Below header

ରାହୁଲ ଗାନ୍ଧୀଙ୍କୁ ଯାଦୁ ଦେଖାଇଥିବା ଏହି ବ୍ଯକ୍ତି ଆଜି କେମିତି ହୋଇଗଲେ କଂଗ୍ରେସର ଚାଣକ୍ଯ ?

ଜଣେ ଯାଦୁକରର ପୁଅ ଯିଏ ଛାତ୍ରସଂଘ ନିର୍ବାଚନକୁ ଅତ୍ୟନ୍ତ ଶୋଚନୀୟ ଭାବେ ହାରିଯାଇଥିଲା, ଆଜି ସେ କଂଗ୍ରେସ୍ ଅଧ୍ୟକ୍ଷଙ୍କ ସେନାପତି । ରାହୁଲ୍ ଗାନ୍ଧୀଙ୍କୁ ପିଲାଦିନେ ଯିଏ ଯାଦୁ ଦେଖାଉଥିଲା, ଆଜି ସେ ତାଙ୍କ ପାର୍ଟି ସଙ୍ଗଠନର ନେତୃତ୍ୱ କରୁଛି ଯେତେବେଳେ ଦେଶରେ ଲାଗିଛି କଂଗ୍ରେସ୍ ମୁକ୍ତ ଭାରତର ନାରା । ଏହି ବ୍ୟକ୍ତି ସମସ୍ତଙ୍କ ଭାଇ ହେଉଛି ଆଉ ଧୀରେ ଧୀରେ ରାଜନୀତିର ପଶାପାଲୀରେ ନିଜର ଗୋଟି ଚଳାଇ ସେହି ରାଜ୍ୟର ହେଉଯାଉଛି ମୁଖ୍ୟମନ୍ତ୍ରୀ ଯେଉଁଠି କ୍ଷତ୍ରୀୟ , ଜାଠ ଏବଂ ବ୍ରାହ୍ମଣଙ୍କର ରହିଛି ଦବଦବା । କେବେ ଡାକ୍ତର ହେବାର ସ୍ବପ୍ନ ଦେଖିଥିବା ଏହି ବ୍ୟକ୍ତି ଆଜି କଂଗ୍ରେସକୁ ତାର ଖରାପ ସମୟରେ କରୁଛି ଚିକିତ୍ସା । ପାର୍ଲେଜି ବିସ୍କୁଟର ସୌକିନ୍ ଏହି ନେତା ଉପରେ ନିଜ ଜିନିୟସ୍ ଷ୍ଟାଟେର୍ଜି ଦ୍ବାରା କଂଗ୍ରେସ୍ ନେତା ରାହୁଲ୍ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ଉପଲବ୍ଧିକୁ ଭାଙ୍ଗିବାର ଦାୟିତ୍ବ ଅଛି । ଆମେ କହୁଛୁ ରାଜସ୍ଥାନର ଦୁଇଥର ମୁଖ୍ୟମନ୍ତ୍ରୀ ରହିସାରିଥିବା ଏବଂ ବର୍ତ୍ତମାନ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ଅଶୋକ ଗେହଲତଙ୍କ ବିଷୟରେ ।

ରାଜ୍ୟରେ ଗେହଲତ୍ ଙ୍କ ଛବି ଏମିତି ଏକ ନେତା ଭାବରେ ଅଛି ଯିଏ କହିବାରେ କମ୍ ରେଜଲ୍ଟ ଦେବାରେ ଅଧିକ ବିଶ୍ବାସ ରଖନ୍ତି । ତାଙ୍କର ପୁଞ୍ଜି ହେଉଛି ପବିତ୍ରତା,ବିନମ୍ରତା ଗରିବଙ୍କ ପ୍ରତି ଶ୍ରଦ୍ଧା ଏବଂ ପାର୍ଟି ପ୍ରତି ବିଶ୍ବସନୀୟତା । ଯିଏ ଯେତିକି ଜନତାର ଲୋକ ସେତିକି ହିଁ ସଙ୍ଗଠନରେ ମଜଭୁଜ କ୍ଷମତା ରଖେ । ସେ କେବଳ ସଡକରେ କଡା ଚା ପିଇବାର ସୌକିନ୍ ନୁହଁ ବରଂ ଜନତାଙ୍କ ହିତରେ ହେଉ ବା ପାର୍ଟିର କଥା ହେଉ ସବୁଥିରେ ନେଇଥାଏ କଡା ନିଷ୍ପତ୍ତି।

