Below header

କ୍ରିକେଟର ଗୌତମ ଗମ୍ଭୀର କଲେ ଏମିତି କାମ, ଯାହା ବିଷୟରେ କେହି ମଧ୍ୟ ଭାବି ନଥିବେ

ନୂଆଦିଲ୍ଲୀ : କ୍ରିକେଟରୁ ଦୂରରେ ରହିବା ସହ ରାଜନୀତି ଆଡ଼କୁ ପାଦ ବଢ଼ାଉଥିବା ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ପୁଣିଥରେ ଚର୍ଚ୍ଚାରେ। ସେ ନିକଟରେ ଏପରି କାମ କରିଛନ୍ତି ଯାହା ବିଷୟରେ କେହି କେବେ ମଧ୍ୟ ଭାବି ପାରିବେ ନାହିଁ। ନିକଟରେ ଗମ୍ଭୀରଙ୍କୁ ଏକ ଇଭେଣ୍ଟକୁ ମଥାରେ ବିନ୍ଦି ଏବଂ ମୁଣ୍ଡରେ ଓଢ଼ଣା ପକାଇ ଯାଉଥିବାର ଦେଖିବାକୁ ମିଳିଥିଲା। ଗମ୍ଭୀରଙ୍କ ଏହି ନୂଆ ରୁପର ଫଟୋ ସୋସିଆଲ ମିଡ଼ିଆରେ ଆସିବା ସହ ବହୁ ସଂଖ୍ଯାକ ଭାଇରାଲ ହେଉଛି। ଲୋକ ତଥା ମିଡ଼ିଆ ଭରପୁର ମାତ୍ରାରେ ତାଙ୍କର ପ୍ରଶଂସା କରୁଛନ୍ତି।

goutam

ଗମ୍ବୀର ସମାଜରେ ଭେଦଭାବର ଶିକାର ହେଉଥିବା କିନ୍ନରଙ୍କୁ ସମର୍ଥନ ଦେବା ପାଇଁ ନିକଟରେ ଏକ ସମ୍ମିଳନୀ ହିଞ୍ଜଡ଼ା ହବ୍ବାର ଉଦଘାଟନ ସମାରୋହରେ ପହଞ୍ଚିଥିଲେ। କାର୍ଯ୍ଯକ୍ରମରେ କିନ୍ନର ଗୌତମ ଗମ୍ଭୀରଙ୍କୁ ତାଙ୍କ ଭଳି ସଜ୍ଜବାଜ୍ଜ ହେବାରେ ସାହାଯ୍ଯ କରିଥିଲେ। ସେମାନେ ତାଙ୍କୁ କଳା ରଙ୍ଗର ଏକ ଓଢ଼ଣୀ ଦେବା ସହ ମଥାରେ ନାଲି ରଙ୍ଗର ବିନ୍ଦି ଦେଇଥିଲେ। କିନ୍ନରଙ୍କ ଅନୁଯାୟୀ ଏପରି ସମ୍ମାନ ପାଇ ଗମ୍ଭୀର ମଧ୍ୟ ବହୁତ ଖୁସିଥିଲେ।

ଏହା ପ୍ରଥମଥର ନୁହଁ ଯେତେବେଳେ ଗମ୍ଭୀର ଏହି ବର୍ଗର ବ୍ଯକ୍ତିମାନଙ୍କ ପ୍ରତି ନିଜର ସମର୍ଥନ ଦେଖାଇଛନ୍ତି। ଚଳିତ ବର୍ଷ ସେ ଦୁଇଜଣ କିନ୍ନର ଅବନି ଅହର ଏବଂ ସିମରଣ ଖେରଙ୍କୁ ନିଜର ଭଉଣୀ କରି ତାଙ୍କଠାରୁ ନିଜ ହାତରେ ରାକ୍ଷୀ ବାନ୍ଧିଥିଲେ। କିନ୍ତୁ ବାସ୍ତବରେ ଗମ୍ଭୀରଙ୍କ ଜଣେ ବଡ଼ ଭଉଣୀ ଅଛନ୍ତି ଯାହାଙ୍କ ନାମ ଏକତା।

goutam

ଗମ୍ଭୀର କ୍ରିକେଟ ଛଡ଼ା ସମାଜ ସେବାରେ ମଧ୍ୟ ବହୁତ ସକ୍ରିୟ। ଏହା ପୂର୍ବରୁ ଜମ୍ମୁ-କଶ୍ମୀରରେ ଅତଙ୍କ ଆକ୍ରମଣରେ ସହିଦ ହୋଇଥିବା ଅବଦୁଲ ରସିଦଙ୍କ ଝିଅର ଫଟୋ ସମସ୍ତେ ଦେଖିଥିଲେ। ତାହାକୁ ମିଡ଼ିଆରେ ବହୁ ସଂଖ୍ଯାକ ସେୟାର କରାଯାଇଥିବା ବେଳେ ତାଙ୍କ ପ୍ରତି ସମସ୍ତେ ସମ୍ବେଦନଶୀଳ ଦେଖାଇଥିଲେ। କିନ୍ତୁ ସେହି ସମୟରେ ଗୌତମ ଆଗକୁ ବଢ଼ି ସେ ଝିଅର ସମସ୍ତ ପଢ଼ା ଖର୍ଚ୍ଚ ଉଠାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.