ପଟିଆଲାରେ ଇଣ୍ଡିଆନ୍ ଗ୍ରାଁ ପ୍ରି-2ରେ ସଫଳତା ପାଇଁ ଉଭୟ ଦୂତି ଓ ଅମୀୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଦୌଡ଼ ରାଣୀ ଦୂତି ଚାନ୍ଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା । ଏହାସହ ଅମୀୟ ମଲ୍ଲିକଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ । ଦୁହିଁଙ୍କ ଅଧିକ ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ପଟିଆଲାରେ ଇଣ୍ଡିଆନ୍ ଗ୍ରାଁ ପ୍ରି-2ରେ ଦୂତି ଚାନ୍ଦଙ୍କୁ ସ୍ୱର୍ଣ୍ଣ ମିଳିଛି ।
ଶହେ ମିଟର ଦୌଡ଼ରେ ସ୍ୱର୍ଣ୍ଣ ଜିତିଛନ୍ତି ଦୂତି ଚାନ୍ଦ। ୧୧.୪୪ ସେକେଣ୍ଡରେ ସେ ଶହେ ମିଟର ଅତିକ୍ରମ କରିଛନ୍ତି । ଗ୍ରାଁ ପ୍ରିର ଫାଷ୍ଟ ଲେଗ୍ରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ ଦୂତି। ସେତେବେଳେ ସେ ୧୧.୫୧ ସେକେଣ୍ଡ ସମୟ ନେଇଥିଲେ। ଏଥର ତାଙ୍କର ଦୌଡ଼ରେ ଉନ୍ନତି ଆସିଛି। କିନ୍ତୁ ଅଲମ୍ପିକ୍ସ କ୍ୱାଲିଫାଏ ଏଣ୍ଟ୍ରି ମାର୍କ ରହିଛି ୧୧. ୧୫ ସେକେଣ୍ଡ। ସେହିଭଳି ୧୦୦ ମିଟର ପୁରୁଷ ବର୍ଗରେ ଅମୀୟ ମଲ୍ଲିକ ରୋପ୍ୟ ପାଇଛନ୍ତି ।