ଏବେ ଆଣ୍ଡ୍ରଏଡ୍‌ରେ ବି କରିପାରିବେ କଲ ରେକର୍ଡିଂ, ବିନା ଶୁଳ୍କରେ ୟୁଜର୍ସଙ୍କୁ ଏହି ସୁବିଧା ଦେବ Google

ଏବେ ଆଣ୍ଡ୍ରଏଡ୍‌ ବ୍ୟବହାରୀକାରୀଙ୍କୁ କଲ୍‌ ରେକର୍ଡିଂ କରିବା ପାଇଁ ଆଉ କୌଣସି ଥାର୍ଡ ପାର୍ଟି ଆପ୍‌ର ସାହାଯ୍ୟ ନେବାକୁ ପଡ଼ିବ ନାହିଁ। ଆଣ୍ଡ୍ରଏଡ୍‌ ଫୋନ୍‌ରେ କଲ୍‌ ରେକର୍ଡିଂ କରିବା ପାଇଁ ଗୁଗଲ ଲଞ୍ଚ୍‌ କରିବାକୁ ଯାଉଛି ନୂଆ ଫିଚର। ସୂଚନାଯୋଗ୍ୟ ଯେ ଏବେ ପର୍ଯ୍ୟନ୍ତ କୌଣସି ଆଣ୍ଡ୍ରଏଡ୍‌ ମୋବାଇଲ୍‌ ନିର୍ମାତା କମ୍ପାନୀ କଲ୍‌ ରେକର୍ଡିଂ ସୁବିଧା ଦେଉନାହିଁ। ଏଣୁ ବାଧ୍ୟ ହୋଇ ତୃତୀୟ ପକ୍ଷ ଆପ୍‌ର ସହାୟତା ନେବାକୁ ପଡ଼ୁଛି।

କେମିତି ମିଳିବ ଏହି ସୁବିଧା:

ଟେକ୍‌ ଓ୍ଵାର୍ଲ୍ଡରେ ଲିକ୍‌ ହୋଇଥିବା ସୂଚନା ମୁତାବକ ଗୁଗଲ ଫୋନ୍‌ ଆପ୍‌ ଏବେ ପିକ୍ସେଲ ଓ ଆଣ୍ଡ୍ରଏଡ୍‌ ଓ୍ଵାନ୍‌ ଡିଭାଇସ୍‌ରେ ଆରମ୍ଭ କରାଯିବ। ଏହା ସାହାଯ୍ୟରେ ଆପଣ ବିନା କୌଣସି ପ୍ରତିବନ୍ଧକରେ ଫୋନ୍‌ କଲ୍‌ ରେକର୍ଡିଂ କରିପାରିବେ। ଏହି ସୁବିଧା ଗୁଗଲ୍‌ ଡ୍ରାଇଭ୍‌ରେ ହିଁ ମିଳିବା ନେଇ ସମ୍ଭାବନା ରହିଛି।

ସାଓମି ମଧ୍ୟ କରିଛି କଲ ରେକର୍ଡିଂର ଘୋଷଣା:

ରିପୋର୍ଟ ମୁତାବକ ଗୁଗଲ ଏହି ନୂଆ ସୁବିଧା ପାଇଁ call recording API ପ୍ରସ୍ତୁତ କରିଛି। ନିକଟରେ ସାଓମି ନିଜ ନୂଆ ଆଣ୍ଡ୍ରଏଡ୍‌ ହ୍ୟାଣ୍ଡସେଟ୍‌ରେ କଲ ରେକର୍ଡିଂ ସୁବିଧା ଦେବାକୁ ଘୋଷଣା କରିଛି। ଏହି ନୂଆ ଫୋନ୍‌ରେ ଗୁଗଲର ନୂଆ API କୋର୍ଡର ହିଁ ବ୍ୟବହାର କରାଯିବ।

ସୂଚନାଯୋଗ୍ୟ ଯେ, ଗୁଗଲ ପୁନର୍ବାର କଲ ରେକର୍ଡିଂ ସୁବିଧା ଲଞ୍ଚ୍‌ କରିବାକୁ ଯାଉଛି। ଭବିଷ୍ୟତରେ ଏହାକୁ ବ୍ୟବହାର କରିବା ପାଇଁ API କୋର୍ଡ ଉପରେ କାମ ଚାଲିଛି। ଗତ ବର୍ଷେ ହେବ କମ୍ପାନୀ ଏନେଇ କାମ ଆରମ୍ଭ କରିଛି କିନ୍ତୁ ଆଣ୍ଡ୍ରଏଡ୍‌ର ସୁରକ୍ଷାକୁ ପ୍ରାଧାନ୍ୟ ଦେବାକୁ ଏହାକୁ ଲଞ୍ଚ୍‌ କରିବାରେ କମ୍ପାନୀ ବିଳମ୍ବ କରୁଛି। ଆଶା କରାଯାଉଛି ଯେ Android 11 ଭର୍ସନରେ ନୂଆ ଆପ୍‌କୁ ସାମିଲ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.