Below header

ରାସ୍ତା ଦେଖାଉଛି ଡିଏମ୍‌ଏଫ୍ ତାଲିମ୍‌ : ଟ୍ରେନିଂ ପରେ କେନ୍ଦୁଝର ଜିଲ୍ଲାର ପିଲା ପାଇଲେ ସିପେଟ୍-ସିଟିଟିସିରେ ନିଯୁକ୍ତି, ପିପିଇ କିଟ୍ ନିର୍ମାଣରେ ହେଲେ ନିୟୋଜିତ

କେନ୍ଦୁଝର(କେନ୍ଯୁଜ୍) : ସମୟ ମହାମାରୀର । ବିଶ୍ୱର ସବୁ ଭାଗରେ ଅହରହ ଚାଲିଛି ଜୀବନ ସଂଗ୍ରାମ । କେଉଁଠି କରୋନା ଯୋଦ୍ଧାଟିଏ ଡାକ୍ତର ବେଶରେ ଲୋକଙ୍କୁ ଚିକିତ୍ସା ସହାୟତା ଯୋଗାଉଛି ତ ପୁଣି କେଉଁଠି ବିଜ୍ଞାନୀ ରୂପରେ ଭ୍ୟାକସିନ୍ ପାଇଁ କରୁଛି ନିରନ୍ତର ଗବେଷଣା । କେନ୍ଦୁଝରଗଡ଼ରୁ ୨୫୦ କିଲୋମିଟର ଦୂରରେ ଯେବେ ଆମ ନଜର ଗଲା, ଦେଖିବାକୁ ପାଇଲୁ ସିଟିଟିସି (ସେଂଟ୍ରାଲ୍ ଟୁଲ୍ ରୁମ୍ ଓ ଟ୍ରେନିଂ ସେଂଟର୍‌)। ଭୁବନେଶ୍ୱରରେ ଚାଲିଛି ଅତ୍ୟାବଶ୍ୟକ ପିପିଇ କିଟ୍ ଓ କୋଭିଡ୍ ଟେଷ୍ଟିଂ କିଟ୍‌ର କିଛି ଯନ୍ତ୍ରାଂଶର ନିର୍ମାଣ । ଖବରର ଆହୁରି ଭିତରକୁ ଗଲୁ ଯେତେବେଳେ ଜାଣିବାକୁ ପାଇଲୁ ଯେ ପିପିଇ କିଟ୍ ପାଇଁ ଆବଶ୍ୟକ ୨୭ଟି ଯନ୍ତ୍ରାଂଶରୁ ୨୧ଟି ଯନ୍ତ୍ରାଂଶ ଏହି ସିଟିଟିସିରେ ନିର୍ମାଣ କରାଯାଉଛି ଓ ଆଗକୁ ଏହା ମହାମାରୀ ଲଢ଼େଇରେ ଲୋକଙ୍କ ସିଧାସଳଖ କାମରେ ଆସିବ । ଏହି ଖବର ନିଶ୍ଚିତ ଭାବେ ଖୁସିର ବିଷୟ ଥିଲା

traingତେବେ ଖୁସି ଅନେକ ଗୁଣରେ ବଢ଼ିଗଲା ଯେତେବେଳେ ଜାଣିଲୁ ଯେ ଏହି ଯନ୍ତ୍ରାଂଶ ନିର୍ମାଣ ଅଭିଯାନରେ କେନ୍ଦୁଝରର କିଛି ପିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି । ଜିଲ୍ଲାା ଖଣିଜ ପ୍ରତିଷ୍ଠାନ ବା ଡିଏମ୍‌ଏଫ୍‌ର ପ୍ରତ୍ୟକ୍ଷ ସହାୟତାରେ ତାଲିମ ନେବା ପରେ ସିଟିଟିସିରେ ଏହି ପିଲାମାନେ ନିଯୁକ୍ତି ପାଇଛନ୍ତି । ଆମେ ଦେଖୁଥିଲୁ କେନ୍ଦୁଝରର ପିଙ୍କି ପାତ୍ର ଓ ଜ୍ୟୋତିରଂଜନ ବେହେରା ଡିଏମ୍‌ଏଫ୍ ଦ୍ୱାରା ଦିଆଯାଇଥିବା ତାଲିମ ପରେ ସିଟିଟିସିର ଗ୍ରାଇଂଡିଙ୍ଗ୍ ବିଭାଗରେ କାମ କରୁଥିଲେ । ଏ ତ ଗଲା ସିଟିଟିସିର କଥା, ଆମେ ଭୁବନେଶ୍ୱର ସିପେଟ୍‌, ହୋଟେଲ୍ ମ୍ୟାନେଜମେଂଟ୍ ଇନଷ୍ଟିଚ୍ୟୁଟ୍ ଓ ଅନେକ ଘରୋଇ କଂପାନୀରେ ଡିଏମ୍‌ଏଫ୍ ଦ୍ୱାରା ପ୍ରଦାନ କରାଯାଇଥିବା କେନ୍ଦୁଝରର ପିଲାମାନଙ୍କୁ ବି ଦେଖିଲୁ । ସତରେ ଜିଲ୍ଲାର ଅନଗ୍ରସର ଅଂଚଳ କୁହାଯାଉଥିବା ବାଂଶପାଳ, ତେଲକୋଇର ପିଲା ମାନଙ୍କର ଜୀବନ ବଦଳାଇଦେଇଥିଲା ଡିଏମ୍‌ଏଫ୍ ପ୍ରାୟୋଜିତ ତାଲିମ୍ ।

