ମାତିଛନ୍ତି ଟ୍ରାଫିକ୍ ପୋଲିସ୍, ଭୁବନେଶ୍ୱର ଆଚାର୍ଯ୍ୟ ବିହାରରେ ଅଟୋ ଚାଳକଙ୍କ ଉପରେ ୫୦ ହଜାର ଜରିମନା!
ଭୁବନେଶ୍ୱର (କେ ନ୍ୟୁଜ୍) : ଏବେ ରାଜଧାନୀରେ ଲୁଟେରା ନୁହଁ ମାତିଛନ୍ତି ଟ୍ରାଫିକ୍ ପୋଲିସ୍ । ଟିକିଏ ଭୁଲ କଲେ ଆଉ ଗାଡ଼ି ଚାଳକଙ୍କ ତ୍ରାହି ନାହିଁ । ଟିକିଏ ଭୁଲ ଥିଲେ ବି ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ଚାଳକଙ୍କ ଠାରୁ ବଡ଼ ଅଙ୍କରେ ଫାଇନ୍ ଆଦାୟ କରୁଛନ୍ତି । ଆଜି ସେମାନଙ୍କ କବଳରେ ପଡ଼ିଛନ୍ତି ଜଣେ ଅଟୋ ଡ୍ରାଇଭର୍ । ଅଟୋ ଚାଳକଙ୍କୁ ଜରିମାନା ହୋଇଛି ୫୦ ହଜାର ଟଙ୍କା । ଆଚାର୍ଯ୍ୟବିହାରରେ ଚେକିଂ ବେଳେ ହରିବନ୍ଧୁ କହଁରଙ୍କୁ ଜରିମାନା ମାଗିଲା ପୋଲିସ। ନୂଆ ମୋଟର ଭେଇକେଲ୍ ଆକ୍ଟରେ ଫସିଲେ ଅଟୋ ଚାଳକ। ମୋଟ ୮ଟି ନିୟମ ଉଲ୍ଲଙ୍ଘନ ମାମଲାରେ ତାଙ୍କ ଉପରେ ଅଧଲକ୍ଷ ଟଙ୍କା ଠୁଙ୍କି ଦେଇ ଜରିମାନା ଲଗାଯାଇଛି । ବିଚରା ହରିବନ୍ଧୁ ଏବେ କଣ କରିବେ, କେବଳ ହରିଙ୍କୁ ହିଁ ଭଜୁଛନ୍ତି ।