ଦିଲ୍ଲୀ ଜନତାଙ୍କ ଦିଲ୍ ଜିତିବା ପାଇଁ APPର ପ୍ରୟାସ, ବିଦ୍ୟୁତ ଓ ପାଣି ଭଳି ଅନେକ ସାମଗ୍ରୀ ମାଗଣା କରିବ ନେଇ ପ୍ରସ୍ତୁତ କଲା ଗ୍ୟାରେଣ୍ଟି କାର୍ଡ

ଦିଲ୍ଲୀ: ଘୋଷଣା ହୋଇସାରିଛି ଦିଲ୍ଲୀର ନିର୍ବାଚନ ତାରିଖ। ହାତରେ ମାତ୍ର ଆଉ କେତେଟା ଦିନ ଫେବୃଆରୀ ୮ ତାରିଖରେ ଜନତା  ଜନାର୍ଦ୍ଦନ ବାଛିବେ ନିଜ ପ୍ରିୟ ନେତାକୁ। ଆଉ ବସାଇବେ ଦିଲ୍ଲୀ ସିଂହାସନରେ। ଏଥିପାଇଁ ବିଭିନ୍ନ ଦଳ ବେଶ୍ କଶରତ ଚଳାଇଛନ୍ତି । ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ନିର୍ବାଚନୀ ଇସ୍ତୀହାର ପ୍ରସ୍ତୁତ କରିସାରିଛନ୍ତି ।ଏହି ରେସରେ କିନ୍ତୁ  ପଛରେ ପଡିଯାଇନାହିଁ ଆପ୍ ଦଳ । ଦିଲ୍ଲୀ ବାସୀଙ୍କ ମୌଳିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରିଛ ଇସ୍ତୀହାର । ସେଥିପାଇଁ ଆଜି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏକ ଗ୍ୟାରେଣ୍ଟି କାର୍ଡ ଉପସ୍ଥାପନ କରିଛନ୍ତି। ଏହି ଗ୍ୟାରେଣ୍ଟି କାର୍ଡରେ ମୁଖ୍ୟତଃ ୧୦ଟି ମୌଳିକ ପ୍ରସଙ୍ଗକୁ ସ୍ଥାନ ଦିଆଯାଇଛି। ସେଗୁଡିକ ହେଲା-

୧-  ଦିଲ୍ଲୀବାସୀଙ୍କ ପାଇଁ ଲାଗୁ ହୋଇଥିବା ଯୋଜନା କେବେବି ବନ୍ଦ ହେବ ନାହିଁ।

୨- ଦିଲ୍ଲୀବାସୀଙ୍କୁ୨୪ଘଣ୍ଟିଆ  ବିଜୁଳି ମିଳିବ ଓ ୨୦୦ ୟୂନିଟ ବିଦ୍ୟୁତ ମାଗଣାରେ ପ୍ରଦାନ କରାଯିବ।

୩- ପ୍ରତିଘରକୁ ୨୪ ଘଣ୍ଟା ପାଣିର ସୁବିଧା ମିଳିବ ଓ ପ୍ରତିମାସର ୨୦,୦୦୦ ଲିଟର ପାଣି ମାଗଣାରେ ଦିଆଯିବ।

୪ -ଦିଲ୍ଲୀର ପ୍ରତି ଶିଶୁଙ୍କୁ ବିଶ୍ବସ୍ତରୀୟ ଶିକ୍ଷାର ବ୍ୟବସ୍ଥା କରାଯିବ ଓ  ଶିକ୍ଷା ବ୍ୟବସ୍ଥାକୁ ଅଧିକ ଉନ୍ନତମାନର କରିବା ପାଇଁ  ଆପ ସରକାର ପକ୍ଷରୁ ଚେଷ୍ଟା କରାଯିବ।

୫- ସମସ୍ତ ପରିବାରକୁ ଆଧୁନିକ ହସ୍ପିଟାଲ ମାଧ୍ୟମରେ  ଚିକିତ୍ସା ସୁବିଧା  ପ୍ରଦାନ  କରାଯିବ ଓ ଏହି ବ୍ୟବସ୍ଥାକୁ ଅଧିକ ଉନ୍ନତମାନର କରାଯିବା ନେଇ କାର୍ଯ୍ୟ କରାଯିବ।

୬- ଆଗାମୀ ୫ ବର୍ଷ ମଧ୍ୟରେ ୧୧୦୦୦ରୁ ଅଧିକ ବସ ଦିଲ୍ଲୀ ସଡକରେ ଗଡିବ।

୭- ୫୦୦ କିମିରୁ ଅଧିକ ଲମ୍ବା ମେଟ୍ରୋ ସୁବିଧା ଯୋଗାଇ ଦିଆଯିବ। ମହିଳାଙ୍କ ସହ ଛାତ୍ରୀଙ୍କୁ ମାଗଣା ବସ୍ ଯାତ୍ରାର ସୁବିଧା ଉପଲବ୍ଧ  କରାଯିବ।

୮-  ଚଳିତ ପାଳିର ୩ ଗୁଣା ପ୍ରଦୂଷଣ କମାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ଦୁଇକୋଟିରୁ ଅଧିକ ବ୍‌କ୍ଷରୋପଣ କରାଯିବାରୁ ଯୋଜନା ରଖାଯାଇଛି। ଦିଲ୍ଲୀକୁ ସବୁଜ ସୁନ୍ଦର କରିବା ପାଇଁ ସମସ୍ତ ଚେଷ୍ଟା କରାଯାଉଛି।

୯- ସିସିଟିଭି କ୍ୟାମେରା ଜେଟ୍ ଲାଇଟ ଓ ବସ ମାର୍ସାଲଙ୍କ ସହ ଗଳିକନ୍ଦିରେ ମଧ୍ୟ ମାର୍ସାଲ ମୁତୟନ କରାଯିବ। ସମସ୍ତ କଲୋନୀରେ ପାନୀୟ ଜଳ ଓ ସିସିଟିଭି ଲଗାଇବା ଉପରେ ଧ୍ୟାନ ଦିଆଯିବ।

୧୦- ଦିଲ୍ଲୀର ଝୁମ୍ପୁଡି ଘରେ ବାସ କରୁଥିବା ଲୋକେ ସମ୍ମାନ ସହକାରେ ଜୀବନ ବିତାଇବା ପାଇଁ ପକ୍କା ଘର ଯୋଗାଇ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.