Below header

ନିଶା ଦହିୟାଙ୍କୁ ଗୁଳି କରି ହତ୍ୟା !…… ଏତେ ବଡ଼ ଗୁଜବ ସୃଷ୍ଟି ହେଲା କେମିତି ?

ନୂଆଦିଲ୍ଲୀ : ଆଜି ଘଟିଛି ଏକ ଅଭାବନୀୟ ଘଟଣା । ଅନ୍ତର୍ଜାତୀୟ ମହିଳା ରେସଲର୍‌ ନିଶା ଦହିୟାଙ୍କୁ କିଛି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ହରିଆଣା ସୋନିପତ ଠାରେ ଘଟିଛି ଏହି ଅଘଟଣ । ନିଶାଙ୍କ ସହିତ ତାଙ୍କ ଭାଇକୁ ବି ହତ୍ୟାକାରୀମାନେ ଗୁଳି କରିଥିଲେ । ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି । ନିଶାଙ୍କ ମା ମଧ୍ୟ ଗୁରୁତର ଆହତ ଅଛନ୍ତି । … ଏମିତି ଖବର କିଛି ସମୟ ପୂର୍ବରୁ ସାରା ଦେଶକୁ ସ୍ତବଧ କରିଦେଲା । ହେଲେ ପରେ ଜଣାପଡ଼ିଲା ସବୁ ମିଛ । ଏ ଖବର ପାଇବା ପରେ ନିଜେ ନିଶା ଭିଡିଓ କରି ‘ମୁଁ ପୂରା ଠିକ୍‌ ଅଛି, ମୋର କିଛି ହୋଇନାହିଁ’ ବୋଲି କହିଛନ୍ତି ।

 

ନିକଟରେ ସର୍ବିଆରେ ଅନୁଷ୍ଠିତ ୨୩ ବର୍ଷରୁ କମ୍‌ ବିଶ୍ୱ କୁସ୍ତି ପ୍ରତିଯୋଗିତାରେ ନିଶାଙ୍କ ସମେତ ୫ ଜଣ ଭାରତୀୟ ପ୍ରତିଯୋଗୀ ପଦକ ଜିତିଥିଲେ । ନିଶା ବ୍ରୋଞ୍ଜ ପଦକ ଜିତିଛନ୍ତି । ଆଜି ସକାଳେ ନିଶାଙ୍କ ସମତେ ସମସ୍ତ ଭାରତୀୟ ପ୍ରତିଯୋଗୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଥିଲେ । ତେବେ ସନ୍ଧ୍ୟାରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବାର ଖବର ଚାରିଆଡ଼େ ପ୍ରଚାର ହୋଇଗଲା ।
ତେବେ ଏଭଳି ଏକ ଗୁଜବ କିଭଳି ଭାବେ ପ୍ରଚାର ହେଲା ଓ କିଏ କଲା ଏବେ ତାର ଖୋଳତାଡ଼ ଚାଲିଛି ।

NISHA-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.