Below header

ଫାଇଟିଂ କରିବେ ରୋମାଣ୍ଟିକ ହିରୋ କାର୍ତ୍ତିକ, ମିଳିଲା ଏହି ଅଫର

ବଲିଉଡର ରୋମାଣ୍ଟିକ ଏବଂ ଚକୋଲେଟ୍‌ ହିରୋ କାର୍ତ୍ତିକ ଆରୟନ ଲଗାତାର ସଫଳତାର ସିଢି ଚଢିବାରେ ଲାଗିଛନ୍ତି। ୨୦୧୮ରେ କାର୍ତ୍ତିକଙ୍କ ଫିଲ୍ମ ‘ଲୁକ୍କା-ଛୁପି’ ଏବଂ ପତି ପତ୍ନୀ ଔର ଓ୍ଵ ରିଲିଜ ହୋଇଥିଲା। ଯାହା ପରଦାରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ଏବେ କାର୍ତ୍ତିକ ଫିଲ୍ମ ‘ଲଭ୍‌ ଆଜକଲ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ୧୪ ଫେବୃଆରୀରେ ରିଲିଜ ହେବାକୁ ଥିବା ଫିଲ୍ମରେ କାର୍ତ୍ତିକ ଙ୍କ ସହିତ ସାରା ଅଲ୍ଲୀ ଖାନ ପ୍ରମୁଖ ଭୂମିକାରେ ନଜର ଆସିବେ। କିନ୍ତୁ ସବୁବେଳେ ରୋମାଣ୍ଟିକ ଚରିତ୍ର ଭୂମିକାରେ ନଜର ଆସୁଥିବା କାର୍ତ୍ତିକଙ୍କୁ ଦର୍ଶକେ ଆକ୍ସନ କରୁଥିବାର ନଜର ଆସିବେ। ଖବର ମୁତାବକ, ଅଜୟ ଦେବଗନଙ୍କ ଫିଲ୍ମ ତାନ୍ନାଜୀର ନିର୍ଦ୍ଦେଶକ ଓମ ରାଉତ କାର୍ତ୍ତିକଙ୍କୁ ଏହି ଅଫର ଦେଇଛନ୍ତି। ଖୁବଶୀଘ୍ର ଏହି ଫିଲ୍ମ ପାଇଁ ଅଭିନେତ୍ରୀ ଚୟନ କରାଯିବ।

movie

ସୂଚନା ମୁତବାକ, କାର୍ତ୍ତିକ ନିଜ କ୍ୟାରିଅରେ କେବଳ କମେଡି ଏବଂ ରୋମାଣ୍ଟିକ କମେଡି ଫିଲ୍ମ କରିଛନ୍ତି। କିନ୍ତୁ ଏବେ ଆକ୍ସନ ଫିଲ୍ମରେ କାମ କରିବାକୁ ନେଇ ବେଶ ଉତ୍ସାହିତ ରହିଛନ୍ତି। ଏହା ପୂର୍ବରୁ ଏକ ଇଣ୍ଟରଭ୍ୟୁରେ ସେ ଆକ୍ସନ ଫିଲ୍ମ କରିବାକୁ ଇଚ୍ଛୁକ ବୋଲି କହିଥିଲେ। ଏହାଛଡା କାର୍ତ୍ତିକଙ୍କ ହାତରେ ଏବେ ଦୁଇଟି ଦୁଇଟି ଫିଲ୍ମ ରହିଛି। ‘ଭୁଲ ଭୁଲେୟା ୨’ ଏବଂ ଦୋସ୍ତାନା ୨’ରେ ପ୍ରମୁଖ ଭୂମିକାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.