ବିନମ୍ରତାର ଚର୍ଚ୍ଚା :

Ashok_Gehlotମହାତ୍ମା ଗାନ୍ଧୀ, ମାର୍ଟିନ୍ ଲୁଥର କିଙ୍ଗ୍ ଏବଂ କବୀରଙ୍କ ଦ୍ବାରା ପ୍ରେରିତଗେହଲତ୍ଙ୍କ ବିନମ୍ରତାର ଅନେକ କାହାଣୀ ଅଛି । ୧୯୮୦ରେ ପ୍ରଥମଥର ସାଂସଦ ହୋଇଥିବା ଗେହଲତ୍ ୧୯୮୨ରେ ଦିଲ୍ଲୀରେ ରାଜ୍ୟମନ୍ତ୍ରୀ ଶପଥ ନେବା ପାଇଁ ଯେତେବେଳେ ଅଟୋରିକ୍ସାରେ ରାଷ୍ଟ୍ରପତି ଭବନ ପହଂଚିଥିଲେ ସେତେବେଳେ ସେଠାରେ ଥିବା ସୁରକ୍ଷାକର୍ମୀ ତାଙ୍କୁ ଅଟକାଇ ଦେଇଥିଲେ । ସର୍ବଦା ସୁତାର ମାଳ ପିନ୍ଧୁଥିବା ଗେହଲତ୍ ନିଜ ସମର୍ଥକଙ୍କ ତରଫରୁ ମିଳୁଥିବା ଫୁଲର ଗୁଛକୁ ଅଯଥା ଖର୍ଚ୍ଚ କହି ଅପତ୍ତି ଉଠାଇସାରିଛନ୍ତି । ସେହିପରି ନିଜ ଝିଅର ବିବାହରେ ବରଯାତ୍ରୀଙ୍କୁ ଛାଡିବା ପାଇଁ ରେଲୱେ ଷ୍ଟେସନ୍ ପର‌୍ୟ୍ୟନ୍ତ ଯାଇଥିବା ଗେହଲତ୍ ଜଣ ଜଣ କରି ଅତିଥିଙ୍କ ଗଣତି କରି ଟିକେଟ୍ କିଣିଥିଲେ ।

କେମିତି ବଢିଲା କଂଗ୍ରେସର ଗ୍ରାଫ୍ :

ଯୋଧପୁରରେ ଜୟନାରାୟଣ ବ୍ୟାସ୍ ବିଶ୍ବବିଦ୍ୟାଳୟର ଛାତ୍ରସଂଘ ନିର୍ବାଚନରୁ ବାହାରିଥିବା ଗେହଲତ୍ ଯୁବାବସ୍ଥାରେ ହିଁ ନିଜକୁ ସାମାଜିକ କାମରେ ଲଗାଇଦେଇଥିଲେ । ସେ କେବଳ ଯୋଧପୁର ଡାକ୍ତରଖାନାରେ ଭର୍ତ୍ତି ରୋଗୀଙ୍କ ଦେଖାଶୁଣା କରୁନଥିଲେ ବରଂ ଦୂର ଦୂରାନ୍ତରୁ ଆସିଥିବା ରୋଗୀଙ୍କ ସହ ମିଶି ସେମାନଙ୍କ ଘର ପରିବାର ପାଇଁ ଚିଠି ଲେଖୁଥିଲେ । ଏହା ମଧ୍ୟରେ ସେ ତରୁଣ ଶାନ୍ତି ସେନା ସହ ଜଡିତ ହୋଇଗଲେ ଏବଂ ମଦ ବିରୋଧରେ ଆରମ୍ଭ କରିଦେଲେ ଆନ୍ଦୋଳନ । ୧୯୭୦ରେ ପୂର୍ବ ବଙ୍ଗାଳର ଶରଣାର୍ଥୀ ଶିବିରରେ ତାଙ୍କ କାମର ଅନେକ ଚର୍ଚ୍ଚା ହୋଇଥିଲା । ଯାହା ଫଳରେ ତାଙ୍କ ଉପରେ ନଜର ପଡିଥିଲା କଂଗ୍ରେସର । ଏବଂ ତାଙ୍କୁ ରାଜସ୍ଥାନରେ ଭାରତୀୟ ରାଷ୍ଟ୍ରୀୟ ସଙ୍ଗଠନର ଅଧ୍ୟକ୍ଷ କରିଦିଆଯାଇଥିଲା ।

