ପୋଲିସ୍‌ ଡିଜି ଅଭୟଙ୍କୁ ଅବସର ନେବା ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର : ଓଡ଼ିଶା ପୋଲିସ୍‌ ଡିଜି ଅଭୟଙ୍କୁ ଅବସର ନେବା ପାଇଁ ଅନୁମତି ଦେଲେ ରାଜ୍ୟ ସରକାର। ବର୍ଷ ଶେଷ ଅର୍ଥାତ ଡିସେମ୍ବର ୩୧ ତାରିଖରେ ସେ ଅବସର ନେବେ ବୋଲି ଗୃହ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। କହିରଖିବା ଉଚିତ ହେବକି ଡିଜିପି ଅଭୟଙ୍କର କାର୍ଯ୍ୟକାଳ ୨୦୨୧ ମସିହା ଜୁନ୍‌ ପର୍ଯ୍ୟନ୍ତ ଥିଲା । ମାତ୍ର ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇ ଦେଇଥିଲେ । ସେହି ଅନୁଯାୟୀ ଆସନ୍ତା ଡିସେମ୍ବର ୩୧ ତାରିଖରେ ଅବସର ନେବେ ଡିଜିପି ଅଭୟ । ସେନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର।

ସେପଟେ ନୂଆ ଡିଜିପି ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ରାଜ୍ୟ ସରକାର ୧୨ ଜଣିଆ ତାଲିକା କେନ୍ଦ୍ର ସରକାରଙ୍କ ପାଖକୁ ପଠାଇ ଦେଇଛନ୍ତି । ପଠାଯାଇଥିବା ଏହି ତାଲିକାରେ ପ୍ରଦୀପ କପୁର, ସୁନୀଲ କୁମାର ବଂଶଲ, ମନୋଜ ଛାବ୍ରା, ସନ୍ତୋଷ ଉପାଧ୍ୟାୟଙ୍କ ପରି ନାଁ ରହିଛି । ସମାନଙ୍କ ମଧ୍ୟରୁ ତିନି ଜଣଙ୍କୁ କେନ୍ଦ୍ର କମିଶନ ତରଫରୁ ବଛାଯିବାକୁ ଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଜଣଙ୍କୁ ଚୟନ କରାଯିବ ବୋଲି ଜଣାଯାଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.