Below header

ଏମିତି ପ୍ରେମ ଆପଣ କଉଠି ଦେଖିନଥିବେ, ପୋଷା କୁକୁର ପାଇଁ ମହିଳା କଲେ ଆତ୍ମହତ୍ୟା

ଏବେକା ସମୟରେ କୁକୁର, ବିଲେଇ ଭଳି ଜନ୍ତୁଙ୍କୁ ପୋଷା ଭାବେ ପାଳନ କରିବା ଅତି ସାଧାରଣ ହେଲାଣି । ପ୍ରାୟ ସମସ୍ତଙ୍କ ଘରେ କୁକୁର ମାନଙ୍କୁ ପୋଷା ଭାବେ ରଖାଯାଏ । ସେ ଚୋର ଭୟରେ ହେଉ ଅବା ନିଜ ସଉକ ମେଣ୍ଟାଇବା ପାଇଁ ହେଉ । ଅଫିସର ମାନଙ୍କ ଠାରୁ ଆରମ୍ଭ କରି ସାଧାରଣ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ କିଛି ନା କିଛି ଜନ୍ତୁଙ୍କୁ ପୋଷା ଭାବେ ରଖୁଛନ୍ତି । କିନ୍ତୁ ନିଜ ପୋଷା କୁକୁର ପ୍ରେମରେ ନିଜେ ଆତ୍ମହତ୍ୟା କରିଥିବା କଥା ହୁଏତ କେବେ କେହି ଶୁଣିନଥିବେ । ହଁ ଏମିତି ହିଁ ଏକ ଘଟଣା ଘଟିଛି ତାମିଲନାଡୁର କୋଏମ୍ବାଟୁର ଠାରେ । ପ୍ରକୃତରେ କବିତା ନାମକ ଏକ ୨୪ ବର୍ଷୀୟ ଝିଅର ପିତା ନିଜ ଝିଅକୁ କୁକୁର ଠାରୁ ଅଲଗା ରହିବା ପାଇଁ କହିଥିଲେ ।

 

pet dog

କିନ୍ତୁ କବିତା ନିଜ ପୋଷା କୁକୁରକୁ ଏତେ ମାତ୍ରାରେ ଭଲ ପାଉଥିଲେ କି ଏମିତି ନିଜ ଜୀବନକୁ ଶେଷ କରିବା ଭଳି ଏକ ବଡ ପଦକ୍ଷେପ ନେବାକୁ ମଧ୍ୟ ପଛେଇଲେ ନାହିଁ । ଦୁଇଦିନ ତଳେ ଅର୍ଥାତ ଗୁରୁବାର ଦିନ ସନ୍ଧ୍ୟାରେ ନିଜ ରୁମରେ ଏକଲା ଥିବା ସମୟରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ପରେ ରୁମରୁ ପୋଲିସକୁ ଏକ ପତ୍ର ମଧ୍ୟ ମିଳିଥିଲା । ଯେଉଁଥିରେ କବିତା ନିଜ ହାତରେ ହିଁ ଏହି ପତ୍ର ଟି ପରିବାର ଲୋକଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ । ଏଥିରେ କବିତା ନିଜ ଭାଇ,ବାପା ଓ ଜେଜେ ମାଙ୍କୁ ନିଜ ଅତି ପ୍ରିୟ କୁକୁରର ଦେଖାଶୁଣା କରିବାକୁ ନିବେଦନ କରିଛନ୍ତି । ଏହା ସହ ନିଜର ଏହି ପଦକ୍ଷେପ ପାଇଁ କ୍ଷମା କରିବା ପାଇଁ ପରିବାର ଲୋକଙ୍କୁ ପ୍ରତି ସପ୍ତାହରେ ମନ୍ଦିର ଯିବାକୁ ମଧ୍ୟ ନିବେଦନ କରି କହିଛନ୍ତି ।

ଏହା ସହ ପଢନ୍ତୁ: ଏକ ଅଜବ ବାହାଘର, ଜେଲ ପରିସରରେ ବର ସାଜିଲେ ଗ୍ୟାଙ୍ଗଷ୍ଟାର

ସୂଚନା ମୁତାବକ କବିତାଙ୍କ ଅତି ପ୍ରିୟ କୁକୁର ‘ସିଜର’ ପ୍ରାୟ ୨ ବର୍ଷ ହେବ ତାଙ୍କ ପାଖରେ ରହୁଥିଲା । ସେ ଦୁହେଁ ପରସ୍ପର ସହ ଏତେ ନିବିଡ ହୋଇଯାଇଥିଲେ ଯେ ଦୁହେଁ ଦୁହିଁଙ୍କୁ ଦଣ୍ଡେ ନଦେଖିଲେ ରହି ପାରୁନଥିଲେ । ଏମିତିକି କବିତା ଏହି କୁକୁର ଟିର ଖୁବ ଯତ୍ନ ମଧ୍ୟ ନେଉଥିଲେ । ନିଜ ପରିବାରଠୁ ଅଧିକ କବିତା, ସିଜରକୁ ଭଲ ପାଉଥିଲେ । କିନ୍ତୁ ବୁଧବାର ରାତି ଯେମିତି ସିଜର ପାଇଁ କାଳ ହେଲା । ସେଦିନ ପ୍ରବଳ ବର୍ଷା ଓ ଘଡଘଡିରେ ଭୟଭୀତ ହୋଇ ସିଜର ଖୁବ ଜୋରରେ ଭୁକିବାକୁ ଲାଗିଥିଲା । କୁକୁର ଭୁକିବା ଶୁଣି ପଡୋଶୀ ଅତିଷ୍ଠ ହୋଇ କବିତାଙ୍କ ବାପା ପାଖରେ ଅଭିଯୋଗ କରିବାକୁ ଆସିଥିଲେ । ପରଦିନ କବିତାଙ୍କ ବାପା କବିତାଙ୍କୁ କୁକୁର ଟିକୁ ଦୂରରେ ନେଇ ଛାଡିବାକୁ ଆଦେଶ ଦେଇଥିଲେ । କିନ୍ତୁ ପିତାଙ୍କର ଏହି କଠୋରତା କବିତା ସହି ପାରିନଥିଲେ । ଫଳରେ ଗୁରୁବାର ସନ୍ଧ୍ୟାରେ ଘରେ କେହି ନଥିବା ସମୟରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ । ଏମିତି ଏକ ଅଜବ ଘଟଣା ନିଶ୍ଚିତ ରୂପେ ବିରଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.