ଦୁର୍ବଳ ହୋଇପଡ଼ିଛି ମୌସୁମୀ ପ୍ରବାହ, ଦୁଇ ଦିନ ରହିପାରେ ରାଜ୍ୟରେ ଏମିତି ପାଗ

ପାରଦ ସାମାନ୍ୟ ବଢିଥିଲେ ବି ବାହାରକୁ ବାହାରିଲେ ଜଳି ଗଲା ବଳି ଲାଗୁଛି ଦେହ ମୁହଁ । ଆଜି ସକାଳ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୬.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

କେନ୍ୟୁଜ୍(ବ୍ୟୁରୋ):  ଦୁର୍ବଳ ପଡ଼ିଛି ମୌସୁମୀ ପ୍ରବାହ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ମାତ୍ରା କମିଛି । ସାମାନ୍ୟ ବଢ଼ିଛି ତାପମାତ୍ରା । ଆଜି ସକାଳ ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଟାଇଁ ଟାଇଁ ଖରା ହେଉଛି । ପାରଦ ସାମାନ୍ୟ ବଢିଥିଲେ ବି ବାହାରକୁ ବାହାରିଲେ ଜଳି ଗଲା ବଳି ଲାଗୁଛି ଦେହ ମୁହଁ । ଆଜି ସକାଳ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୬.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

ଚାନ୍ଦବାଲିରେ ପାରଦ ୩୬, ସମ୍ବଲପୁରରେ ୩୫, ହୀରାକୁଦରେ ୩୪.୪, ଝାରସୁଗୁଡ଼ାରେ ୩୪.୪ ଡିଗ୍ରୀ ରହିଛି ପାରଦ । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆର୍ଦ୍ରତା ସାଢ଼େ ୧୧ଟା ସୁଦ୍ଧା ୭୦ ପ୍ରତିଶତରୁ ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି । ରାଜ୍ୟରେ ଗତ ୩ ଦିନ ଧରି ମୌସୁମୀ ବର୍ଷା କମିବା ସହ ବର୍ତ୍ତମାନ ରାଜ୍ୟ ଉପରେ ମୌସୁମୀ ପ୍ରବାହ ଦୁର୍ବଳ ଥିବାରୁ ତାତି ଓ ଗୁଳୁଗୁଳି ବଢ଼ିଛି । ଦୁଇ ଦିନ ରାଜ୍ୟରେ ଏମିତି ପାଗ ରହିପାରେ । ୩ ତାରିଖରୁ ବର୍ଷା ଥିବାରୁ ତାତିରୁ ମିଳିପାରେ ଆଶ୍ୱସ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.