Below header

ଆସନ୍ତା ତିନି ତାରିଖରେ ଲଘୁଚାପ ସମ୍ଭାବନା, ନଭେମ୍ବର ୭ ତାରିଖ ବେଳକୁ ରାଜ୍ୟରେ ହୋଇପାରେ ବର୍ଷା

ଭୁବନେଶ୍ବର: ଆସନ୍ତା ତିନି ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ନଭେମ୍ବର ୭ ତାରିଖ ବେଳକୁ ରାଜ୍ୟରେ ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବିଶେଷ କରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ାରେ ବର୍ଷା ହୋଇପାରେ । ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ରହିଥିବାରୁ ପାଗ କୋହଲା ରହିବା ସହ ହାଲ୍‌କା ବର୍ଷା ହୋଇପାରେ । ତେବେ ବାତ୍ୟା ମହାର ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.