ଏତେ ସଂଘର୍ଷ ପରେ ବି କଣ ନାରୀ ପାଇଲାଣି ନିଜ ଅଧିକାର ? ଆଜି ବିଶ୍ୱ ମହିଳା ସମାନତା ଦିବସ

ଆଜି ଅଗଷ୍ଟ ୨୬ ତାରିଖ । ଏମିତି ତ ବର୍ଷର ୩୬୫ ଦିନରେ ବିଭିନ୍ନ ଦିବସ ପାଳନ କରାଯାଏ ହେଲେ ଆଜି ଦିବସ ମହତ୍ୱ କିଛି ଅଲଗା । ଆଜି ହେଉଛି ବିଶ୍ୱ ମହିଳା ସମାନତା ଦିବସ । ଅର୍ଥାତ୍ ପୁରୁଷଙ୍କ ସହ ମହିଳାଙ୍କୁ ସମାନ ଅଧିକାର ଦେବାର ଯେଉଁ ଆହ୍ଵାନ ଥିଲା ସେ ନେଇ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ପାଳନ କରାଯାଉଛି ।

ଯଦି ଇତିହାସକୁ ଯିବା ତେବେ ଜଣାପଡ଼ିବ ଯେ ପ୍ରଥମେ ମହିଳାଙ୍କ ସମାନ ଅଧିକାର ପାଇଁ ନ୍ୟୁଜିଲାଣ୍ଡରେ ଆରମ୍ଭ ହୋଇଥିଲା ଏହି ଅଭିଯାନ । ୧୮୯୩ରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଆମେରିକାରେ ୧୯୨୦ ମସିହା ଅଗଷ୍ଟ ୨୬ରୁ ଏହି ଦିବସ ପାଳନ କରାଯାଉଛି । ତେବେ ଭାରତରେ ୧୯୭୧ରୁ ମହିଳା ସମାନତା ଦିବସ ପାଳନ ହେଉଛି ।

WOMEN-4

ଆମ ଦେଶରେ ସ୍ୱାଧୀନତା ପରେ ହିଁ ମହିଳାମାନଙ୍କୁ ଭୋଟ୍ ଦେବାର ଅଧିକାର ମିଳିଥିଲା । ହେଲେ ପଞ୍ଚାୟତ ନିର୍ବାଚନରେ ସେମାନଙ୍କ ପ୍ରାର୍ଥୀ ହେବାର ସୁଯୋଗ ମିଳୁନଥିଲା । ପରବର୍ତ୍ତୀ ସମୟରେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମୟରେ ସମ୍ବିଧାନରେ ସଂଶୋଧନ କରାଯାଇ ମହିଳାଙ୍କୁ ମଧ୍ୟ ନିର୍ବାଚନ ଲଢ଼ିବାର ସୁଯୋଗ ମିଳିଲା । ଭାରତରେ ଏହି ଦିବସ ପାଳନ ପୂର୍ବରୁ ମହିଳାଙ୍କ ସମାନ ଅଧିକାର ପାଇଁ ଖୁବ୍ ସଂଘର୍ଷ କରିଥିଲେ ଜଣେ ମହିଳା ଓକିଲ ବେଲ୍ଲା ଅବ୍‌ଜୁଗ।

WOMEN-3

ଆମ ଦେଶ କଥାକୁ ବିଚାରକୁ ନେଲେ ଦେଖାଯିବ ଯେ ପୂର୍ବ ଭଳି ଆଉ ମହିଳାଙ୍କୁ ଦ୍ୱିତୀୟ ଶ୍ରେଣୀ ନାଗରିକ ଭାବେ ଗ୍ରହଣ କରାଯାଉ ନାହିଁ । ସେମାନେ ମଧ୍ୟ ପୁରୁଷଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ସବୁ କ୍ଷେତ୍ରରେ ନିଜର ଦକ୍ଷତା ଦେଖାଉଛନ୍ତି । ସେନା ଠାରୁ ଆରମ୍ଭ କରି କୃଷିକ୍ଷେତ୍ର ଯାଏ ସିଭିଲ ସର୍ଭିସ୍‌ରୁ ନେଇ ବିମାନ ଚଳାଇବା ଯାଏ ସବୁଠି ମହିଳାମାନେ ସଫଳତାର ସହ କାମ କରି ଚାଲିଛନ୍ତି । ତେବେ ଯେଉଁ ସମାନତା କଥା କୁହାଯାଉଛି ସେଥିରେ ସଂଖ୍ୟାରେ ପଛରେ ଅଛନ୍ତି ମହିଳାମାନେ । ସରକାରଙ୍କ ପକ୍ଷରୁ ସଂରକ୍ଷଣ ଆଦି ବ୍ୟବସ୍ଥା ସତ୍ତ୍ୱେ ଅଳ୍ପ କେତେକ ସଂସ୍ଥା କିମ୍ବା ଅନୁଷ୍ଠାନରେ ମହିଳା କର୍ମଚାରୀଙ୍କ ସଂଖ୍ୟା ଅଧିକ ରହିଥିଲେ ମଧ୍ୟ ଅନେକ ଅନୁଷ୍ଠାନରେ ଏବେବ ପୁରୁଷଙ୍କ ସଂଖ୍ୟା ବେଶି ରହିଛି ।

WOMEN-2

ସେହିପରି ସାକ୍ଷରତାରେ ମଧ୍ୟ ପୁରୁଷ ଠାରୁ ମହିଳାମାନେ ପଛରେ ଅଛନ୍ତି । ସେମାନଙ୍କୁ ଆଗକୁ ଆଣିବା ପାଇଁ ସ୍ୱତନ୍ତ୍ର ଭାବେ ମହିଳା ସଶକ୍ତୀକରଣ ମନ୍ତ୍ରାଳୟ ମଧ୍ୟ ରହିଛି । ଏ ଦିଗରେ ଲଗାତର ଭାବେ ପ୍ରୟାସ ଚାଲିଛି । ତଥାପି ଆମ ଦେଶରେ ମହିଳା ନିର‌୍ୟାତନା, ବଳାତ୍କାର, ହତ୍ୟା ଆଦି ଘଟଣା କମିବାର ନାଁ ନେଉ ନାହିଁ । ଯାହା ଏବେବି ମହିଳାଙ୍କ ପାଇଁ ସମାନ ସ୍ଥିତିକୁ ଆସିବାରେ ବଡ଼ ପ୍ରତିବନ୍ଧକ ହେଉଛି । ତେଣୁ ଏଥିପାଇଁ ସାମୂହିକ ପ୍ରୟାସ ଆବଶ୍ୟକ ଏବଂ ବିଶେଷ ଭାବେ ପୁରୁଷ ଏବଂ ରୁଢ଼ିବାଦୀ ମାନସିକତାରେ ଥିବା ମହିଳାମାନେ ନିଜ ଭିତରେ ପରିବର୍ତ୍ତନ ଆଣିବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.