trainingଏ ସଂପର୍କରେ ପଚାରିବାରୁ ଡିଏମ୍‌ଏଫ୍‌ର ବରିଷ୍ଠ ପ୍ରକଳ୍ପ ଅଧିକାରୀ ଫରହାନ୍ ଶେଖ୍ କହିଲେ ଶ୍ରୀ ଆଶିଷ ଠାକରେ ଜିଲ୍ଲାପାଳ ଭାବେ ଯୋଗ ଦେବା ପରେ ତାଙ୍କ ମାର୍ଗଦର୍ଶନରେ ୨୦୧୮ ମସିହାରୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆରମ୍ଭ କରିଛି ତାଲିମ ପାଠ୍ୟକ୍ରମ । ବିଗତ ୨ ବର୍ଷ ମଧ୍ୟରେ ୭୫୧ ଜଣ ପିଲାଙ୍କୁ ପ୍ରତିଷ୍ଠିତ ଅନୁଷ୍ଠାନରେ ତାଲିମ ଦିଆଯାଇଥିବା ବେଳେ ତାଲିମ ଓ ଷ୍ଟାଇପେଂଡ୍‌ର ସମସ୍ତ ବ୍ୟୟ ବହନ କରିଛି ଡିଏମ୍‌ଏଫ୍ । ଶ୍ରୀ ଫରହାନ୍ କହିଥିଲେ, ଜିଲ୍ଲାର ପିଲାମାନେ ଯେପରି ସମ୍ମାନଜନକ କାମରେ ନିୟୋଜିତ ହେବେ ତାହା ଆମର ମୂଳ ଲକ୍ଷ୍ୟ ।

nijultiଜାଣନ୍ତୁ କେମିତି ଜୀବନ ବଦଳାଉଛି ଡିଏମ୍‌ଏଫ୍ ପ୍ରାୟୋଜିତ ତାଲିମ୍‌ :

୧ – ବିଗତ ୨ ବର୍ଷ ଭିତରେ ୭୫୧ ପିଲାଙ୍କୁ ତାଲିମ୍ ପ୍ରଦାନ କରିଛି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ।
୨- ତାଲିମ୍ ପରେ ସିପେଟ୍‌, ସିଟିଟିସି ପରି ବଡ଼ ସଂସ୍ଥାନରେ ପିଲାମାନଙ୍କୁ ନିଯୁକ୍ତି ମିଳିପାରୁଛି ।
୩- ହୋଟେଲ୍ ମ୍ୟାନେଜମେଂଟ୍ ଇନଷ୍ଟିଚ୍ୟୁଟ, ବଲାଙ୍ଗୀର୍ ଓ ଭୁବନେଶ୍ୱର ସହ ସହଭାଗିତା ।
୪- ଶୀଘ୍ର ଚାକିରି ଚାହୁଁଥିବା ପିଲାଙ୍କ ପାଇଁ ୬ ମାସିଆ ସ୍ୱଳ୍ପ ଅବଧିବିଶିଷ୍ଟ ତାଲିମ୍ ପାଠ୍ୟକ୍ରମର ସୁବିଧା ।
୫- ଆଗ୍ରହୀ ପିଲାମାନଙ୍କୁ ୩ ବର୍ଷିଆ ଦୀର୍ଘ ଅବଧିବିଶିଷ୍ଟ ଉଚ୍ଚତର ତାଲିମ୍ ପ୍ରଦାନ କରାଯାଉଛି ।
-ଜିଲ୍ଲାର ପଛୁଆ ଅଂଚଳର ପିଲାମାନଙ୍କୁ ପ୍ରାଥମିକତା ଓ ନିଯୁକ୍ତି ସହାୟତା ଉପରେ ଫୋକସ୍ ।

କେନ୍ଦୁଝରରୁ ଦେବୀଶଂକର ଦାଶଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.