କର୍ପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼ ଘଟଣା: ୪୮ ଘଣ୍ଟା ପରେ ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥା ଗିରଫ

ଭୁବନେଶ୍ୱର ଝାରପଡ଼ାରେ କର୍ପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ମାଷ୍ଟରମାଇଣ୍ଡ ପ୍ରଭାତ ମାର୍ଥା ଓ ତା ସହଯୋଗୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ପ୍ରଭାତ ହେଉଛନ୍ତି ବିଜେପିର କର୍ପୋରେଟର ପ୍ରାର୍ଥୀ ।

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଝାରପଡ଼ାରେ କର୍ପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ମାଷ୍ଟରମାଇଣ୍ଡ ପ୍ରଭାତ ମାର୍ଥା ଓ ତା ସହଯୋଗୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ପ୍ରଭାତ ହେଉଛନ୍ତି ବିଜେପିର କର୍ପୋରେଟର ପ୍ରାର୍ଥୀ । ପୂର୍ବରୁ ଏହି ଘଟଣାରେ ପୋଲିସ ପ୍ରଭାତଙ୍କର ଦୁଇ ଜଣ ବଡିର୍ଗାଡ ରାଜା ସାହୁ ଓ ଦିବାକର କଳସକୁ ଗିରଫ କରିଥିଲା ।

ଗତ ବୁଧବାର ରାତିରେ ହୋଇଥିଲା ଗୁଳିମାଡ଼ । ଝାରପଡ଼ାର ଶିଖର ଜେନାଙ୍କ ବଡ଼ପୁଅ ତଥା କର୍ପୋରେଟର ଶ୍ରୀଧର ଜେନାଙ୍କ ପୁତୁରା ଦୀପକ ଜଗନ୍ନାଥନଗର ପ୍ରଜାପତି କଲ୍ୟାଣମଣ୍ଡପ ସମ୍ମୁଖ ଦେଇ ଆସୁଥିବା ବେଳେ ବିଜେପିର କର୍ପୋରେଟର ପ୍ରାର୍ଥୀ ପ୍ରଭାତ ମାର୍ଥା ତାଙ୍କ ଗାଡି ଅଟକାଇଥିଲେ । ଗଣ୍ଡଗୋଳ ବଢ଼ିବାରୁ ବାପା ଓ ଭାଇ ଆଲୋକଙ୍କୁ ଘଟଣାସ୍ଥଳକୁ ଡାକିଥିଲେ ଦୀପକ । ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରଭାତ ଓ ଦୁଇ ସହଯୋଗୀ ଅତର୍କିତ ଗୁଳିମାଡ଼ କରିଥିଲେ । ଦୁଇଟି ବନ୍ଧୁକରେ ୧୨ ରାଉଣ୍ଡ ଗୁଳି ମାଡ଼ କରି ଫେରାର୍‌ ହୋଇଯାଇଥିଲେ ଦୁର୍ବୃତ୍ତ । ରକ୍ତାକ୍ତ ଅବସ୍ଥାରେ ଶିଖର ଓ ପୁଅ ଆଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୂର୍ବରୁ ପୌର ନିର୍ବାଚନ,ବାଲିଘାଟ, ସୁଧ କାରବାରକୁ ନେଇ ଜେନା-ମାର୍ଥା ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.