ନିଶ୍ଚିନ୍ତକୋଇଲି : ନଦୀ ଶଯ୍ୟାରୁ ଗଳିତ ଶବ ଉଦ୍ଧାର

ନିଶ୍ଚିନ୍ତକୋଇଲି (କେ ନ୍ୟୁଜ) : ଲୁଣା ନଦୀ ଶଯ୍ୟାରୁ ଅଚିହ୍ନା ଯୁବକଙ୍କ ଗଳିତ ଠାବ୍‌। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ତେନ୍ତଲପୁର ଗାଁ ଲୁଣା ନଦୀ ବାମ ପାର୍ଶ୍ୱ କାଳିଆ ବୁଦା ମଠ ନିକଟ ଶର୍ଯ୍ୟାରୁ ଏକ ଅଚିହ୍ନା ଯୁବକଙ୍କ ଗଳିତ ଶବ ଏକ ଜରିବସ୍ତାରେ ବନ୍ଦ ହୋଇ ପଡିଥିବା ସ୍ଥାନୀୟ ଗ୍ରାମବାସୀ ଆଜି ସକାଳେ ଦେଖି ପୋଲିସକୁ ସୂଚନା ଦେଇଥିଲେ। ମୃତକଙ୍କ ପରିଚୟ ଜଣାପଡିନଥିଲା ବେଳେ ଘଟଣା ସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉକ୍ତ ବସ୍ତାକୁ ଖୋଲିବାରୁ ସେଥିରେ ଏକ ଯୁବକଙ୍କ ହାତଗୋଡ ବନ୍ଧା ହୋଇଥିବା ମୃତଦେହ ଦେଖିବାକୁ ପାଇଛି। ମୃତ ଶବର ବେକ ଏବଂ ପିଠିରେ ହଣା ହୋଇଥିବାର ଦାଗ ଦେଖିବାକୁ ମିଳିଛି। ପୋଲିସ ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ କହୁଥିବା ବେଳେ କେହି ଉକ୍ତ ଯୁବକକୁ ହତ୍ୟା କରି ଜରି ବସ୍ତାରେ ବାନ୍ଧି ନଦୀରେ ଭସାଇ ଦେଇଥିବା ପୋଲିସ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.