Below header

ପ୍ରଥମ ଦିନିକିଆରେ ଜମେଇକି ଜିତିଲା ଟିମ୍ ଇଣ୍ଡିଆ, ୮ ଓ୍ୱିକେଟରେ ମାତ୍ ଦେଲା ଇଣ୍ଡିଜକୁ

ଗୌହାଟି : ଅଧିନାୟକ ବିରାଟ କୋହଲି ଏବଂ ଓପ୍ନର ରୋହିତ ଶର୍ମାଙ୍କ ଶତକରେ ୩୨୩ ରନର ଟାର୍ଗେଟ୍ ଛୋଟିଆ ଲାଗିଲା । ଚଳିତ ସିରିଜର ପ୍ରଥମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚରେ ଭାରତ ଜିତିଲା ୮ ୱିକେଟରେ । ମ୍ୟାନ ଅଫ୍ ଦି ମ୍ୟାଚ୍ କୋହଲି ମାତ୍ର ୧୦୭ ବଲରେ ୧୪୦ ରନ୍ (୨୧ ଚୌକା, ୨ ଛକା) କରିଥିଲେ । ରୋହିତ ଶର୍ମା ୧୧୭ ବଲ୍ ଖେଳି ୧୫ ଚୌକା ଓ ୮ ଛକା ସହ ଅପରାଜିତ ୧୫୨ ରନ୍ କରିଛନ୍ତି । ଘରୋଇ ଦଳ ୪୨.୧ ଓଭରରେ ମାତ୍ର ୨ଟି ୱିକେଟ୍ ହରାଇ ୨୨୩ ରନ୍ ଲକ୍ଷ୍ୟକୁ ଅତି ସହଜରେ ହାସଲ କରି ନେଇଥିଲା ।

ଟିମ୍ ଇଣ୍ଡିଆକୁ ଓଭର ପିଛା ୬.୪୪ ହାରରେ ରନ୍ ସଂଗ୍ରହ କରିବାକୁ ଥିଲା । ହେଲେ ରନ୍ ସଂଗ୍ରହ ହେଉଥିଲା ୭.୭୩ ହାରରେ । ରୋହିତ କିଛଇ ସମୟ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିବା ବେଳେ କୋହଲି ପୂରା ସମୟରେ ଆକ୍ରମଣ କରି ଚାଲିଥିଲେ । ତେବେ ପରେ ରୋହିତ ପ୍ରବଳ ପ୍ରହାର ଆରମ୍ଭ କରି ଦେଇଥିଲେ । ପ୍ରଥମ ୱିକେଟ୍ ଭାବେ ଶିଖର ଧବନ ମାତ୍ର ୪ ରନ୍ କରି ଆଉଟ୍ ହେବା ପରେ ଦ୍ବିତୀୟ ୱିକେଟରେ ରୋହିତ ଓ କୋହଲି ଯୋଡ଼ିଥିଲେ ୨୪୬ ରନ୍ । ବାକିଆ କାମ ସାରି ଦେଇଥିଲେ ରୋହିତ ଓ ରାୟୁଡୁ (ଅପରାଜିତ ୨୨) । ୨୧୨ ନମ୍ବର ମ୍ୟାଚରେ ଏହା ହେଉଛି କୋହଲିଙ୍କ ୩୬ତମ ଶତକ । ସେହିପରି ରୋହିତ ଶର୍ମା ତାଙ୍କର ୧୮୯ତମ ମ୍ୟାଚରେ ୨୦ତମ ଶତକ କରିଛନ୍ତି ।

rohit

ପୂର୍ବରୁ ହେଟମେୟରଙ୍କ ବଢ଼ିଆ ଶତକ ବଳରେ ଭ୍ରମଣକାରୀ ଦଳ ୩୨୩ ରନର ଟାର୍ଗେଟ୍ ରଖିଥିଲା । ଓପ୍ନର କିରେନ ପାୱେଲ ୫୧, ହୋପ୍ ୩୨ ଏବଂ ଅଧିନାୟକ ହୋଲଡର ୩୮ ରନ୍ କରିଥିଲେ । ନିର୍ଦ୍ଧାରିତ ୫୦ ଓଭରରେ ଦଳ ୮ ୱିକେଟ୍ ହରାଇ ୩୨୨ ରନ୍ କରିଛି । ହେଟମେୟର ମାତ୍ର ୭୮ ବଲ ଖେଳି ତାଙ୍କ ଇନିଂସ୍ ଭିତରେ ୬ ଚୌକା ଓ ୬ଟି ଛକା ମାରିଥିଲେ । ଭାରତ ପକ୍ଷରୁ ସାମି ଓ ଜାଡେଜା ୨ଟି ଲେଖାଏଁ ଏବଂ ଚହଲ ୩ଟି ୱିକେଟ୍ ଅକ୍ତିଆର କରିଛନ୍ତି ।

ବୋଲରଙ୍କ ପାଇଁ କଷ୍ଟକର ଥିବା ଏହି ପିଚରେ ଆଜି ୬୪୮ ରନ୍ ସ୍କୋର ହୋଇଛି ।

ସ୍କୋର : ୱେଷ୍ଟଇଣ୍ଡିଜ୍-୩୨୨/୮, ୫୦ ଓଭର (ପାୱେଲ ୫୧, ହୋପ୍ ୩୨, ହେଟମେୟର ୧୦୬, ହୋଲଡର ୩୮ । ସାମି ୨/୮୧, ଚହଲ ୩/୪୧, ଜାଡେଜା ୨/୬୬) ।

ଭାରତ-୩୨୬/୨, ୪୨.୧ ଓଭର (ରୋହିତ ଶର୍ମା ଅପରାଜିତ ୧୫୨, ବିରାଟ କୋହଲି ୧୪୧, ରାୟୁଡୁ ଅପରାଜିତ ୨୨)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.