Below header

ବିଶ୍ୱକପ କ୍ରିକେଟ : ଅଭ୍ୟାସ ମ୍ୟାଚରେ ଭାରତର ନୈରାଶ୍ୟଜନ ପ୍ରଦର୍ଶନ

ଆଉ ୩ ଦିନ ପରେ ବିଶ୍ୱକପ କ୍ରିକେଟ । ତା ପୂର୍ବରୁ ଅଭ୍ୟାସ ମ୍ୟାଚରେ ନୈରାଶ୍ୟଜନ ପ୍ରଦର୍ଶନ କରିଛି ଭାରତ । ନ୍ୟୁଜିଲାଣ୍ଡଠାରୁ ୬ ଓ୍ଵିକେଟରେ ଶେଚନୀୟ ଭାବେ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ଟିସ ଜିତି ବ୍ୟାଟିଂ କରିଥିବା ଟିମ ଇଣ୍ଡିଆ ୩୯ ଦଶମିକ ୨ ଓଭରରେ ୧୭୯ ରନ କରି ଅଲଆଉଟ ହୋଇଥିଲା । ଦଳ ପକ୍ଷରୁ ରବୀନ୍ଦ୍ର ଜାଡେଜା ୫୪, ହାର୍ଦ୍ଦିକ ପାଣ୍ଡ୍ୟା ୩୦, କୁଲଦୀପ ଯାଦବ ୧୯ ରନ କରିଥିଲେ । ଅଧିନାୟକ କୋହଲୀ ୧୮ ରନ କରିଥିଲେ । ଜବାବରେ କ୍ୱିଓ୍ଵି ଦଳ ୭୬ ବଲ ଓ ହାତରେ ୪ ଓ୍ଵିକେଟ ଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଦଳ ପକ୍ଷରୁ କେନ୍ ଓ୍ଵିଲିମସନ ୬୭ ଓ ରସ ଟେଲର ୭୧ ରନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.