Below header

ବାରବାଟୀ ଟି-୨୦କୁ ଆଉ ୫ ଦିନ: କ୍ରିକେଟପ୍ରେମୀଙ୍କ ମଧ୍ୟରେ ବଢ଼ୁଛି ଉତ୍କଣ୍ଠା, ବିରାଟ ଓ ରୋହିତ ନଥିବାରୁ ରାହୁଲଙ୍କ ଉପରେ ରହିଛି ନଜର

କଟକ (କେନ୍ୟୁଜ): ବାରବାଟୀ ଟି-୨୦କୁ ଆଉ ୫ ଦିନ । କ୍ରୀଡାବିତଙ୍କ ମଧ୍ୟରେ ଏହାକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ୫ ବର୍ଷ ପରେ ବାରବାଟୀକୁ ଫେରିଛି ଟି ୨୦। ୨୦୧୫ ଅକ୍ଟୋବର ୫ରେ ବାରବାଟୀ ଷ୍ଟାଡିୟମରେ ପ୍ରଥମ ଅନ୍ତର୍ଜାତୀୟ ଟେ୍ଵଣ୍ଟି୨୦ ମ୍ୟାଚ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଏଥିରେ ଭାରତ ଶୋଚନୀୟ ଭାବେ ୬ ଓ୍ଵିକେଟରେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହୋଇଥିଲା।

ଏହାର ଦୁଇବର୍ଷ ପରେ ୨୦୧୭ ଡିସେମ୍ବର ୨୦ ବାରବାଟୀରେ ଦ୍ୱିତୀୟ ଟେ୍ଵଣ୍ଟି ୨୦ ମ୍ୟାଚ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା। ଉକ୍ତ ମ୍ୟାଚକୁ ଭାରତ ଏକତରଫା ଭାବେ ୯୩ ରନରେ ଜିତି ନେଇଥିଲା। ବାରବାଟୀରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ଦୁଇଟି ଟେ୍ଵଣ୍ଟି୨୦ ମ୍ୟାଚରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହୋଇଛି। ଲୋକେଶ ରାହୁଲ ଶ୍ରୀଲଙ୍କା ବିପକ୍ଷରେ ୬୧ ରନ କରିଥିଲେ ।

ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେ୍ଵଣ୍ଟି ୨୦ ଶୃଙ୍ଖଳାରେ ରାହୁଲ ଭାରତୀୟ ଦଳର ଅଧିନାୟକ ରହିଛନ୍ତି। ଆଇପିଏଲରେ ଭଲ ପ୍ରଦର୍ଶନ କରିଛନ୍ତି । ବାରବାଟୀରେ ତାଙ୍କଠାରୁ ବଡ଼ ସ୍କୋର ଆଶା କରୁଛନ୍ତି ଫ୍ୟାନ୍‌ । ସେହିଭଳି ବୋଲିଂରେ ସ୍ପିନର ଯୁଜୁବେନ୍ଦ୍ର ଚହଲ ଶ୍ରୀଲଙ୍କା ବପିକ୍ଷରେ ୪ଟି ଓ୍ଵିକେଟ ନେଇଥିଲେ । ଚହଲ ମଧ୍ୟ ବାରବାଟୀରେ ଭଲ ପର୍ଫମ କରିବେ ବୋଲା ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.