Below header

ବିଶ୍ୱର ସବୁଠୁ ବିଳାସପୂର୍ଣ୍ଣ ଟ୍ରେନ: ଯାହାର ଗୋଟେ ଟିକେଟର ମୂଲ୍ୟ ୧୮ ଲକ୍ଷ ଟଙ୍କା, ଜାଣନ୍ତୁ ଆଉ କ’ଣ ରହିଛି ସ୍ୱତନ୍ତ୍ରତା

ମହାରାଜା ଏକ୍ସପ୍ରେସର ଯାତ୍ରା ଦୁନିଆର ସବୁଠୁ ବିଳାସପୂର୍ଣ୍ଣ ଓ ମହଙ୍ଗା ଟ୍ରେନ ଯାତ୍ରା ମଧ୍ୟରେ ଅନ୍ୟତମ। ଏହି ଟ୍ରେନ୍ର ଭବ୍ୟତା ଆଗରେ ପଞ୍ଚତାରକା ହୋଟେଲର ଚମକ ମଧ୍ୟ ଫିକା ପଡିଯିବ । ଏହି ଟ୍ରେନ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ରାଜା-ମହାରାଜାଙ୍କ ପରି ସୁବିଧା ଦିଆଯାଇଥାଏ । ଏହି ଯାତ୍ରାରେ ଜଣେ ଯାତ୍ରୀ ଶାହୀ ଯାତ୍ରାର ଆନନ୍ଦ ଉଠାଇପାରିବେ । ଏହି ଟ୍ରେନ୍ ବହୁବାର ଓ୍ବାଲ୍ଡ ଟ୍ରାଭେଲ୍ ଆଓ୍ବାର୍ଡର ସମ୍ମାନ ଜିତି ସାରିଛି । ଏହି ଟ୍ରେନରେ ଯାତ୍ରା କରିବା ପାଇଁ ଏକ ଟିକେଟ୍ରେ ମୂଲ୍ୟ ୧୮ ଲକ୍ଷ ପର୍ଯ୍ୟନ୍ତ ରହିଛି । ତେବେ ଟିକେଟ ମୂଲ୍ୟରେ ଅନେକ ଥର ପରିବର୍ତ୍ତନ ଆସିଥାଏ। ଆସନ୍ତୁଜାଣିବା ଏହି ବିଳାସପୂର୍ଣ୍ଣ ଟ୍ରେନ୍ ଯାତ୍ରା ସମ୍ପର୍କରେ…

୨୦୧୦ ମସିହାରେ ଯାତ୍ରୀଙ୍କୁ ବିଳାସପୂର୍ଣ୍ଣ ଟ୍ରେନ୍ ଯାତ୍ରାର ଆନନ୍ଦ ଦେବା ପାଇଁ ମହାରାଜା ଏକ୍ସପ୍ରେସ୍ ଆରମ୍ଭ କରାଯାଇଥିଲା । ଏକ କିଲୋମିଟର ଲମ୍ବା ଏହି ଟ୍ରେନ୍ରେ ମୋଟ୍ ୨୩ଟି ଡବା ରହିଛି । ଏହି ୨୩ ଡବାରେ ମାତ୍ର ୮୮ ଜଣ ଯାତ୍ରୀ ଯାତ୍ରା କରିପାରିବେ । ଯାତ୍ରୀଙ୍କୁ ସଂଖ୍ୟା କମ୍ ରଖାଯିବାର କାରଣ ପର୍ଯ୍ୟାପ୍ତ ପରିମାଣର ସୁବିଧା ସୁଯୋଗର ଲାଭ ପାଇପାରିବେ ।

train 1

ଏହି ଟ୍ରେନ ଯାତ୍ରୀଙ୍କୁ ଦିଲ୍ଲୀ, ଆଗ୍ରା, ବିକାନେର୍, ଫତେଫୁର ସିକ୍ରି, ଓର୍ଛା, ଖଜୁରାହୋ, ଜୟପୁର,ଯୋଧପୁର, ଉଦୟପୁର, ରନ୍ଥମ୍ବୋର, ବାରାଣାସୀ ଓ ମୁମ୍ବାଇର ଦର୍ଶନ କରାଇଥାଏ । ତେବେ ଯାତ୍ରା ସମୟରେ ଯାତ୍ରୀଙ୍କୁ ମୁମ୍ବାଇର ତାଜ୍ ପ୍ୟାଲେସ୍ ହୋଟେଲ୍, ରାଜସ୍ଥାନର ସିଟି ପ୍ୟାଲେସନ୍, ରାମବାଗ୍ ପ୍ୟାଲେସ୍ ହୋଟେଲ୍ ସମେତ ବହୁ ପଞ୍ଚତାରକା ହୋଟେଲରେ ସୁବିଧା ଦିଆଯାଇଥାଏ ।

