Below header

ପେନସିଲ୍ ମୁନରେ ୨ମିମି ଉଚ୍ଚତା ବିଶିଷ୍ଟ ବିଶ୍ଵର ସବୁଠାରୁ କ୍ଷୁଦ୍ର ଭାରତ ମାନଚିତ୍ର, ଦେଖିଲେ ହୋଇଯିବେ ଚକିତ

ଏହି ପବିତ୍ର ସ୍ୱାଧୀନତା ଦିବସ ଅବସରରେ ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣା ନିର୍ମାଣ କରିଛନ୍ତି ବିଶ୍ଵର ସବୁଠାରୁ କ୍ଷୁଦ୍ର ଭାରତ ମାନଚିତ୍ର। ଏହାର ଉଚ୍ଚତା ୨ ମିଲିମିଟର । ପେନସିଲ୍ ମୁନରେ ଏହାକୁ ତିଆରି କରାଯାଇଛି ।

ବ୍ରହ୍ମପୁର(କେନ୍ୟୁଜ୍): ଆଜି ସାରା ଦେଶ ପାଳନ କରୁଛି ୭୭ ତମ ସ୍ୱାଧୀନତା ଦିବସ। ଏଥିପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏ ସବୁଠି ଉତ୍ସାହର ମାହୋଲ। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବକୁ ଆଜାଦୀ କା ଅମୃତ ମହୋତ୍ସବ ଭାବେ ପାଳନ କରୁଛି । ଏଥିସହ ସାରା ଦେଶରେ ଜାରି ରହିଛି ହର ଘର ତ୍ରିରଙ୍ଗା ଅଭିଯାନ। ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହିତ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଚଳିତ ସ୍ୱାଧୀନତା ଦିବସ ସମାରୋହରେ ସାମିଲ ହୋଇଥିଲେ ୧୮ ଶହ ଅତିଥି । ଏପଟେ ରାଜ୍ୟସ୍ତରୀୟ ପରେଡ୍ ବି ମହାଆଡମ୍ବରରେ ପାଳନ କରାଯାଉଛି ।

ତେବେ ଏହି ପବିତ୍ର ସ୍ୱାଧୀନତା ଦିବସ ଅବସରରେ ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣା ନିର୍ମାଣ କରିଛନ୍ତି ବିଶ୍ଵର ସବୁଠାରୁ କ୍ଷୁଦ୍ର ଭାରତ ମାନଚିତ୍ର। ଏହାର ଉଚ୍ଚତା ୨ ମିଲିମିଟର । ପେନସିଲ୍ ମୁନରେ ଏହାକୁ ତିଆରି କରାଯାଇଛି । ପୂର୍ବରୁ ୧ ମିଲିମିଟରରୁ କମ ତ୍ରିରଙ୍ଗା ତିଆରି କରିଥିଲେ । ଏହା ସହ ୭୫ଟି କ୍ଷୁଦ୍ରତମ ପ୍ରର୍ଯ୍ୟଟନ ସ୍ଥଳୀ ଯାହା ପରିବେଶକୁ ସଫା ସୁତର ରଖିବା ନିମନ୍ତେ ତିଆରି କରିଥିଲେ ।

ଏହା ସହ ସେ ଚକ୍‌, ପଥର ଓ କାଠରେ ଶିବଲିଙ୍ଗ ତିଆରି କରିଥିଲେ। ବିଶ୍ୱର ସବୁଠୁ ଛୋଟ ଶିବ ଲିଙ୍ଗ ତିଆରି କରି ବ୍ରହ୍ମପୁରର ବାଲୁକାଶିଳ୍ପୀ ସତ୍ୟନାରାୟଣ ମହାରଣା ବେଶ୍ ଚର୍ଚ୍ଚାର ବିଷୟ । କାଠରେ ୩ଟି, ଚକ୍ ରେ ୪ଟି, ପଥର ଓ କାଠରେ ଶିବ ଲିଙ୍ଗ ତିଆରି କରିଥିଲେ। ଚକ୍ ମୂର୍ତ୍ତିର ଉଚ୍ଚତା ୧.୨, ୨.୭, ୩ ସେଣ୍ଟିମିଟର ଓ ୧ ଇଞ୍ଚ ରହିଥିଲେ।

ତେବେ ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣା ବିଭିନ୍ନ ସମୟରେ ଏଭଳି ଅନେକ କ୍ଷୁଦ୍ରତ୍ତମ କାରୁକାର୍ଯ୍ୟ କରି ପ୍ରଶଂସା ସାଉଁଟିଥିବାବେଳେ, ଆଜି ସ୍ୱାଧୀନତା ଦିବସ ଅବସରରେ ତାଙ୍କର ଏଭଳି ଏକ ସୁନ୍ଦର କ୍ଷୁଦ୍ର କଳା ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଥିବାବେଳେ, ତାଙ୍କର ଏଭଳି ପ୍ରତିଭାକୁ ସଭିଏଁ ପ୍ରଶଂସା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.