ରାୟଗଡ଼ା ଉତ୍କଳ ଆଲୁମିନା କମ୍ପାନୀରେ ଉତ୍ତେଜନା: ଘଟଣାସ୍ଥଳରେ ୧୪୪ ଧାରା ଜାରି, ୧୪ ଗିରଫ

ରାୟଗଡ଼ା: ରାୟଗଡ଼ା କାଶୀପୁର ବ୍ଲକରେ ଥିବା ଉତ୍କଳ ଆଲୁମିନା କମ୍ପାନୀରେ ଉତ୍ତେଜନା ଲାଗି ରହିଛି । କମ୍ପାନୀ ସମ୍ମୁଖରେ ଗତକାଲି ଦ୍ୱିମୁଣ୍ଡି ଗାଁ ଲୋକେ ଧାରଣା ଦେଇଥିଲେ । ରାୟଗଡ଼ା ଏସ୍‌ପି ଶ୍ରବ ବିବେକ ଆଲୋଚନା ପାଇଁ ଘଟଣାସ୍ଥଳକୁ ଯାଇଥିଲେ । ଏହି ସମୟରେ କଥା କଟାକଟିକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଘଟଣାସ୍ଥଳରେ ପୋଲିସ ଉପରକୁ ପଥର ଫିଙ୍ଗିବା ପରେ ପୋଲିସ ଲାଠି ଚାଳଣା କରିଥିଲା । ଏହି ଘଟଣାରେ ଏସ୍‌ପି ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବା ବେଳେ ୧୪ ଜଣଙ୍କୁ ଗିରଫ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.