Below header

ଭାବିସ୍ୱାମୀଙ୍କ ସହିତ ସ୍ୱର୍ଣ୍ଣମନ୍ଦିରରେ ପ୍ରାର୍ଥନା ପାଇଁ ପହଞ୍ଚିଲେ ପରୀ, ଫଟୋ ଭାଇରଲ

ପରିଣୀତି ଏବଂ ରାଘବ ବିବାହ ପୂର୍ବରୁ ସ୍ୱର୍ଣ୍ଣମନ୍ଦିରରେ ପ୍ରାର୍ଥନା କରିଛନ୍ତି । ଭାଇରଲ ହେଉଥିବା ଫଟୋରେ ପରିଣୀତି ବେଜ କଲରର ସୁଟ ପିନ୍ଧିଥିବା ବେଳେ ରାଘବ ଧଳା କୁର୍ତ୍ତା ପାଇଜାମା ଏବଂ ନେହେରୁ ଜ୍ୟାକେଟ ପିନ୍ଧିଛନ୍ତି । ଦୁହିଁଙ୍କ ଫଟୋ ଦେଖି ଫ୍ୟାନ୍ସ ବେଶ୍‌ ଖୁସି ହୋଇଛନ୍ତି ।

ପରିଣୀତି ଚୋପ୍ରା ଏବଂ ରାଘବ ଚଢା ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଏହା ପୂର୍ବରୁ ଦୁହେଁ ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିରକୁ ଦର୍ଶନ ପାଇଁ ପହଞ୍ଚିଛନ୍ତି । ଦୁହେଁ ଶ୍ରୀ ହରମନ୍ଦିର ସାହେବକୁ ଯାଇ ଦର୍ଶନ କରିଛନ୍ତି । ଦୁହିଁଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ପରିଣୀତି ଏବଂ ରାଘବ ବିବାହ ପୂର୍ବରୁ ସ୍ୱର୍ଣ୍ଣମନ୍ଦିରରେ ପ୍ରାର୍ଥନା କରିଛନ୍ତି । ଭାଇରଲ ହେଉଥିବା ଫଟୋରେ ପରିଣୀତି ବେଜ କଲରର ସୁଟ ପିନ୍ଧିଥିବା ବେଳେ ରାଘବ ଧଳା କୁର୍ତ୍ତା ପାଇଜାମା ଏବଂ ନେହେରୁ ଜ୍ୟାକେଟ ପିନ୍ଧିଛନ୍ତି । ଦୁହିଁଙ୍କ ଫଟୋ ଦେଖି ଫ୍ୟାନ୍ସ ବେଶ୍‌ ଖୁସି ହୋଇଛନ୍ତି ।

 

View this post on Instagram

 

A post shared by Instant Bollywood (@instantbollywood)


କିଛିଦିନ ପୂର୍ବରୁ ଦୁହେଁ ନିଜର ସଂପର୍କକୁ ଲୁଚାଇ ରଖିଥିଲେ । ଆଉ ତୁରନ୍ତ ନିର୍ବନ୍ଧ କରି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଥିଲେ । ୧୩ ମଇରେ ଦୁହେଁ ନିର୍ବନ୍ଧ କରିସାରିଛନ୍ତି । ଯାହାର ଫଟୋ ଏବଂ ଭିଡିଓଭାଇରଲ ହୋଇଛି। ଦୁହେଁ ଖୁବଶୀଘ୍ର ବିବାହ କରିବେ। ତେବେ ବିବାହକୁ ନେଇ ଏପର୍ଯ୍ୟନ୍ତ ତାରିଖ ଘୋଷଣା କରାଯାଇନାହିଁ ।

କାମ କଥା କହିବାକୁ ଗଲେ, ପରିଣୀତି ଖୁବଶୀଘ୍ର ଜସଓ୍ଵନ୍ତ ସିଂ ଗିଲଙ୍କ ବାୟୋପିକରେ ନଜର ଆସିବେ । ଏହି ଫିଲ୍ମରେ ଅକ୍ଷୟ କୁମାର ଜସଓ୍ଵନ୍ତ ସିଂ ଗିଲ୍‌ ଭୂମିକାରେ ନଜର ଆସିବେ । ଏପର୍ଯ୍ୟନ୍ତ ଫିଲ୍ମର ଟାଇଟଲ ଘୋଷଣା କରାଯାଇନାହିଁ । ଏହାସହିତ ଇମତିଆଜ ଅଲ୍ଲୀଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଫିଲ୍ମ ଅମର ସିଂ ଚମକିଲା ବାୟୋପିକରେ ମଧ୍ୟ ନଜର ଆସିବେ । ଏହା ଏକ ପଞ୍ଜାବୀ ଗାୟକଙ୍କ ବାୟୋପିକ ।

ମାୟାନଗରୀ ମୁମ୍ବାଇରେ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍ ଆଦମୀ ପାର୍ଟିର ଚର୍ଚ୍ଚିତ ନେତା ତଥା ପଞ୍ଜାବରୁ ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ଏକାଠି ସ୍ପଟ୍‌ କରାଯାଇଥିଲା। ପରିଣୀତି ଓ ରାଘବଙ୍କୁ ଲଗାତାର ଦୁଇ ଦିନ ମୁମ୍ବାଇରେ ଲଞ୍ଚ୍‌ ଏବଂ ଡିନର ଡେଟ୍‌ରେ ସ୍ପଟ୍‌ କରାଯିବା ପରେ ସେମାନଙ୍କ ଡେଟିଂ ଗୁଜବ ଆରମ୍ଭ ହୋଇଥିଲା। ଏହାପରେ ଉଭୟ ଅନେକ ଥର ବିମାନବନ୍ଦରରେ ଏକାଠି ନଜର ଆସିଥିଲେ। ନିକଟରେ ଅଭିନେତ୍ରୀଙ୍କୁ ରିସିଭ୍‌ କରିବା ପାଇଁ ଦିଲ୍ଲୀ ଏୟାରପୋର୍ଟରେ ରାଘବ ଚଢ଼ାଙ୍କୁ ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.