ଆକାଶରୁ ଅଗ୍ନି ବର୍ଷା, ସିଝୁଛି ଅଧା ଓଡ଼ିଶା : ୫ ସହରର ପାରଦ ୪୫ ଡିଗ୍ରୀ ଉପରେ

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଆସନ୍ତା ୨୯ ତାରିଖ ପର‌୍ୟ୍ୟନ୍ତ ଗରମରେ ସିଝିବ ସାରା ଓଡ଼ିଶା। ଗତକାଲି ୫ ସହରର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ପାର କରିଥିଲା । ସେହିପରି ୪୦ ଡିଗ୍ରୀ ଉପରେ ୧୩ ସହରର ପାରଦ ଛୁଇଁଛି । ୪୬ ଦଶମିକ ୫ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ପୁରା ପଶ୍ଚିମ ଓଡ଼ିଶାରେ ଖରାର ପ୍ରକୋପ ରହିଛି । ସୋନପୁର, ସମ୍ବଳପୁର, ସୁନ୍ଦରଗଡ, ନୂଆପଡା, ଝାରସୁଗୁଡା, ଦେଓଗଡ ଏବଂ ଅନୁଗୁଳ ଜିଲ୍ଲାକୁ ସତର୍କ ସୂଚନା ଦଆଯାଇଛି । ଆଉ ୪ ଦିନ ରାଜ୍ୟରେ ତାତି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଖରାରେ ଅସ୍ତବ୍ୟସ୍ତ ସୁବର୍ଣ୍ଣପୁର ସହର। ୪୩ ଡିଗ୍ରୀ ଉପରେ ରହୁଛି ଜିଲ୍ଲାର ତାପମାତ୍ରା। ଦିନକୁ ଦିନ ବଢିଚାଲିଥିବା ତାପମାତ୍ରା ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ସକାଳ ୮ଟା ପରଠାରୁ ଘରୁ ବାହାରକୁ ବାହାରି ହେଉନାହିଁ। ଉପରେ ତାତି, ତଳେ ତାତି। ଆବଶ୍ୟକ ନଥିଲେ ଲୋକେ ଘରୁ ବାହାରକୁ ବାହାରୁ ନାହାଁନ୍ତି। ଯଦି ଯାଉଛନ୍ତି କଳା ଚଷମା, ଜୋତା ଓ ପାଣି ବୋତଲ ଧରି ବାହାରୁଛନ୍ତି। ତା ସହ ଘନ ଘନ ବିଦ୍ୟୁତ୍ କାଟ୍ ଲୋକଙ୍କ ସମସ୍ୟାକୁ ଆହୁରି ବଢାଇ ଦେଉଛି। ତେବେ କେବେ ଆସିବ ମୌସୁମୀ ଅପେକ୍ଷା କରି ରହିଛନ୍ତି ଜିଲ୍ଲାବାସୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.