780

ବର୍ତ୍ତମାନ ମହାରାଜା ଏକ୍ସପ୍ରେସ୍ ଚାରୋଟି ଟୁର୍ ପ୍ୟାକେଜ୍ ପ୍ରଦାନ କରୁଛି । ଏଥିରେ ତିନି ପ୍ୟାକେଜରେ ୭ ଦିନ ଓ ୬ ରାତିର ସୁବିଧା ଉପଲବ୍ଧ ଥିବାବେଳେ ଗୋଟିଏ ପ୍ୟାକେଜରେ ୪ ଦିନ ୩ ରାତିର ସୁବିଧା ରହିଛି । ସମସ୍ତ ପ୍ୟାକେଜରେ ଅଲଗା ଅଲଗା ମୂଲ୍ୟ ରହିଛି।
ଟ୍ରେନ୍ ବଗିର ଭିତରଟି ପୂରାପୂରି ଏକ ରାଜକୀୟ ହୋଟେଲ୍ ପରି ହୋଇଥାଏ । ଏହି ଟ୍ରେନରେ ଅନ୍ବୋର୍ଡ ରେସ୍ତୋରାଁ, ଡିଲକ୍ସ କ୍ୟାବିନ୍, ଜୁନିୟର ସୁଇଟ୍ ଓ ଲଞ୍ଚ ବାର୍ ପରି ବହୁ ବିଳାସପୂର୍ଣ୍ଣ ସୁବିଧା ଉପଲବ୍ଧ ହୋଇଥାଏ । ମହାରାଜା ଏକ୍ସପ୍ରେସ୍ ଯାତ୍ରା ସମୟରେ ଯାତ୍ରୀଙ୍କୁ ଭାରତ ଦର୍ଶନ କରାଇଥାଏ ।

tra

ମହାରାଜା ଏକ୍ସପ୍ରେସ୍ ଟ୍ରେନରେ ୮୮ ଜଣ ଯାତ୍ରୀଙ୍କ ପାଇଁ ମୋଟ୍ ୪୩ ଜଣ ଅତିଥି କ୍ୟାବିନ୍ ରହିଛି । ଯେଉଁଥିରେ ୨୦ ଡିଲକ୍ସ କ୍ୟାବିନ୍, ୧୮ ଜୁନିୟରସୁଇଟ୍, ୪ ସୁଇଟଓ ୧ ଗ୍ରାଣ୍ଡ ପ୍ରେସିଡେନ୍ସିଆଲ୍ ସୁଇଟ୍ ରହିଛି । ପ୍ରତ୍ୟେକ କ୍ୟାବିନରେ ମାତ୍ର ଦୁଇଜଣଙ୍କୁ ଏହି ଯାତ୍ରାର ସୁବିଧା ଦିଆଯାଇଥାଏ । ତେବେ ପ୍ରେସିଡେଣ୍ଟିଆଲ୍ ସୁଇଟ୍ ଏକମାତ୍ର କ୍ୟାବିନ୍ ଯେଉଁଥିରେ ୪ ଜଣ ଯାତ୍ରା କରିପାରିବେ । ସବୁଠାରୁ ମହଙ୍ଗା କ୍ୟାବିନ୍ ମଧ୍ୟରେ ଏହା ଅନ୍ୟତମ ।

ଡିଲକ୍ସ କ୍ୟାବିନ୍ : ମହାରାଜା ଏକ୍ସପ୍ରେସରେ ୨୦ ଡିଲକ୍ସ କ୍ୟାବିନ୍ ରହିଛି । ଏଥିରେ ଯାତ୍ରୀଙ୍କୁ ପଞ୍ଚତାରକା ହୋଟେଲ୍ ପରି ସୁବିଧା ସୁଯୋଗ ଦିଆଯାଇଥାଏ । ଏହି କ୍ୟାବିନ୍ଗୁଡିକ ଏୟାର କଣ୍ଡିସନର ହୋଇଥିବାବେଳେ ଏଲ୍ସିଡି ଟିଭି, ଇଣ୍ଟରନ୍ୟାସନାଲ୍ କଲିଂ ପରି ସୁବିଧା, ଇଣ୍ଟରନେଟ୍, ଇଲ୍କୋଟ୍ରୋନିକ୍ ଲକର୍, ଆଲମାରୀ ଓ ଥଣ୍ଡା ଓ ଗରମ ସହିତ ପ୍ରାଇଭେଟ୍ ବାଥୁରମର ସୁବିଧା ଉପଲବ୍ଧ ରହିଥାଏ । ଏହାର ଅଧିକତମ ମୂଲ୍ୟ ୪ ଲକ୍ଷ ୮୩ ହଜାର ୨୪୦ ଟଙ୍କା ରହିଛି । ମହାରାଜା ଏକ୍ସପ୍ରେସରେ ୧୮ଟି ଜୁନିଅର ସୁଇଟ୍ ରହିଛି । ଯେଉଁଥିରେ ଯାତ୍ରୀଙ୍କୁ ବଡ ବଡ ଝରକା ସହିତ ଡିଲକ୍ସ କ୍ୟାବିନ୍ ତୁଳନାରେ ଅଧିକ ଜାଗା ମିଳିଥାଏ । ଏହି କ୍ୟାବିନ୍ ବାହାରରୁ ଭବ୍ୟ ଓ ସୁନ୍ଦର ଦେଖାଯାଇଥାଏ । ଜୁନିଅର ସୁଇଟ୍ କ୍ୟାବିନରେ ଡବଲ୍ ବେଡ୍ସୁବିଧା ସହିତ ଇଣ୍ଟରନ୍ୟାସନାଲ କଲିଂ, ଏଲ୍ସିଡି ଟିଭି, ଏସି, ଥଣ୍ଡା ଓ ଗରମ ସହିତ ପ୍ରାଇଭେଟ୍ ବାଥରୁମ୍ ଓ ଆଲମାରୀର ସୁବିଧା ରହିଛି । ଏହି କ୍ୟାବିନରେ ଅଧିକତମ ମୂଲ୍ୟ ୭ ଲକ୍ଷ ୫୩ ହଜାର ୮୨୦ ରହିଛି ।