ମୋଟର ସାଇକେଲ୍ ବିକ୍ରି କରି ସାଂସଦ ପାଇଁ ଓହ୍ଲାଇଥିଲେ ନିର୍ବାଚନୀ ମୈଦାନକୁ :

ashok_ gehlot୧୯୮୦ରେ ଲୋକସଭା ନିର୍ବାଚନରେ କଂଗ୍ରେସର ସ୍ଥିତି ଖୁବ୍ ଶୋଚନୀୟ ଥିଲା । ଅବସ୍ଥା ଏପରି ଥିଲା ଯେ ତାଙ୍କ ବ୍ୟତୀତ କଂଗ୍ରେସରୁ ଟିକେଟ୍ ନେବା ପାଇଁ କୌଣସି ବି ନେତା ଆଗକୁ ଆସିଲେ ନାହିଁ । ଏମିତିରେ ଅଶୋକଙ୍କୁ ସହଜରେ ପାର୍ଟି ତରଫରୁ ଟିକେଟ୍ ମିଳିଯାଇଥିଲା । ତେବେ ଗେହଲତଙ୍କ ନିକଟରେ ଟଙ୍କା ନଥିବାରୁ ମାତ୍ର ୪ ହଜାର ଟଙ୍କାରେ ନିଜ ମୋଟର ସାଇକେଲ୍ ବିକ୍ରି କରି ନିର୍ବାଚନ ଲଢିଥିଲେ । ନିଜ ସାଙ୍ଗଙ୍କ ସେଲୁନକୁ ନିର୍ବାଚନୀ କାର‌୍ୟ୍ୟାଳୟ କରିବା ସହ ସାଙ୍ଗର ବାଇକରେ ବସି ନିର୍ବାଚନ ପ୍ରଚାର କରିଥିଲେ । ଏପରିକି ନିଜେ ପୋଷ୍ଟର ଲଗାଉଥିଲେ ଗେହଲତ୍। ଏହା ପରେ ରେଜଲ୍ଟ ଆସିଲା ତ ଗେହଲତ୍ ଦେଶର ଯୁବ ସାଂସଦ ଭାବରେ ସାମ୍ନାକୁ ଆସିଲେ । ଭବିଷ୍ୟତର ଅନୁମାନ ଲଗାଇପାରିବାର କ୍ଷମତା ରଖୁଥିବା ଗେହଲତ୍ ସତ୍ତାକୁ ଆସିବା ମାତ୍ରେ ଶକ୍ତିର କେନ୍ଦ୍ରୀୟକରଣ କରିନିଅନ୍ତି ।

ଯୋଧପୁରକୁ ଚିଡିଆନାଥଙ୍କ ଅଭିଶାପରୁ କରିଥିଲେ ମୁକ୍ତ :

