ପରଦାରେ କମାଲ କରୁଥିଲା ଅମିତାଭ ଏବଂ ରିଷିଙ୍କ ଯୋଡି, ଏକାଠି ବଲିଉଡକୁ ଦେଇଛନ୍ତି ଅନେକ ବ୍ଲକବଷ୍ଟର ଫିଲ୍ମ

ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ରିଷି କପୁର ଓ ଅମିତାଭ ବଚ୍ଚନ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି । ଦୁଇଜଣ ଅନେକ ଫିଲ୍ମରେ ପରସ୍ପରର ଭାଇର ଭୂମିକାରେ ନଜର ଆସିଛନ୍ତି । ଫିଲ୍ମ ‘କଭି କଭି’, ‘ଅମର, ଆକବର, ଏମେଥନି’, ‘ନସିବ୍‌’, ‘କୁଲି’, ‘୧୦୨ ନଟ୍‌ ଆଉଟ୍‌’ ଏକାଠି ନଜର ଆସିଥିଲେ ଦୁହେଁ ।

ବଲିଉଡ ଇଣ୍ଡଷ୍ଟ୍ରିରେ ଅମିତାଭ ବଚନ ତାଙ୍କ ଅଭିନୟକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରୁହନ୍ତି । ଅମିତାଭ ବଚ୍ଚନ ପ୍ରାୟ ୫୦ ବର୍ଷ ହେବ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । ଅମିତାଭ ତାଙ୍କ ଅଭିନୟ ଜରିଆରେ ଅନେକ ଲୋକଙ୍କ ମନ ଜିତିଛନ୍ତି । ଅମିତାଭ ବଲିଉଡରେ ୨୦୦ରୁ ଅଧିକ ଫିଲ୍ମ କରିଛନ୍ତି। ଅମିତାଭଙ୍କ ପ୍ରାୟ ସବୁ ଫିଲ୍ମ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି । ସେ ତାଙ୍କ ଜବରଦସ୍ତ ଅଭିନୟ ଦ୍ୱାରା ଦର୍ଶକମାନଙ୍କ ମନୋରଂଜନ କରିଥାନ୍ତି ।

ବଲିଉଡ ଇଣ୍ଡଷ୍ଟ୍ରିରେ ରିଷି କପୁର ପ୍ରାୟ ୫୦ ବର୍ଷ ହେବ ନଜର ଆସୁଛନ୍ତି । ରିଷି କପୁର ଜଣେ ଅଭିନେତା ହେବା ସହ ଫିଲ୍ମ ନିର୍ଦ୍ଦେଶକ ଓ ଫିଲ୍ମ ନିର୍ମାତା ହିସାବରେ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରିଆସିଛନ୍ତି । ସେ ତାଙ୍କ ଅଭିନୟ ଜରିଆରେ ଦର୍ଶକଙ୍କୁ ମନୋରଂଜନ କରିବା ସହ ତାଙ୍କ ମନ ମଧ୍ୟ ଜିତିଛନ୍ତି ।

ଅମିତାଭ ଓ ରିଷିଙ୍କ ଫିଲ୍ମ :

ଫିଲ୍ମ ଇଣ୍ଡଷ୍ଟ୍ରିରେ ବଲିଉଡ ଷ୍ଟାରମାନେ ଏକା ସହିତ କାମ କରିବା ଦ୍ୱାରା ସେମାନଙ୍କ ମଧ୍ୟରେ ବନ୍ଧୁତା ହୋଇଥାଏ । ଏମାନଙ୍କ ମଧ୍ୟରେ  ଏକ ସୁପରହିଟ୍‌ ଯୋଡି ହେଲେ ଅମିତାବ ବଚ୍ଚନ ଓ ରିଷି କପୁରଙ୍କର । ଏହି ଦୁଇ ଅଭିନେତା ବଲିଉଡ ଇଣ୍ଡଷ୍ଟ୍ରିରେ ଏକାଠି ଅନେକ ଫିଲ୍ମ କରିଛନ୍ତି । ରିଷି କପୁର ଓ ଅମିତାଭ ବଚ୍ଚନ ଅନେକ ଫିଲ୍ମରେ ଦୁଇ ଭାଇ ଭୂମିକାରେ ନଜର ଆସିଛନ୍ତି ।