train 2

ମହାରାଜା ଏକ୍ସପ୍ରେସରେ ୪ଟି ସୁଇ୍ଟ୍ ରହିଛି । ଏହି କ୍ୟାବିନରେ ଅନ୍ୟ ସମସ୍ତ ସୁବିଧା ସହିତ ମିନି ବାର, ବାଥଟବ୍, ସ୍ମୋକ୍ ଆଲାର୍ମ ଓ ଡାକ୍ତରଙ୍କ ସୁବିଧା ରହିଛି । ଏହି ସୁଇଟରେ ଅଧିକତମ ମୂଲ୍ୟ ୧୦ଲକ୍ଷ ୫୧ ହଜାର ୮୪୦ ରହିଛି । ମହାରାଜା ଏକ୍ସପ୍ରେସରେ ଗୋଟିଏ ମାତ୍ର ପ୍ରେସିଡେଣ୍ଟିନ୍ସିଆଲ୍ ସୁଇଟ୍ ରହିଛି । ଏହି ସୁଇଟ୍କୁ ନବରତ୍ନ ନାମରେ ଜଣାଶୁଣା । ଏହି ସୁଇଟ୍ କୌଣସି ରାଜମହଲ୍ଠାରୁ କମ୍ ନୁହେଁ । ଏଥିରେ ଦୁଇଟି ବେଡରୁମ୍ ଓ ଅଲଗା ବାଥରୁମ୍ର୍ ସୁବିଧା ରହିଛି । ଏଥିରେ ଓ୍ବଟଲର୍ଏ ବାର୍ ସମେତ ଅନ୍ୟାନ୍ୟ ସୁବିଧା ରହିଛି । ମହାରାଜା ଏକ୍ସପ୍ରେସରେ ଦୁଇଟି ରେସ୍ତୋରାଁ ରହିଛି । ଏହାର ନାମ ମୋର ମହଲ୍ ଓ ରଙ୍ଗମହଲ୍ । ଏହି ଦୁଇ ରେସ୍ତୋରାଁର ଭବ୍ୟତା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ।

ଏଥିରେ ୨୪ କ୍ୟାରେଟ୍ ସୁନାରଆବରଣ ଥିବା ବାସନରେ ଖାଦ୍ୟ ପରସା ଯାଇଥାଏ । ଏହି ଦୁଇ ରେସ୍ତୋରାଁରେ ଇଣ୍ଡିଆନ୍, ଚାଇନିଜ୍, କଣ୍ଟିନେଣ୍ଟାଲ୍ ଓ ମେଓ୍ବାଡି ଖାଦ୍ୟ ମିଳିଥାଏ । ଏହା ସହିତ ଏଠାରେ ଡ୍ରିଙ୍କର ମଜା ମଧ୍ୟ ମିଳିଥାଏ । ଏଠାରେ ଦୁନିଆର ସମସ୍ତ ଭଲ ବ୍ରାଣ୍ଡ ଉପଲବ୍ଧ ରହିଥାଏ । ମହାରାଜା ଏକ୍ସପ୍ରେସରେ ବୋର୍ ହେଉଥିବା ଯାତ୍ରୀଙ୍କ ପାଇଁ ଏକ ଖାସ୍ କ୍ୟାବିନ୍ ରହିଛି । ଯାହାର ନାମ ସଫାରୀ ବାର୍ ରଖାଯାଇଛି । ଏଠାରେ ଭିନ୍ନ ପ୍ରକାରର ଖେଳ ଖେଳି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.