Below header

ଦୁନିଆର ପ୍ରଥମ ୧୧୫ ଫୁଟ ଉଚ୍ଚ ‘ସ୍କାଏ ପୁଲ’, ଦୁଇ ଅଟ୍ଟାଳିକା ମଝିରେ ପବନରେ ପହଁରିବେ ଲୋକେ

ବ୍ରିଟେନରେ ଦୁଇ ଅଟ୍ଟାଳିକା ମଝିରେ ତିଆରି ହେଉଥିବା ସ୍କାଏ ପୁଲକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଛି। ଏହି ସ୍କାଏ ପୁଲକୁ ଗଗନଚୁମ୍ବି ଅଟ୍ଟାଳିକା ସହିତ ଯୋଡ଼ାଯାଇଛି, ଯାହାକି ଟ୍ରାନ୍ସପରେଣ୍ଟ ରହିଛି। ଏହା ଦୁନିଆର ପ୍ରଥମ ସ୍କାଏ ପୁଲ ହେବ, ଯାହା ପବନରେ ୧୧୫ ଫୁଟ ଉଚ୍ଚରେ ପହଁରିବାର ଅନୁଭବ ଦେବ। ଆସନ୍ତା ଗ୍ରୀଷ୍ମ ଋତୁରେ ଏହାକୁ ଉନ୍ମକ୍ତ କରାଯିବ।

ତଳକୁ ଚାହିଁଲେ ପୁଲ ଭିତରର ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ ଦେଖାଯାଉଛି, ଯଦ୍ଦ୍ଵାରା ଅଟ୍ଟାଳିକାର ସୁନ୍ଦରତା ମଧ୍ୟ ବଢ଼ିଯାଉଛି। ବର୍ତ୍ତମାନ କୋଲୋରାଡୋରେ ଏହାର ଶେଷ ପର୍ଯ୍ୟାୟ କାମ ଜାରି ରହିଛି। ପାଖାପାଖି ୪୦୦ ଟନ୍‌ ପାଣି ରଖିବାର କ୍ଷମତା ଥିବା ଏହି ପୁଲ ୩ ମିଟର ଗଭୀର ଏବଂ ୨୫ ମିଟର ଲମ୍ବା ହେବ। ଦକ୍ଷିଣ ଲଣ୍ଡନର ଭକ୍ସହଲରେ ଏକ ସଙ୍ଗେ ଦୁଇଟି ଅଟ୍ଟାଳିକା ମଝିରେ ଏହାକୁ ପବନରେ ଅତି ସାବଧାନତା ସହିତ ରଖାଯାଇଛି। ଏହାର ନିର୍ମାଣ ଶୈଳୀ ଏପରି ଯେ ଡେଭେଲପର୍ସଙ୍କ ଅନୁସାରେ ଏହା ‘ଫ୍ଲୋଟିଙ୍ଗ୍‌ ଅନ୍‌ ଏୟାର’ ଅଟେ।

ଏହାସହ ପଢନ୍ତୁ: ଗରିବଙ୍କ ପାଇଁ ଆଗେଇ ଆସିଲେ ୧୬ ବର୍ଷର ଏହି ବାଳିକା, ୪୫ କିମି ପାଣିରେ ପହଁରି ଏକାଠି କଲେ ୪୨ ଲକ୍ଷ ଟଙ୍କା

pool2

ତେବେ ଏହି ପୁଲ ତିଆରି ହେବା ଯୋଗୁ ଏମ୍‌ବେସୀ ଡେଭେଲପମେଣ୍ଟ ଆପାର୍ଟମେଣ୍ଟରେ ଥିବା ଘରଗୁଡ଼ିକର ଦାମ୍‌ ମଧ୍ୟ ଆକାଶଛୁଅାଁ ହୋଇଯାଇଛି। ଏଠାରେ ଥିବା ଏକ ପେଣ୍ଟହାଉସ୍‌ ସୁଇଟ୍‌ର ଦାମ୍‌ ୬ ଲକ୍ଷ ଡଲାର ପଯ୍ୟର୍ନ୍ତ ପହଞ୍ଚିଯାଇଛି। ସ୍କାଏ ପୁଲ ସହିତ ଏଠାରେ ଲୋଙ୍କ ପାଇଁ ଅନ୍ୟ ସୁବିଧା ବି ଉପଲବ୍ଧ କରାଯିବ। ଏଥିରେ ଜିମ୍‌, ସ୍ପା ଏବଂ ଏକ ସିନେମା ଥିଏଟର ରହିବ। ଏପରି କି, ଏଠାରେ ହେବାକୁ ଥିବା ପ୍ରାଇଭେଟ ପାର୍ଟିଗୁଡ଼ିକ ପାଇଁ ମଧ୍ୟ ଅଧିକ ଭଡ଼ା ଦେବାକୁ ପଡ଼ିବ।

pool3

ଡେଭେଲପର୍ସ ଇକୋଓ୍ଵାର୍ଲ୍ଡ ବାଲିମୋରର ସିଇଓ ସିଆନ୍‌ ମୁଲେରିଆନଙ୍କ ଅନୁସାରେ, ଏ ନେଇ ପୂର୍ବରୁ ଯୋଜନା ହୋଇଥିଲା, ଯାହାକି ଏବେ ବାସ୍ତବ ରୂପ ନେବାକୁ ଯାଉଛି। ଏହି ସ୍ୱପ୍ନକୁ ପୂରା କରିବା ପାଇଁ ୫ ବର୍ଷ ସମୟ ଲାଗିଥିଲା। ଏହାର ଶ୍ରେୟ ଏଠାକାର ଟେକ୍ନୋଲୋଜି କ୍ଷେତ୍ରରେ ହୋଇଥିବା ବିକାଶକୁ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.