Below header

ମୌସୁମୀ ସକ୍ରିୟ : ରାଜ୍ୟରେ ଆଜିଠୁ ୪ଦିନ ଯାଏ ପ୍ରବଳ ବର୍ଷା

ଆଜିଠୁ ପ୍ରବଳ ବର୍ଷା । ରାଜ୍ୟରେ ଆଜିଠୁ ୪ଦିନ ଯାଏ ପ୍ରବଳ ବର୍ଷା । ଘୂର୍ଣ୍ଣିବଳୟ ପ୍ରଭାବରେ ସ୍ବାଭାବିକ ଅବସ୍ଥାକୁ ଫେରିବ ମୌସୁମୀ । ମୌସୁମୀ ସକ୍ରିୟ ହେବା ସହ ବଢିବ ବର୍ଷାର ପରିମାଣ । ଆଜିଠାରୁ ବର୍ଷାର ପରିମାଣ ଓ ବିସ୍ତୃତ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ପ୍ରବଳ ବର୍ଷା । ରାଜ୍ୟରେ ଆଜିଠୁ ୪ଦିନ ଯାଏ ପ୍ରବଳ ବର୍ଷା । ଘୂର୍ଣ୍ଣିବଳୟ ପ୍ରଭାବରେ ସ୍ବାଭାବିକ ଅବସ୍ଥାକୁ ଫେରିବ ମୌସୁମୀ । ମୌସୁମୀ ସକ୍ରିୟ ହେବା ସହ ବଢିବ ବର୍ଷାର ପରିମାଣ । ଆଜିଠାରୁ ବର୍ଷାର ପରିମାଣ ଓ ବିସ୍ତୃତ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଆଜି ବିଜୁଳି, ଘଡଘଡି ସହ ବର୍ଷା ନେଇ ୧୮ ଜିଲ୍ଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ଦେବଗଡ, କେଂଦୁଝର, ମୟୂରଭଞ୍ଜ ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, କେଂଦୁଝର ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ସତର୍କତା ଜାରି କରଯାଇଛି । ସେହିଭଳି ୧୬ ଓ ୧୭ ତାରିଖରେ ଉତ୍ତର ଉପକୂଳ ଓଡିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ସର୍ବାଧିକ ପ୍ରଭାବ ପଡିବ ବୋଲି ପାଣିପାଗ ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.