Below header

କୋଭିଡ କଟକଣା ପାଇଁ ଚଳିତ ବର୍ଷ ରାଧା ପାଦ ଦର୍ଶନ ବନ୍ଦ ରହିବ

ପୁରୀ(କେ ନ୍ୟୁଜ): ୧୨ ତାରିଖ ପବିତ୍ର ଅଳାଁ ନବମୀ । ତେବେ କୋଭିଡ ପାଇଁ ଚଳିତ ବର୍ଷ ମଧ୍ୟ ରାଧା ପାଦ ଦର୍ଶନ ବନ୍ଦ ରହିବ । ସାକ୍ଷୀଗୋପାଳ ମନ୍ଦିର ଚତୁର୍ପାଶ୍ୱରେ ୧୪୪ ଧାରା ଜାରି କରାଯିବ । ୧୨ତାରିଖ ଅଳାଁ ନବମୀ ଏବଂ ୧୫ ତାରିଖ ଏକାଦଶୀରେ ୧୪୪ଧାରା ଜାରି କରାଯିବ । କେବଳ ସେବାୟତ ମାନେ ଦର୍ଶନ କରିପାରିବେ । ସେବାୟତଙ୍କ ସହଯୋଗରେ ଭକ୍ତମାନେ ପ୍ରସାଦ ପାଇପାରିବେ ।

ବର୍ଷକୁ ଥରେ ରାଧାରାଣି ଓଡିଆଣୀ ବେଶରେ ଦର୍ଶନ ଦେଇଥାନ୍ତି । ସେହି ବେଶ ଦର୍ଶନ ପାଇଁ ପ୍ରବଳ ମାତ୍ରାରେ ଭିଡ ଜମିଥାଏ । ସୂଚନା ଦେବା ଉଚିତ ହେବଯେ ଗତ ବର୍ଷ ମଧ୍ୟ କୋଭିଡ ଯୋଗୁଁ ଦର୍ଶନ ବନ୍ଦ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.