ସବୁଜ ପରିବେଶରେ ରହୁଥିବା ବ୍ୟକ୍ତିଙ୍କ ବୟସ ଅଧିକ ହୋଇଥାଏ, ରିସର୍ଚ୍ଚରୁ ହେଲା ଖୁଲାସା

ଜଣେ ବ୍ୟକ୍ତିର ଜୈବିକ ବୟସ ତାର ଜୀବନଶୈଳୀ ଉପରେ ନିର୍ଭର କରିଥାଏ । ଏଭଳି ଭାବେ ଜୈବିକ ବୟସ ବୃଦ୍ଧି କିମ୍ବା କମ ହୋଇଥାଏ । ଯଦି ବାୟୋଲୋଜିକାଲ ବୟସ, କ୍ରୋନୋଲଜିକାଲ ବୟସରୁ କମ ହୋଇଥାଏ ତେବେ ମଣିଷ ଶୀଘ୍ର ବୃଦ୍ଧ ହୋଇଯାଏ । ବୃଦ୍ଧ ବେଳେ ହେଉଥିବା ସମସ୍ତ ରୋଗ ସମୟ ପୂର୍ବରୁ ହିଁ ମଣିଷକୁ ପ୍ରଭାବିତ କରିବାକୁ ଲାଗେ ଏବଂ ଏହା ସହ ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ବଢିଯାଏ ।

ବୟସ ବଢାଇବା ପାଇଁ ଲଗାତାର ଭାବେ ବୈଜ୍ଞାନିକମାନେ ରିସର୍ଚ୍ଚ କରୁଛନ୍ତି । ଏପରିକି କିଛି ବୈଜ୍ଞାନିକ ମଣିଷ କିପରି ଅମର ହୋଇପାରିବ ସେନେଇ ଚର୍ଚ୍ଚା କରୁଛନ୍ତି । ତେବେ ଅମର ହେବାପାଇଁ ବୈଜ୍ଞାନିକଙ୍କ ନିକଟରେ କୌଣସି ଫର୍ମୁଲା ବାହାରି ନଥିବାବେଳେ କିପରି ବୟସକୁ ଅଧିକ କରାଯାଇ ପାରିବ ତାହା ଜଣା ପଡ଼ିଛି । ନର୍ଥେଓ୍ଵଷ୍ଟର୍ନ ୟୁନିଭର୍ସିଟିରେ ହୋଇଥିବା ଅନୁସନ୍ଧାନରେ ଦାବି କରାଯାଇଛି ଯେ, ସବୁଜ ପରିବେଶରେ ରହୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଜୈବିକ ଏବଂ ମଲିକ୍ୟୁଲାର ପରିବର୍ତ୍ତନ ହୋଇଥାଏ । ଯେଉଁଥିରେ ସେମାନଙ୍କ ଜୈବିକ ବୟସ କମ ହୋଇଥାଏ ଏବଂ କ୍ରୋନୋଲଜିକାଲ ଅର୍ଥାତ ବାସ୍ତବ ବୟସ ବୃଦ୍ଧି ଘଟିଥାଏ ।

ଜଣେ ବ୍ୟକ୍ତିର ଜୈବିକ ବୟସ ତାର ଜୀବନଶୈଳୀ ଉପରେ ନିର୍ଭର କରିଥାଏ । ଏଭଳି ଭାବେ ଜୈବିକ ବୟସ ବୃଦ୍ଧି କିମ୍ବା କମ ହୋଇଥାଏ । ଯଦି ବାୟୋଲୋଜିକାଲ ବୟସ, କ୍ରୋନୋଲଜିକାଲ ବୟସରୁ କମ ହୋଇଥାଏ ତେବେ ମଣିଷ ଶୀଘ୍ର ବୃଦ୍ଧ ହୋଇଯାଏ । ବୃଦ୍ଧ ବେଳେ ହେଉଥିବା ସମସ୍ତ ରୋଗ ସମୟ ପୂର୍ବରୁ ହିଁ ମଣିଷକୁ ପ୍ରଭାବିତ କରିବାକୁ ଲାଗେ ଏବଂ ଏହା ସହ ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ବଢିଯାଏ ।

