COVISHIELD ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ମିଳିଲା ଅନୁମତି, ସଫଳ ହେଲେ ଖୁବ ଶୀଘ୍ର ହେବ ବଜାର ପ୍ରବେଶ !

କରୋନା ଭ୍ୟାକସିନ ଉଦ୍ଭାବନ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଭାରତ  । ଗୋଟେ ପଟରେ କିଭଳି ଅଧିକରୁ ଅଧିକ ଭ୍ୟାକସିନ ଉଦ୍ଭାବନ କରାଯାଇପାରିବ ସେନେଇ ଦେଶ ନିଜ ଚେଷ୍ଟା ଜାରି ରଖିଥିବା ବେଳେ ସେପଟେ ମଣିଷ ଶରୀରରେ କୋଭିଡ ଭ୍ୟାକ୍‌ସିନ ପରୀକ୍ଷା ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌କୁ ମିଳିଲା ଅନୁମତି ମିଳିଛି । ଏହି ନୂଆ କୋଭିଡ ଭ୍ୟାକ୍‌ସିନ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି DCGI । ଅକ୍ସଫୋର୍ଡ ପ୍ରସ୍ତୁତ ଭ୍ୟାକ୍‌ସିନ COVISHIELD ପରୀକ୍ଷଣ ପାଇଁ ଏହି ଅନୁମତି ପ୍ରଦାନ କରାଯାଇଛି । ପୁଙ୍ଖାନୁପୁଙ୍ଖ ମୂଲ୍ୟାୟନ ପରେ ବିଶେଷଜ୍ଞ କମିଟିଙ୍କ ସୁପାରିଶ ଆଧାରରେ ହିଁ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଡିସିଜିଆଇ ପକ୍ଷରୁ ସେରମ ଇନଷ୍ଟି୍ଟିଚ୍ୟୁଟକୁ ଅନୁମତି ପ୍ରଦାନ କରାଯାଇଛି ।

ଟିକା ବଜାରକୁ ଆସିଲେ ଏହା “କୋଭିସିଲଡ” ନାମରେ ନାମିତ ହେବ ବୋଲି ଜଣା ଯାଇଛି । ଆଗକୁ ସେରମ ଇନଷ୍ଟିଚ୍ୟୁଟ ୨୦ କୋଟି ଡୋଜ ଉତ୍ପାଦନ କରିବା ନେଇ ଲକ୍ଷ୍ୟ ରଖିଛି । ଅନ୍ୟ ପକ୍ଷରେ, ଚଳିତବର୍ଷ ଶେଷ ସୁଦ୍ଧା ଏହା ଆସିଯିବ ବୋଲି କହିଛନ୍ତି ସେରମ ଇନିଷ୍ଟିଚ୍ୟୁଟ୍‌ ସିଇଓ ଆଦାର ପୁନାଓ୍ଵାଲା । ଏହାର ଦାମ୍‌ ୧ ହଜାର ଟଙ୍କା ରହିବ ବୋଲି ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, COVISHIELD ଟିକା ବିକାଶ କ୍ଷେତ୍ରରେ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ସହ ମିଶି ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଚେଷ୍ଟା ଚଳେଇ ଯାଉଥିଲେ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.