EPFO ଦେଲା ଚାକିରିଆଙ୍କୁ ଉପହାର, ଏଣିକି ନିଜେ ଜେନେରେଟ କରିପାରିବେ UAN

ଏଣିକି କର୍ମଚାରୀ ମାନେ ୟୁଏନ ପାଇଁ କମ୍ପାନୀକୁ ନିର୍ଭର କରିବାକୁ ପଡିବନାହିଁ। ସଂଗଠିତ କ୍ଷେତ୍ରର କର୍ମଚାରୀ ମଧ୍ୟ ଇପିଏଫଓ ପୋର୍ଟଲକୁ ଯାଇ ନିଜେ ନିଜର ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (ୟୁଏନ)କୁ ଜେନେରେଟ କରିପାରିବେ। ସେବା ନିବୃତ୍ତି କୋଷ ସମ୍ଭାଳୁଥିବା ସଂସ୍ଥା ଇପିଏଫଓ ଶୁକ୍ରବାର ଦିନ ଏହି ସୁବିଧାକୁ ଘୋଷଣା କରି ଚାକିରିଆଙ୍କୁ ବଡ ଉପହାର ଦେଇଛି।

ଏବେ କମ୍ପାନୀ କରୁଛି ୟୁଏନ ଜେନେରେଟ୍‌

ବର୍ତ୍ତମାନ କର୍ମଚାରୀ ମାନେ ୟୁଏନ ପାଇଁ ନିଯୁକ୍ତ ଥିବା କମ୍ପାନୀକୁ ଆବେଦନ କରୁଛନ୍ତି , ଯାହାଦ୍ୱାରା ସେ ଯେତେବେଳେ ବି କମ୍ପାନୀ ବଦଳାଇବେ ସେହି ସମୟରେ ପିଏଫ ହସ୍ତାନ୍ତରଣ କରିବା ଝିନଝଟରୁ ରକ୍ଷା ପାଆନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କର୍ମଚାରୀଙ୍କ ୟୁଏନ ନମ୍ବର ଜୀବନ ସାରା ସମାନ ରହିଥାଏ।

uanକିନ୍ତୁ ଏବେ କର୍ମଚାରୀମାନେ ସିଧାସଳଖ ଇପିଏଫଓ ୱେବସାଇଟକୁ ଯାଇ ୟୁଏନ ଜେନେରେଟ୍ କରିପାରିବେ। ଏହି ୟୁଏନରେ କର୍ମଚାରୀଙ୍କର ପିଏଫ, ପେନସନ ଏବଂ ଜୀବନ ବୀମାର ଲାଭ ପାଇବା ପାଇଁ ପଞ୍ଜୀକରଣ ହୋଇଥାଏ।

ଏହାସହ ପଢନ୍ତୁ : BSNLର ଅନୋଖା ଅଫର, ଏଣିକି ପ୍ରତି ପାଞ୍ଚ ମିନିଟ ଫୋନ କଲରେ ମିଳିବ କ୍ୟାସବ୍ୟାକ୍‌

ଡିଜିଲକରରେ କରିପାରିବେ ପିପିଓ ଡାଉନଲୋଡ୍‌

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ନିଜର ୬୫ ଲକ୍ଷ ପେନସନଧାରୀଙ୍କ ପାଇଁ ଡିଜିଲକରରେ ପିପିଓ ଭଳି ପେନସନ ସମ୍ବନ୍ଧୀୟ କାଗଜପତ୍ର ଡାଉନଲୋଡ୍ କରିବା ଭଳି ସୁବିଧା ମଧ୍ୟ ଦେଇଛି। ଆପଣ ଡିଜିଲକରରେ ପିପିଓକୁ ଡାଉନଲୋଡ୍ କରିପାରିବେ। ଏହାଛଡା ଇପିଏଫଓ ଇଲେକଟ୍ରୋନିକ ପିପିଓର ଡିପୋଜିଟରୀ ବନାଇବା ପାଇଁ ନ୍ୟାସନାଲ ଇ-ଗର୍ଭନାନ୍ସ ଡିଭିଜନର ଡିଜିଲକରକୁ ଏକୀକରଣ କରିଦେଇଛି, ଯାହାଦ୍ୱାରା ପେନସନଧାରୀ ଲାଭ ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.