Below header

ପାକିସ୍ତାନରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ମୃତ, ୨୦ ଗୁରୁତର

ପାକିସ୍ତାନ ସିନ୍ଧୁ ପ୍ରାନ୍ତରେ ଦ୍ରୁତଗତିରେ ଆସୁଥିବା ଦୁଇଟି ବସ ମୁହାଁମୁହିଁ ଧକ୍କା ହୋଇଯାଇଛି । ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସ୍ଥାନୀୟ ଅଧିକାରୀମାନେ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଇଦ୍‌ ପର ଦିନ ଅର୍ଥାତ ଶୁକ୍ରବାର ଏହି ଦୁର୍ଘଟଣା ଘଟିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ପାକିସ୍ତାନରେ ଦୁର୍ଘଟଣା ଘଟିବା ଅତି ସାଧାରଣ କଥା ହୋଇଗଲାଣି । ବାରମ୍ବାର ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି । ତେବେ ସମାନ ଭାବେ ପାକିସ୍ତାନ ସିନ୍ଧୁ ପ୍ରାନ୍ତରେ ଦ୍ରୁତଗତିରେ ଆସୁଥିବା ଦୁଇଟି ବସ ମୁହାଁମୁହିଁ ଧକ୍କା ହୋଇଯାଇଛି । ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସ୍ଥାନୀୟ ଅଧିକାରୀମାନେ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଇଦ୍‌ ପର ଦିନ ଅର୍ଥାତ ଶୁକ୍ରବାର ଏହି ଦୁର୍ଘଟଣା ଘଟିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ଯାତ୍ରୀବାହୀ ବସ ଲାହୋରରୁ କରାଚୀ ଆସୁଥିବାବେଳେ ଅନ୍ୟ ଏକ ବସ କରାଚୀରୁ ଯାଉଥିଲା । ତେବେ ଡ୍ରାଇଭର ଦ୍ରୁତଗତିରେ ଗାଡ଼ି ଚଳାଉଥିବା କାରଣରୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିଲା ।

ଇଦ୍‌ ଛୁଟି ସମୟରେ ନୌଶେରା ଫିରୋଜ ନିିକଟସ୍ଥ ମୋରୋ ଠାରେ ଭୟଙ୍କର ଦୁର୍ଘଟଣା ହୋଇଥିଲା ଯେଉଁଥିରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଆହତ ହୋଇଥିବା ୨୦ ଜଣଙ୍କୁ ନଓ୍ଵାବଶାହ ଏବଂ ନୌଶେରା ଫିରୋଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ମାସ ଆରମ୍ଭରେ ମେହେରାନ ରାଜପଥର ନଓ୍ଵାବଶାହ ନିକଟରେ ଏକ ଦୁର୍ଘଟଣା ହୋଇଥିଲା ଯେଉଁଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୪୨ ଜଣ ଆହତ ହୋଇଥିଲେ । ଗତ ଏପ୍ରିଲ ମାସରେ ମଧ୍ୟ ସିନ୍ଧୁର ଥଟ୍ଟା ଜିଲ୍ଲାରେ କିଞ୍ଝର ହ୍ରଦ ନିକଟରେ ଏକ ଟ୍ରକ ଏବଂ ମିନିଭ୍ୟାନର ଧକ୍କା ହୋଇଥିଲା । ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା ।

ପାକିସ୍ତାନରେ ଅତ୍ୟଧିକ ସଡ଼କ ଖରାପ, ରକ୍ଷଣାବେକ୍ଷଣର ଅଭାବ ଏବଂ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏଭଳି ସଡ଼କ ଦୁର୍ଘଟଣାମାନ ଘଟିବାରେ ଲାଗିଛି । ଯାତ୍ରୀବାହୀ ବସରେ କ୍ଷମତା ଠାରୁ ଅଧିକ ଯାତ୍ରୀଙ୍କୁ ଧରି ବସ ଯାତ୍ରା କରିଥାଏ । ଏବଂ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.