Below header

ଚିପ୍ସ ଖାଉ ଖାଉ ଖେଳଣା ଖାଇଦେଲା ବର୍ଷକର ଶିଶୁ, ଚାଲିଗଲା ଜୀବନ

କେନ୍ଦୁଝର (କେନ୍ୟୁଜ୍) : ବାପା ମା ଚିପ୍ସ ଖୁଆଉଥିଲେ ବର୍ଷକର ଶିଶୁକୁ । ଭୁଲରେ ଚିପ୍ସ ଭିତରେ ଥିବା ଏକ ପ୍ଲାଷ୍ଟିକ୍‌ ଖେଳଣା ପିଲାର ପାଟି ଭିତରକୁ ଚାଲିଗଲା । ଆଉ ଏହା ଶିଶୁଟିର ଶ୍ୱାସ ନଳୀରେ ଲାଗିଗଲା । ପିଲାଟି ଭୀଷଣ କାନ୍ଦିବା ପରେ ପରିବାର ଲୋକେ ତାକୁ ଡାକ୍ତରଖାନାକୁ ନେଲେ । ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ଅବସ୍ଥା ସଂକଟାପନ୍ନ ହୋଇ ସାରିଥିଲା । ହେଲେ ଆଉ ପିଲାଟି ବଞ୍ଚି ପାରିଲା ନାହିଁ । ଡାକ୍ତର ଅବୋଧ ଶିଶୁକୁ ମୃତ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.