ବିଶେଷଜ୍ଞଙ୍କ ଅନୁସାରେ ବାୟୋଲୋଜିକାଲ ବୟସ ଯଦି ବାସ୍ତବିକ ବୟସ ଠାରୁ କମ ହୋଇଥାଏ ତେବେ ବ୍ୟକ୍ତି ଅନ୍ୟମାନଙ୍କ ତୁଳନାରେ ଅଧିକ ସମୟ ପର୍ଯ୍ୟନ୍ତ ଯୁବକ ଦେଖା ଯାଇଥାନ୍ତି । ପ୍ରଥମେ ବାୟୋଲୋଜିକାଲ ବୟସକୁ କମ କରିବା ପାଇଁ ସବୁଜ ପନି ପରିବା ଖାଇବା ସହ ଏକ୍ସରସାଇଜ କରିବା ପାଇଁ ପରାମର୍ଶ ଦିଆଯାଉଥିଲା । କିନ୍ତୁ ଖାଦ୍ୟ ପଦାର୍ଥ ଖାଇବା ସହ ସବୁଜ ପରିବେଶରେ ରହିବା ଦ୍ୱାରା ବୟସ ବଢିଥାଏ ବୋଲି ଜଣା ପଡ଼ିଛି ।

ଏହି ଅନୁସନ୍ଧାନ ପାଇଁ ଆମେରିକାର ୪ଟି ସହରକୁ ବଛା ଯାଇଥିଲା, ଯେଉଁଥିରେ ଦୁଇଟି ଭିନ୍ନ ଭିନ୍ନ ପରିବେଶରେ ରହୁଥିବା ଲୋକ ସାମିଲ ଥିଲେ । ପାଖାପାଖି ୯୦୦ ବ୍ୟକ୍ତିଙ୍କ ଉପରେ ୨ ଦଶନ୍ଧି ଧରି ଏହି ଅନୁସନ୍ଧାନ କରାଯାଇଥିଲା । ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ କିପରି ରହୁଛି ତାହା ଜାଣିବା ହିଁ ଏହି ଅନୁସନ୍ଧାନର ଉଦ୍ଦେଶ୍ୟ ଥିଲା ।

ଅନୁସନ୍ଧାନକାରୀ ଟିମ ଏହି ବ୍ୟକ୍ତିମାନଙ୍କ ଡିଏନଏ ପରୀକ୍ଷା କରି ମିଥାଇଲେସନ ନାମକ ଏକ ରାସାୟନିକ ପରିବର୍ତ୍ତନ ଦେଖିବାକୁ ପାଇଥିଲେ । ଏହି ପ୍ରକ୍ରିୟା  ସାଧାରଣତଃ ଡିଏନଏରେ ରହିଥାଏ କିନ୍ତୁ ବୟସ ବଢିବା ସଙ୍ଗେ ସଙ୍ଗେ ଏଥିରେ ପରିବର୍ତ୍ତନ ହେବାକୁ ଲାଗିଥାଏ । ଏହାକୁ ଏପିଜେନେଟିକ କ୍ଲକ କୁହାଯାଏ । ଆମେ ଯୁବବସ୍ଥାରେ ରହିଛୁ କି ବୃଦ୍ଧ ଅବସ୍ଥାରେ ରହିଛୁ ତାହା ଏହି କ୍ଲକ ଜଣାଇଥାଏ । ଅନୁସନ୍ଧାନରୁ ଜଣା ଯାଇଛି ଯେ, ଯେଉଁମାନେ ସବୁଜ ପରିବେଶରେ ରହୁଥିଲେ, ସେମାନଙ୍କ ଏପିଜେନେଟିକ କ୍ଲକ ଧୀରେ ଧୀରେ ବଢୁଥିଲା । ଅନ୍ୟ ମାନଙ୍କ ତୁଳନାରେ ସେମାନେ ୨.୫ ବର୍ଷ ସାନ ଦେଖାଯାଉଥିଲେ । ତେବେ ବର୍ତ୍ତମାନ ବୈଜ୍ଞାନିକମାନେ ଏସମ୍ବନ୍ଧରେ ଅଧିକ ଅନୁସନ୍ଧାନ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.