ଜୁଲାଇରେ ୧୫ ଦିନ ବ୍ୟାଙ୍କ ବନ୍ଦ, ବ୍ୟାଙ୍କ ଯିବା ପୂର୍ବରୁ ଦେଖନ୍ତୁ ଲିଷ୍ଟ

ବ୍ୟାଙ୍କକୁ ଯିବା ପୂର୍ବରୁ ଜାଣିରଖନ୍ତୁ ଛୁଟି ତାଲିକା । ଜୁଲାଇ ମାସରେ ୧୫ ଦିନ ରହିବ ବ୍ୟାଙ୍କ ବନ୍ଦ । ତେଣୁ ବ୍ୟାଙ୍କ ଯାଇ ହଇରାଣ ହେବା ପୂର୍ବରୁ ଆରବିଆଇ ଜାରି କରିଥିବା ଲିଷ୍ଟ ଦେଖିଦିଅନ୍ତୁ ।

ଜୁନ୍‌ ମାସ ଶେଷ ହୋଇଛି । ଜୁଲାଇ ମାସ ଆରମ୍ଭ ହୋଇଛି । ଯଦି ଆପଣଙ୍କ ବ୍ୟାଙ୍କରେ ଗୁରୁତ୍ୱପୂର୍ଣ୍ଣ କାମ ରହିଛି, ତେବେ ତୁରନ୍ତ ଏହାକୁ ସାରିଦିଅନ୍ତୁ । ପ୍ରତି ମାସ ଭଳି ଜୁଲାଇ ମାସରେ ମଧ୍ୟ ବ୍ୟାଙ୍କ ଛୁଟି ରହିଛି । ଆରବିଆଇ ମୁତାବକ, ଜୁଲାଇରେ ମଧ୍ୟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ ।

କିଛି ଛୁଟି ଜାତୀୟ ହୋଇଥିବା ବେଳେ ଅନ୍ୟ କିଛି ରାଜ୍ୟର ପର୍ବପର୍ବାଣୀ ଅନୁସାରେ ବନ୍ଦ ରହିଛି । ଏହି ଛୁଟି ମଧ୍ୟରେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବର ସହିତ ରବିବାର ମଧ୍ୟ ସାମିଲ ରହିଛି । ତେବେ ବ୍ୟାଙ୍କ ଯିବା ପୂର୍ବରୁ ଜାଣିନିଅନ୍ତୁ ତାଲିକା :

ବ୍ୟାଙ୍କ ଛୁଟି ତାଲିକା :

ଜୁଲାଇ ୨ : ରବିବାର
ଜୁଲାଇ ୫ : ଗୁରୁ ହରଗୋବିନ୍ଦ ଜୀ ଜୟନ୍ତୀ ( ଶ୍ରୀନଗର, ଜମ୍ମୁ)
ଜୁଲାଇ ୬ : ଏମଏଚଆଇପି ଦିବସ ( ଆଇଜଲ)
ଜୁଲାଇ ୮ : ଦ୍ୱିତୀୟ ଶନିବାର
ଜୁଲାଇ ୯: ରବିବାର
ଜୁଲାଇ ୧୧: କେର ପୂଜା(ଅଗରତାଲା)
ଜୁଲାଇ ୧୩ : ଭାନୁ ଜୟନ୍ତୀ ( ଗ୍ୟାଙ୍ଗଟକ୍‌)
ଜୁଲାଇ ୧୬ : ରବିବାର
ଜୁଲାଇ ୧୭ : ଶିଲଂଗରେ ବ୍ୟାଙ୍କ ଛୁଟି
ଜୁଲାଇ ୨୧ : ଗ୍ୟାଙ୍ଗଟକରେ ବ୍ୟାଙ୍କ ଛୁଟି
ଜୁଲାଇ ୨୨: ଚତୁର୍ଥ ଶନିବାର
ଜୁଲାଇ ୨୩: ରବିବାର
ଜୁଲାଇ ୨୮ : ଜମ୍ମୁ ଏବଂ ଶ୍ରୀନଗାେ ବ୍ୟଙ୍କ ବନ୍ଦ
ଜୁଲାଇ ୨୯ : ମହରମ
ଜୁଲାଇ ୩୦ : ରବିବାର

ଜୁଲାଇ ୨୦୨୩ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରାଯାଇଛି । ଆପଣ ବ୍ୟାଙ୍କ ଯିବା ଆଗରୁ ଥରେ ଲିଷ୍ଟ ଚେକ୍‌ କରିଦିଅନ୍ତୁ । ନଚେତ ବ୍ୟାଙ୍କ ଯାଇ ଅଯଥାରେ ହଇରାଣ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.