ସବୁ ଗାଁ ସହର ପରି ଯୋଧପୁରରେ ମଧ୍ୟ ଗୋଟିଏ ଲୋକକଥା ପ୍ରଚଳିତ ଥିଲା । ବାବା ଚିଡିଆନାଥ ଯୋଧପୁରକୁ ଅଭିଶାପ ଦେଇଥିଲେ ଯେ ଏଠାରେ କେବେ ପାଣି ମିଳିବନି । ସର୍ବଦା ଅକାଳ ସ୍ଥିତି ରହିବ । କିନ୍ତୁ ପୁରା କାହାଣୀକୁ ବଦଳାଇଦେଲେ ଗେହଲତ୍ । ନିଜ ସାଂସଦ କାର‌୍ୟ୍ୟକାଳ ମଧ୍ୟରେ ସେଠାରେ ଲିଫ୍ଟ କେନାଲ୍ ଆଣିବାରେ ସଫଳ ହୋଇଥିଲା ଗେହଲତ୍ । ଆଉ ଯୋଧପୁରବାସୀଙ୍କ ପାଣି ସଙ୍କଟରୁ ବାହାର କରିଥିଲେ ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ୍ :

ashok୧୯୯୮ରେ ଅଶୋକ ଗେହଲତ୍ ଯେତେବେଳେ ପ୍ରଥମଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ସେତେବେଳେ ରାଜ୍ୟରେ ଥିଲେ ଜାଠ ଏବଂ ବ୍ରାହ୍ମଣ ନେତା । ଆଉ ଗେହଲତ୍ ଥିଲେ ମାଳି । କିନ୍ତୁ ରଣନୀତି ଏବଂ ସବୁ ବିଧାନସଭାରେ ୨ ରୁ ୫ ହଜାର ସମର୍ଥକ ବଳରେ ପୁରା ବାଜି ଓଲଟାଇଦେଲେ ଗେହଲତ୍। ଅଶୋକ ଗେହଲତ୍ ସଙ୍ଗଠନରେ ଟିଫିନ୍ ଗୋଠ ପରମ୍ପରା ଆରମ୍ଭ କରିଥିଲେ । ଯାହା ଆଜି ବି କାଏମ୍ ଅଛି । ସବୁ କଂଗ୍ରେସ୍ କର୍ମକର୍ତ୍ତା ଟିଫିନ୍ ନେଇ ଆସନ୍ତି ଏବଂ ସମସ୍ତ ନେତା – କର୍ମକର୍ତ୍ତା ମିଶିକି ଖାଆନ୍ତି । ଏହି ପରମ୍ପରା ମସସ୍ତଙ୍କ ସମାନ ଦରଜା ଦେବା ପାଇଁ ଆରମ୍ଭ କରିଥିଲେ ।

ବ୍ୟକ୍ତିଗତ ଜୀବନ :

୩ ମେ ୧୯୫୧ ରେ ଯୋଧପୁରରେ ଜନ୍ମ ହୋଇଥିବା ଅଶୋକ ଗେହଲତ୍ ବିଜ୍ଞାନ ଏବଂ ଲ ଗ୍ରାଜୁଏଟ୍ । ଇକୋନୋମିକ୍ସରେ ମାଷ୍ଟରଡିଗ୍ରୀ ମଧ୍ୟ କରିଛନ୍ତି । ତାଙ୍କ ବାପା ଲକ୍ଷ୍ମଣ ସିଂହ ଜଣେ ଯାଦୁଗର ଥିଲେ ଯାହା ତାଙ୍କୁ ବିରାସତରେ ମିଳିଥିଲା । ବାପାଙ୍କଠାରୁ ଯାଦୁ ଶିଖିଥିବା ଗେହଲତ୍ ଚଳିବା ପାଇଁ କିଛି ଦିନ ଅନ୍ୟଙ୍କୁ ଯାଦୁ ମଧ୍ୟ ଦେଖାଇଥିଲେ । କିନ୍ତୁ ଭାଗ୍ୟ ତାଙ୍କୁ ନେଇ ଆସିଲା ରାଜନୀତିର ମୈଦାନକୁ ଆଉ ଜନତାଙ୍କ ମଧ୍ୟରେ ଚାଲିବାକୁ ଲାଗିଲା ତାଙ୍କ ଯାଦୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.