Below header

କରୋନା ଭାଇରସ କାରଣରୁ ଏସିଆନ ଚମ୍ପିୟାନସିପରେ ଭାଗ ନେଇପାରିବେନି ଚୀନ ଖେଳାଳି

ଆଜିଠୁ ଆରମ୍ଭ ହେଉଥିବା ଏସିଆନ କୁସ୍ତି ଚମ୍ପିୟାନସିପରେ ଚୀନ ପହିଲଵାନ ମାନେ ଭାଗ ନେଇପାରିପେନି । ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ ସଂକ୍ରମଣ କାରଣରୁ ହିଁ ଭାରତ ସରକାର ଚୀନ ଖେଳାଳି ମାନଙ୍କୁ ଭିସା ଜାରି କରିନାହାନ୍ତି । ଭାରତ ରାଷ୍ଟ୍ରୀୟ ମହାସଂଘର ଜଣେ ଶୀର୍ଷ ଅଧିକାରୀ ଏବାବଦରେ ସ୍ପଷ୍ଟୀକରଣ ଦେଇଛନ୍ତି । ସୋମବାର ଭାରତୀୟ କୁସ୍ତି ମହାସଂଘର ସହାୟକ ସଚିବ ବିନୋଦ ତୋମାର ହିଁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତିକି ଚୀନ ଦେଶର ୪୦ ସଦସ୍ୟ ବିଶିଷ୍ଟ ଦଳକୁ ଭିଜା ଦେବାକୁ ସ୍ପଷ୍ଟ ଭାବେ ମନାକରି ଦିଆଯାଇଛି । ତୋମାର ଆହୁରି ମଧ୍ୟ କହିଛନ୍ତିକି ସରକାର ଚୀନ ଦଳକୁ ମନାକରିଦେବାରୁ ହିଁ ଏହି ଦଳ ଚମ୍ପିୟାନ ସିପରେ ଭାଗ ନେଇପାରିବେ ନାହିଁ । ପୂରା ବିଶ୍ୱ ବର୍ତ୍ତମାନ ସମୟରେ କରୋନା ଭାଇରସକୁ ନେଇ ଭୟବିତ ଥିବା ବେଳେ ଖେଳାଳି ମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ହିଁ ସରକାରଙ୍କ ତରଫରୁ ଏପରି ନିଷ୍ପତି ନିଆଯାଇଥିବା ସେ କହିଛନ୍ତି । କହିରଖିବା ଉଚିତ ହେବକି ଭାରତ ସରକାର ସଂକ୍ରମଣ ଭୟରେ ଚୀନ ନାଗରିକଙ୍କ ପାଇଁ ଇ- ଭିସା ସୁବିଧା ବି ବନ୍ଦ କରିଦେଇଥିଲେ । ଖବର ଅନୁଯାୟୀ ଏହି ଜୀବାଣୁ କାରଣରୁ ଏଯାବତ ପ୍ରାୟ ୧୬୦୦ ରୁ ଆଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.