Below header

ଲର୍ଡସ ଲଢ଼େଇ : ଇଂଲଣ୍ଡ ଆଗରେ ଅଷ୍ଟ୍ରେଲିଆ ରଖିଲା ୨୮୬ ରନ୍‌ର ବିଜୟଲକ୍ଷ୍ୟ

ଲଣ୍ଡନ୍‌ : ଲର୍ଡ଼ସରେ ଦୁଇ ସର୍ବପୁରାତନ ପ୍ରତିଦ୍ୱନ୍ଦ୍ୱୀଙ୍କ ଲଢ଼େଇ । ଆଇସିସି ବିଶ୍ୱକପ୍‌ ୨୦୧୯ର ଆଜି ଖେଳା ଯାଉଥିବା ୩୨ତମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ କରିଛି ୭ ଓ୍ଵିକେଟ୍‌ରେ ୨୮୫ ରନ୍‌ । ଟୁର୍ଣ୍ଣାମେଣ୍ଟରେ ନିଜର ସ୍ଥିତି ଦୃଢ଼ କରିବାକୁ ହେଲେ ଇଂଲଣ୍ଡକୁ ଏହି ମ୍ୟାଚ୍‌ ଜିତିବା ଦରକାର ।
ଆଜି ଟସ୍‌ ଜିତିଥିଲା ଘରୋଇ ଇଂଲଣ୍ଡ ଦଳ । ହେଲେ ସମସ୍ତଙ୍କୁ ଚମକାଇ ପ୍ରଥମେ ବ୍ୟାଟିଂ ନନେଇ ଫିଲଡିଂ କରିଥିଲା । ଅଷ୍ଟ୍ରେଲିଆର ଦୁଇ ଓପ୍ନର ଅଧିନାୟକ ଅରୋନ୍‌ ଫିଞ୍ଚ ଶତକ (୧୧୬ ବଲ୍‌ରେ ୧୦୦ ରନ୍‌, ୧୧ ଚୌକା ଓ ୨ ଛକା) ଏବଂ ଡେଭିଡ୍‌ ଓ୍ଵାର୍ଣ୍ଣର୍‌ ୫୩ ରନ୍‌ କରିଥିଲେ । ଏମାନେ ପ୍ରଥମ ଓ୍ଵିକେଟ୍‌ରେ ୧୨୩ ରନ୍‌ ଯୋଗ କରିବା ପରେ ଓ୍ଵାର୍ଣ୍ଣର ଆଉଟ୍‌ ହୋଇଥିଲେ । ଏହା ପରେ ସ୍ମିଥ୍‌ ୩୮ ଏବଂ କ୍ୟାରୀ ୨୭ ବଲ୍‌ରୁ ଅପରାଜିତ ୩୮ ରନ୍‌ କରିଥିଲେ ।

GAVASKER AND BORDER

ଦୁଇ କିମ୍ବଦନ୍ତୀ : ଇଂଲଣ୍ଡ-ଅଷ୍ଟ୍ରେଲିଆ ବିଶ୍ୱକପ୍‌ ମ୍ୟାଚ୍‌ ବେଳେ ଏକାଠି ହୋଇଛନ୍ତି ଦୁଇ କ୍ରିକେଟ୍‌ କିମ୍ବଦନ୍ତୀ ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଏବଂ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆଲାନ୍‌ ବର୍ଡ଼ର

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.