Below header

ଶେଷ ଦିନିକିଆ : ଭାରତ ଆଗରେ ୨୮୭ ରନ୍‌ର ବିଜୟଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ

ବେଙ୍ଗାଲୁରୁ : ସିରିଜ୍‌ ୧-୧ ସ୍ଥିତିରେ । ଆଜି ଏଠାକାର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଉଛି ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ । ଏଇ ମ୍ୟାଚ୍‌ ନିର୍ଣ୍ଣ କରିବ କିଏ ହେବ ସିରିଜ୍‌ର ବିଜେତା । ଭାରତ ନା ଅଷ୍ଟ୍ରେଲିଆ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦଳ ୫୦ ଓଭର୍‌ରେ ଓ୍ଵିକେଟ୍‌ ହରାଇ ୨୮୬ ରନ୍‌ କରିଛି । ଏବେ ଭାରତକୁ ଓଭର ପିଛା ୫.୭୨ ହାରରେ ୨୮୭ ରନ୍‌ କରିବାକୁ ହେବ ।

SHAMI

ଅଷ୍ଟ୍ରେଲିଆ ପକ୍ଷରୁ ଗତ ମ୍ୟାଚ୍‌ରେ ମାତ୍ର ୨ ରନ୍‌ ପାଇଁ ଶତକ କରି ପାରିନଥିବା ଷ୍ଟିଭ୍‌ ସ୍ମିଥ୍‌ ଆଜି ଦମ୍‌ଦାର ବ୍ୟାଟିଂ କରି ୧୩୧ ରନ୍‌ (୧୩୨ ବଲ୍‌, ୧୪ ଚୌକା ଓ ୧ ଛକା) କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲାବୁସେଞ୍ଜ ୫୪, କାରେ ୩୫ ରନ୍‌ କରିଥିଲେ । ଭାରତୀୟ ବୋଲର୍‌ଙ୍କ ଭିତରେ ପୁଣି ମହମ୍ମଦ ସାମି ବଢ଼ିଆ ବୋଲିଂ କରି ୬୩ ରନ୍‌ରେ ୪ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି । ଏହା ସହିତ ସେ ଦିନିକିଆରେ ୨୦୦ ଓ୍ଵିକେଟ୍‌ ମଧ୍ୟ ପୂରଣ କରିଛନ୍ତି । ରବୀନ୍ଦ୍ର ଜାଡେଜାଙ୍କୁ ମିଳିଛି ୨ଟି ଓ୍ଵିକେଟ୍‌ । ସାଇନି ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.