ବିଶ୍ୱକପ୍ ପାଇଁ ସଜେଇ ହେବ ସବୁ ଷ୍ଟାଡିୟମ, ୫୦୦ କୋଟି ଖର୍ଚ୍ଚ କରିବ ବିସିସିଆଇ
ବିଶ୍ୱକପ୍ ୨୦୨୩ ପାଇଁ ସୂଚୀ ଘୋଷଣା ହୋଇସାରିଛି । ଟୁର୍ଣ୍ଣାମେଣ୍ଟ ୫ ଅକ୍ଟୋବରରୁ ୧୨ ନଭେମ୍ବର ପର୍ଯ୍ୟନ୍ତ ୧୦ଟି ଷ୍ଟାଡିୟମରେ ଖେଳାଯିବ । ଏହିସବୁ ଷ୍ଟାଡିୟମକୁ ପ୍ରସ୍ତୁତ କରିବା ପାଇଁ ବିସିସିଆଇ ୫୦୦ କୋଟି ଟଙ୍କା ମଞ୍ଜୁର କରିଛି । ପ୍ରତି ଷ୍ଟାଡିୟମକୁ ୫୦ କୋଟି ଟଙ୍କା ଦିଆଯିବ ।

ବିଶ୍ବକପ୍ ୨୦୨୩ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ । ଚଳିତବର୍ଷ ବିଶ୍ବକପର ଆୟୋଜନ ଭାରତ କରୁଛି । ବିଶ୍ବକପ ୨୦୨୩ ପାଇଁ ସୂଚୀ ଜାରି ହୋଇଯାଇଛି । ବିସିସିଆଇ ଦ୍ବାରା ଜାରି ହୋଇଥିବା ବିଶ୍ବକପ ସୂଚୀ ମୁତାବକ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୫ ଅକ୍ଟୋବରରେ ଅହମଦାବାଦରେ ଖେଳାଯିବ । ୫ ଅକ୍ଟୋବରୁରୁ ଆରମ୍ଭ ହୋଇ ୧୨ ନଭେମ୍ବର ପର୍ଯ୍ୟନ୍ତ ୪୬ ଦିନ ଯାଏଁ ଚାଲିବ ବିଶ୍ବକପ ମ୍ୟାଚ୍ । ଫାଇନାଲକୁ ମିଶାଇ ୪୮ଟି ମ୍ୟାଚ୍ ଖେଳାଯିବ । ଏହିସବୁତକ ମ୍ୟାଚ୍ ୧୦ଟି ଷ୍ଟାଡିୟମରେ ଖେଳାଯିବ । ଅଉ ଏହିସବୁ ଷ୍ଟାଡିୟମକୁ ପ୍ରସ୍ତୁତ କରିବା ପାଇଁ ବିସିସିଆଇ ୫୦୦ କୋଟି ଟଙ୍କା ମଞ୍ଜୁର କରିଛି ।
୭ଟି ଷ୍ଟାଡିୟମକୁ ଆହୁରି ଅପଗ୍ରେଡ କରିବା ପାଇଁ ବିସିସିଆଇ ପ୍ରତି ଷ୍ଟାଡିୟମକୁ ୫୦ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ ମଞ୍ଜୁର କରିଛି । ବିଶ୍ବକପ୍ ମ୍ୟାଚ ହାଇଦ୍ରାବାଦ, ଅହମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁନେ, ବେଙ୍ଗାଲୁରୁ, ମୁମ୍ବାଇ, କୋଲକତାରେ ହେବ । ହାଇଦ୍ରାବାଦ ଛଡା ଗୌହ୍ବାଟୀ ଏବଂ ତିରୁଅନନ୍ତପୁରମକୁ ୨୯ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଅଭ୍ୟାସ ମ୍ୟାଚ୍ ଖେଳାଯିବ ।
ପ୍ରଥମ ଥର ପାଇଁ ଭାରତରେ ସଂପୂର୍ଣ୍ଣ ବିଶ୍ବକପ ମ୍ୟାଚ୍ ଖେଳାଯିବ । ବିସିସିଆଇ ଟୁର୍ଣ୍ଣାମେଣ୍ଟକୁ ନେଇ ଏବେଠାରୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ତାଲିକାରେ କୋଲକାତାର ଇଡେନ ଗାର୍ଡେନ୍ସ, ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ ଏବଂ ଲକ୍ଷ୍ନୌ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ ମଧ୍ୟ ସାମିଲ ରହିଛି ।
Proud moment for India! Hosting the ICC Men’s Cricket World Cup for the fourth time is an incredible honor. With 12 cities as the backdrop, we’ll showcase our rich diversity and world-class cricketing infrastructure. Get ready for an unforgettable tournament! #CWC2023 @ICC @BCCI pic.twitter.com/76VFuuvpcK
— Jay Shah (@JayShah) June 27, 2023
ଏହାବ୍ୟତୀତ ଧର୍ମଶାଳା, ଚେନ୍ନାଇ, ପୁଣେ ଏବଂ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ ମଧ୍ୟ ଅପଗ୍ରେଡ କରାଯିବ । ସୂଚନା ଅନୁଯାୟୀ, ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ନୂଆ ଫ୍ଲଡଲାଇଟ ଲଗାଯିବା ସହିତ କର୍ପୋରେଟ ବକ୍ସ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ଇଡେନ ଗାର୍ଡେନ୍ସରେ ଡ୍ରେସିଂ ରୁମକୁ ଉନ୍ନତୀକରଣ କରାଯିବ ଏବଂ ଧର୍ମଶାଳାରେ ନୂଆ ଆଉଟଫିଲ୍ଡ ପ୍ରସ୍ତୁତ କରାଯିବ ବୋଲି ଯୋଜନା ରହିଛି ।
ଅନ୍ୟ ପକ୍ଷରେ ଲକ୍ଷ୍ନୌ ଷ୍ଟାଡିୟମରେ ଏବଂ ଚେନ୍ନାଇରେ ପିଚ୍ କାମ କରାଯିବା ପାଇଁ ବିସିସିଆଇ ପକ୍ଷରୁ ବ୍ୟୟବରାଦ ମଞ୍ଜୁର କରାଯାଇଛି । ତେବେ ପୁଣେ ଷ୍ଟାଡିୟମରେ ଛାତ କାମ କରିବାକୁ ଥିବା ବେଳେ ଦିଲ୍ଲୀରେ ସିଟ ଏବଂ ଶୌଚାଳୟ କାମ ପାଇଁ ବିସିସିଆଇ ପଦକ୍ଷେପ ନେଇଛି । ବିସିସିଆଇ ପ୍ରତି ଷ୍ଟାଡିୟମକୁ ୫୦ କୋଟି ଟଙ୍କା ଦେବ ।