ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା: ୭ତାରିଖ ସୁଦ୍ଧା ୩ ଜଣ ଏସ୍‌ଡିଜେଏମ୍‌ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ

ବିଦ୍ୟାଭାରତୀଙ୍କ ସମେତ ୩ଜଣଙ୍କ ନାଁରେ ଜାମିନବିହୀନ ଗିରଫ ପରୱାନା ଜାରି କରିଛନ୍ତି ପାରଳାଖେମୁଣ୍ଡି ଏସଡିଜେଏମ୍‌ କୋର୍ଟ । ତାଙ୍କ ସହ ପୂର୍ବତନ ଗଜପତି ଡିଏଫଓ ସଂଗ୍ରାମ କିଶୋର ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ବି ଏନବିଡବ୍ଲ୍ୟୁ ଜାରି ହୋଇଛି ।

କଟକ(କେନ୍ୟୁଜ୍):ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବଢିଲା ପତ୍ନୀ ବିଦ୍ୟାଭାରତୀଙ୍କ ଅଡୁଆ । ବିଦ୍ୟାଭାରତୀଙ୍କ ସମେତ ୩ଜଣଙ୍କ ନାଁରେ ଜାମିନବିହୀନ ଗିରଫ ପରୱାନା ଜାରି କରିଛନ୍ତି ପାରଳାଖେମୁଣ୍ଡି ଏସଡିଜେଏମ୍‌ କୋର୍ଟ । ତାଙ୍କ ସହ ପୂର୍ବତନ ଗଜପତି ଡିଏଫଓ ସଂଗ୍ରାମ କିଶୋର ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ବି ଏନବିଡବ୍ଲ୍ୟୁ ଜାରି ହୋଇଛି । ତିନି ଜଣଙ୍କୁ ଆସନ୍ତା ୭ତାରିଖ ସୁଦ୍ଧା ଏସ୍‌ଡିଜେଏମ୍‌ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମୃତ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ଦାୟର କରିଥିବା ୱାନ୍‌ ସିସି ମାମଲାରେ ତିନି ଅଭିଯୁକ୍ତଙ୍କ ବିରୋଧରେ ଜାମିନବିହୀନ ଗିରଫ ଫରୱାନା ଜାରି ହୋଇଛି ।

୨୦୨୧ ଜୁଲାଇ ୧୨ରେ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ କ୍ୱାର୍ଟରରୁ ଉଦ୍ଧାର କରାଯାଇଥଥିଲା । ପରଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ପାରଳାଖେମୁଣ୍ଡି ଥାନାରେ ହତ୍ୟା ମାମଲା ଦାୟର କରିଥିଲେ । ଅଭିଯୋଗର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ । ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ସେ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ଏକ ୱାନ୍‌ ସିସି ମାମଲା ରୁଜୁ କରିଥିଲେ । ୭ ତାରିଖରେ ହାଜର ନେହେଲ ବିଦ୍ୟାଭାରତୀଙ୍କୁ ଗିରଫ କରିପାରେ ପୋଲିସ । କୋର୍ଟଙ୍କ ପରିବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କର ନଜର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.