ଯୋଡ଼ାରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ପୁଣି ଲଜ୍ଜା । କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ଗଣଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ନାବାଳିକାଙ୍କୁ ଆଜାଦ ବସ୍ତି ନିକଟ ପଡିଆରେ ଅଚେତ ଅବସ୍ଥାରେ ଛାଡି ଚାଲିଯାଇଥିଲେ । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଚିକିତ୍ସା ପାଇଁ ଯୋଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ୫ ଅଭିଯୁକ୍ତ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି । ସେପଟେ ନାବାଳିକାଙ୍କ ସମ୍ପର୍କୀୟ ନ୍ୟାୟ ପାଇଁ ଦାବି କରିଛନ୍ତି ।

ନାବାଳିକା ଜଣକ ତାଙ୍କର ଜଣେ ସମ୍ପର୍କୀୟ ଆଈଙ୍କ ଘରେ ରହି ପାଠ ପଢ଼ୁଥିଲେ । ଗତ ଗୁରୁବାରଠୁ ସେ ନିଖୋଜ ଥିଲେ । ସମ୍ପର୍କୀୟମାନେ ଖୋଜାଖୋଜି କରିଥିଲେ ମଧ୍ୟ ଥାନାରେ କୌଣସି ଏତଲା ଦିଆଯାଇନଥିଲା। ଜଣେ ସନ୍ଦିଗ୍ଧ ଶ୍ରୀବାସ୍ତବ ଲାହୋରଙ୍କ ନାଁରେ ମଧ୍ୟ ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.