ଅମିତାଭ ବଚ୍ଚନ ଓ ରିଷି କପୁର ଦୁଇ ଜଣ ପ୍ରଥମ ଥର ଏକା ସହିତ ୟଶ ଚୋପ୍ରାଙ୍କ ଫିଲ୍ମ ‘କଭି କଭି’ରେ କାମ କରୁଥିବାର ନଜର ଆସିଥିଲେ। ଏହି ଫିଲ୍ମ ସୁପରହିଟ୍‌ ହୋଇଥିଲା । ଏହି ଫିଲ୍ମ ସୁପରହିଟ୍‌ ହେବା ପରେ ସେମାନେ ଅନେକ ଫିଲ୍ମରେ ଏକାଠି ନଜର ଆସିଛନ୍ତି ।

୧୯୭୭ରେ ପୁଣି ଥରେ ଫିଲ୍ମ ‘ଅମର-ଆକବର-ଆନ୍ଥନୀ’ ରେ ଅମିତାଭ ଓ ରିଷି ନଜର ଆସିଥିଲେ । ଏହି ଫିଲ୍ମରେ ଅମିତାଭ ବଚ୍ଚନ ରିଷି କପୁରଙ୍କ ଭାଇ ଚରିତ୍ରରେ ଅଭିନୟ କରିଥିଲେ । ଏହି ଫିଲ୍ମ ସୁପରହିଟ୍‌ ହୋଇଥିଲା ଓ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା । ୧୯୮୧ରେ ‘ନସିବ’ ଫିଲ୍ମରେ ରିଷି କପୁର ଅମିତାଭ ବଚ୍ଚନଙ୍କ ଛୋଟ ଭାଇର ଚରିତ୍ରରେ ନଜର ଆସିଥିଲେ । ଦୁଇ ଜଣଙ୍କ ଭଲ ଅଭିନୟ ଦ୍ୱାରା ଫିଲ୍ମଟି ସୁପରହିଟ ହୋଇଥିଲା ।

ଅମିତାଭ ବଚନଙ୍କ ଫିଲ୍ମ ‘କୁଲି’ ବକ୍ସ ଅଫିସରେ ଅନେକ ସଫଳତା ହାସଲ କରିଥିଲା । ଏହି ଫିଲ୍ମରେ ମଧ୍ୟ  ଦୁଇ ଜଣ ଭାଇ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମରେ ତୃତୀୟ ଥର ପାଇଁ ଦୁଇଜଣ ଭାଇର ଭୂମିକାରେ ନଜର ଆସିଥିଲେ । ଫିଲ୍ମ ମେକର୍ସମାନେ ମଧ୍ୟ ଅମିତାଭ ଓ ରିଷିଙ୍କ ଯୋଡିକୁ ବହୁତ ପସନ୍ଦ କରୁଥିଲେ । ଏହି ଫିଲ୍ମ ସୁଟିଂ ସମୟରେ ଅମିତାଭ ବଚ୍ଚନଙ୍କୁ ଆଘାତ ଲାଗିଯାଇଥିଲା । ଫିଲ୍ମ ସୁଟିଂ ସମୟରେ ରିଷି କପୁର ଅମିତାଭଙ୍କ ବହୁତ କେୟାର କରିଥିଲେ । ଫଳରେ ଦୁଇଜଣଙ୍କ ବନ୍ଧୁତା ଅଧିକ ମଜବୁତ ହୋଇଥିଲା ।

ଦୁଇଜଣଙ୍କ ଯୋଡି ଶେଷ ଥର ପାଇଁ ୨୦୧୮ ରେ ଫିଲ୍ମ ‘୧୦୨ ନଟ୍‌ ଆଉଟ’ ରେ ଦେଖିବାକୁ ମିଳିଥିଲା । ଫିଲ୍ମରେ ରିଷି କପୁର ଅମିତାଭ ବଚ୍ଚନଙ୍କ ପୁଅ ଚରିତ୍ରରେ ଅଭିନୟ କରିଥିଲେ । ଏହି ଫିଲ୍ମ ଏକା ସହିତ ଦୁଇଜଣଙ୍କର ଶେଷ ଫିଲ୍ମ ଥିଲା । ଏହା ପରେ ରିଷି କପୁରଙ୍କ ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.