Below header

ଆଇପିଏଲ : ରାଜସ୍ଥାନକୁ ପ୍ରଥମ ପରାଜୟ ଭେଟି ଦେଲା କୋଲକାତା ନାଇଟ ରାଇଡ଼ର୍ସ

ଦୁବାଇ : ଉଭୟ ବ୍ୟାଟିଂ ଓ ବୋଲିଂରେ ବଢିଆ ପ୍ରଦର୍ଶନ କରି ଆଇପିଏଲରେ ଆଜି ରାଜସ୍ଥାନ ରୟାଲସକୁ ୩୭ ରନରେ ହରାଇଛି କୋଲକାତା ନାଇଟ ରାଇଡ଼ର୍ସ । ରାଜସ୍ଥାନ ଟସ ଜିତି ପ୍ରଥମେ ବୋଲିଂ ନେଇଥିଲା । କେକେଆର ୬ ଉଇକେଟରେ କରିଥିଲା ୧୭୪ ରନ । ଜବାବରେ ରାଜସ୍ଥାନ ୨୦ ଓଭରରେ ୯ ଉଇକେଟ ହରାଇ ୧୩୭ ରନ ହିଁ କରିପାରିଥିଲା । ଚଳିତ ଆଇପିଏଲରେ ରାଜସ୍ଥାନର ଏହା ପ୍ରଥମ ପରାଜୟ । କୋଲକାତାର ଶିବମ ମାଭି ୧୮ ରନରେ ୨ଟି ପ୍ରମୁଖ ଉଇକେଟ ନେଇ ପ୍ଲେୟାର ଅଫ ଦି ମ୍ୟାଚ ହୋଇଛନ୍ତି ।

ସ୍କୋର : କୋଲକାତା ନାଇଟ ରାଇଡ଼ର୍ସ -୬/୧୭୪ (ଗିଲ ୪୭, ମୋରଗାନ ୩୪, ରାଣା ୨୨, ରସେଲ ୨୪ । ଅର୍ଚାର ୨/୧୮ )

ରାଜସ୍ଥାନ ରୟାଲସ -୯/୧୩୭ (ଟମ କୁରାନ ଅପରାଜିତା ୫୪, ବଟଲର ୨୧ । ଶିବମ ମାଭି ୨/୧୮, କମଲେଶ ନଗରକୋଟି ୨/୧୩, ବରୁଣ ଚକ୍ରବର୍ତ୍ତୀ ୨/୨୫)

 

pt

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.