Below header

ବାଙ୍କୀ କୁରୁମୁଚଇନି ନିକଟ ମହାନଦୀରେ ଫସି ରହିଛି ହାତୀ,ଉଦ୍ଧାର ପାଇଁ ଅଗ୍ନିଶମ ଓ ବନବିଭାଗର ଉଦ୍ୟମ ଜାରି

ଧୀରେ ଧୀରେ ହାତୀଟି ଆଗକୁ ଅର୍ଥାତ କୁରୁମଚଇନି ପଟକୁ ଆସିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି । ମାତ୍ର ଗତକାଲି ସନ୍ଧ୍ୟାରେ ପ୍ରବଳ ବର୍ଷା ହୋଇଥିବାରୁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଯାହାଫଳରେ ହାତୀଟି ବାହାରକୁ ଆସିପାରୁନି ।

ବାଙ୍କୀ(କେନ୍ୟୁଜ୍): ମହାନଦୀରେ ଫସି ରହିଛି ହାତୀ । ବାଙ୍କୀ କୁରୁମଚଇନି ନିକଟସ୍ଥ ମହାନଦୀର ମଝିରେ ହାତୀଟି ଫସି ରହିଛି । ଧୀରେ ଧୀରେ ହାତୀଟି ଆଗକୁ ଅର୍ଥାତ କୁରୁମଚଇନି ପଟକୁ ଆସିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି । ମାତ୍ର ଗତକାଲି ସନ୍ଧ୍ୟାରେ ପ୍ରବଳ ବର୍ଷା ହୋଇଥିବାରୁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଯାହାଫଳରେ ହାତୀଟି ବାହାରକୁ ଆସିପାରୁନି ।

ଜଳସ୍ତର ବୃଦ୍ଧି ପାଇବାରୁ ପାଣି ଭିତରେ ଛିଡା ହୋଇ ରହିଛି ହାତୀ । ବୈଦେଶ୍ୱର ବନବିଭାଗ କର୍ମଚାରୀମାନେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.