଆଯାଇଥିବା ଫଟୋ ଜାରି କରିଛନ୍ତି। ହଂଗକଂଗ ୟୁନିଭରସିଟୀର ଏଲକେଏସ ଫ୍ୟାକଲ୍ଟ ଅଫ୍‌ ମେଡିସିନ୍‌ ଏହି ଜୀବନ ନେଉଥିବା ଭୟଙ୍କର ଭାଇରସର ଫଟୋ ଜାରି କରିଛି। ଏହି ଭାଇରସର ଆକାର ମାଇକ୍ରୋମିଟର, ଯାହା ଏକ ମିଲିମିଟରର ହଜାରେ ଭାଗରୁ ଗୋଟେ ଭାଗ।

corona-ରିପୋର୍ଟ ଅନୁଯାୟୀ ଏହି ରୋଗ ସହ ଲଢିବା ପାଇଁ ଜଣେ ମହିଳା ବୈଜ୍ଞାନିକ ଦିନ-ରାତି କାମ କରୁଛନ୍ତି। ସ୍କଟଲ୍ୟାଣ୍ଡରେ ରହୁଥିବା କେଟ ବ୍ରୋଡରିକ କୋରୋନା ଭାଇରସରୁ ରକ୍ଷା ପାଇଁ ପ୍ରତିଶେଧକ ଟୀକାର ଆବିଷ୍କାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.